ଥ୍ରୀସୁର: କେରଳର ଥ୍ରୀସୁର ଜିଲ୍ଲାରେ ଥିବା ଶ୍ରୀ କେରଳ ବର୍ମା କଲେଜ୍ରେ ‘ନାଗରିକତା ସଂଶୋଧନ ଆଇନ’ ସମର୍ଥନରେ ସେମିନାର ଆୟୋଜନ କରିଥିବା ଏବିଭିପି କର୍ମୀଙ୍କୁ କିଛି ଏସ୍ଏଫ୍ଆଇ ସଦସ୍ୟଙ୍କ ଆକ୍ରମଣ ଅଭିଯୋଗ ହୋଇଛି। ଏଥିରେ ୩ ଜଣ ଛାତ୍ର ଗୁରୁତର ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିବାବେଳେ ଅନ୍ୟ କେତେଜଣ ଛାତ୍ର ଆହତ ହୋଇଛନ୍ତି।
https://twitter.com/ANI/status/1207216820802985984?s=20
ତେବେ ଏହି ଧାରଣାରେ ଯୋଗଦେଇନଥିବା ଛାତ୍ରଙ୍କୁ ଯୋଗନଦେବାର କାରଣ ପଚାରିବାରୁ ଏସ୍ଏଫ୍ଆଇ ସଦସ୍ୟ ସେହି ଛାତ୍ରଙ୍କୁ ବରଣ୍ଡାକୁ ଟାଣିନେଇ ମାଡ଼ ମାରିଥିଲେ। ସ୍ଥାନୀୟ ଗଣମାଧ୍ୟମର ଖବର ଅନୁଯାୟୀ, ଏ ସମ୍ପର୍କିତ ଭିଡିଓରେ ସ୍ପଷ୍ଟ ଜଣାପଡ଼ୁଛି ରାହୁଲ ନାମକ ଜଣେ ଏବିଭିପି ସଦସ୍ୟଙ୍କୁ କିଛି ଛାତ୍ର ପିଛା କରିବା ସହ ପିଟିବାରେ ଲାଗିଥିଲେ। ତେବେ ଏସ୍ଏଫ୍ଆଇ ପକ୍ଷରୁ କୁହାଯାଇଛି କେବଳ ଏବିଭିପି ପକ୍ଷର ଭିଡିଓ ସାମ୍ନାକୁ ଆସିଛି, ଏବିଭିପି ସଦସ୍ୟ ପ୍ରଥମେ ଆକ୍ରମଣ କରିବାରୁ ଏହା କେବଳ ପ୍ରତିକ୍ରିୟା ଥିଲା। ସୂଚନାଯୋଗ୍ୟ ଯେ, ଏସ୍ଏଫ୍ଆଇ ସିପିଏମ୍ ସହ ଜଡ଼ିତ ଛାତ୍ର ସଂଗଠନ ଏବଂ ଏବିଭିପି ଆରଏସ୍ଏସ୍ ବିଚାର ସହ ଜଡ଼ିତ ଛାତ୍ର ସଂଗଠନ।