ଡକ୍ଟର କାଫିଲ୍‌ ଖାନ୍‌ଙ୍କୁ ମିଳିବ ସର୍ତ୍ତମୂଳକ କ୍ଲିନ୍‌ଚିଟ୍‌: ୟୁପି ସରକାର

ଲକ୍ଷ୍ନୌ:ଗୋରଖପୁର ବିଆରଡି ମେଡିକାଲ କଲେଜ୍‌ରେ ୬୦ ଶିଶୁଙ୍କ ମୃତ୍ୟୁ ମାମଲାରେ ନୂଆ ମୋଡ଼ ଆସିଛି। ୨୦୧୭ ମସିହାର ଏହି ମାମଲାରେ ଡକ୍ଟର କାଫିଲ ଖାନ୍‌ଙ୍କର କୌଣସି ଦୋଷ ନଥିବା ତଦନ୍ତରୁ ଜଣାପଡ଼ିଛି ବୋଲି ଗଣମାଧ୍ୟମରେ ଖବର ଆସିବା ପରେ ସରକାର ଏନେଇ ସ୍ପଷ୍ଟୀକରଣ ରଖିଛନ୍ତି। ସରକାର କହିଛନ୍ତି, ଡକ୍ଟର ଖାନ୍‌ଙ୍କ ଉପରୁ ଏହି ଚାର୍ଜ ସବୁ ହଟିଯାଇଛି। କିନ୍ତୁ ସରକାରୀ ଡାକ୍ତରଖାନାରେ ଚାକିରି କରି ଘରୋଇ ଚିକିତ୍ସାଳୟରେ ଚିକିତ୍ସା କରିବା ତଥ୍ୟକୁ ସେ ଲୁଚାଇଛନନ୍ତି, ଯାହାକି ଅନୁମତି […]

kafil-khan

Subrat Kumar Nayak
  • Published: Saturday, 28 September 2019
  • , Updated: 28 September 2019, 04:05 PM IST

ଲକ୍ଷ୍ନୌ:ଗୋରଖପୁର ବିଆରଡି ମେଡିକାଲ କଲେଜ୍‌ରେ ୬୦ ଶିଶୁଙ୍କ ମୃତ୍ୟୁ ମାମଲାରେ ନୂଆ ମୋଡ଼ ଆସିଛି। ୨୦୧୭ ମସିହାର ଏହି ମାମଲାରେ ଡକ୍ଟର କାଫିଲ ଖାନ୍‌ଙ୍କର କୌଣସି ଦୋଷ ନଥିବା ତଦନ୍ତରୁ ଜଣାପଡ଼ିଛି ବୋଲି ଗଣମାଧ୍ୟମରେ ଖବର ଆସିବା ପରେ ସରକାର ଏନେଇ ସ୍ପଷ୍ଟୀକରଣ ରଖିଛନ୍ତି।

ସରକାର କହିଛନ୍ତି, ଡକ୍ଟର ଖାନ୍‌ଙ୍କ ଉପରୁ ଏହି ଚାର୍ଜ ସବୁ ହଟିଯାଇଛି। କିନ୍ତୁ ସରକାରୀ ଡାକ୍ତରଖାନାରେ ଚାକିରି କରି ଘରୋଇ ଚିକିତ୍ସାଳୟରେ ଚିକିତ୍ସା କରିବା ତଥ୍ୟକୁ ସେ ଲୁଚାଇଛନନ୍ତି, ଯାହାକି ଅନୁମତି ବାହାରେ। ସରକାର କହିଛନ୍ତି, ଏବେ ମଧ୍ୟ ୨ଟି ମାମଲା ଚାଲୁ ରହିଛି।

୨୦୧୭ ଅଗଷ୍ଟରେ ବିଆର୍‌ଡି ମେଡିକାଲ୍ କଲେଜରେ ୬୦ରୁ ଊର୍ଦ୍ଧ୍ୱ ଶିଶୁଙ୍କ ମୃତ୍ୟୁ ଘଟିଥିଲା। ଏମାନଙ୍କ ମଧ୍ୟରୁ ଅଧିକାଂଶ ଶିଶୁଙ୍କ ଅକ୍ସିଜେନ୍‌ ଅଭାବରୁ ମୃତ୍ୟୁ ଘଟିଥିଲା। ଏହି ଘଟଣାରେ ୯ ଜଣଙ୍କ ବିରୋଧରେ ମାମଲା ରୁଜୁ କରାଯାଇଥିଲା।

ଡକ୍ଟର କାଫିଲ ଖାନ୍‌ଙ୍କ ନାମରେ ୪ଟି ମାମଲା ଲାଗିଥିଲା। ଏଥିରେ ଅଭିଯୋଗ ଆସିଥିଲା,ସେ ସରକାରୀ ଚାକିରି କରି ଘରୋଇ ଚିକିତ୍ସାଳୟରେ କାମ କରିଛନ୍ତି। ସେ ସରକାରଙ୍କୁ ତଥ୍ୟ ଲୁଚାଇଛନ୍ତି। ଅକ୍ସିଜେନ୍‌ ଅଭାବ ରହିଥିବା ନେଇ ଉପରିସ୍ଥ ଅଧିକାରୀଙ୍କୁ ଜଣାଇନଥିଲେ, ଯାହା ଫଳରେ ୬୦ ଜୀବନ ଯାଇଥିଲା।

ତେବେ ଡକ୍ଟର ଖାନ୍‌ ନିର୍ଦ୍ଦୋଷ ବୋଲି ୨୦୧୮ ଏପ୍ରିଲ ମାସରେ ରିପୋର୍ଟ ଆସିଥିଲେ ମଧ୍ୟ ତାଙ୍କୁ ଏହି ବିଷୟରେ ଗତ ଗୁରୁବାର କୁହାଯାଇଥିବା ସୂଚନା ମିଳିଛି। ଏହାପରେ ସେ ପ୍ରତିକ୍ରିୟାରେ କହିଛନ୍ତି, ଏହି ମାମଲାର ପ୍ରକୃତ ଦୋଷୀଙ୍କୁ ଜେଲଦଣ୍ଡ ମିଳିଲେ ଯାଇ ପ୍ରକୃତ ନ୍ୟାୟ ମିଳିବ।

Related story