ପ୍ରବଳ ବରଫପାତ ଯୋଗୁ କେଦାରନାଥରେ ଫସିଲେ ଦୁଇ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରବଳ ବରଫପାତ ଓ ଖରାପ ପାଗ ଯୋଗୁ କେଦାରନାଥରେ ଫସି ଯାଉଛନ୍ତି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ରାୱତ। ସୋମବାର ଉଭୟ କେଦାରନାଥ ମନ୍ଦିରର ପୋର୍ଟାଲ କ୍ଲୋଜିଂ କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ ସେଠାକୁ ଯାଇଥିଲେ। ହେଲେ ବରଫ ବର୍ଷା ହେବାରୁ ଉଭୟ ସେହିଠାରେ ହିଁ ଫସି ଯାଇଛନ୍ତି। ରବିବାର ଉତ୍ତରାଖଣ୍ଡର ରୁଦ୍ର ପ୍ରୟାଗ ଜିଲ୍ଲାର କେଦାରନାଥରେ ଚାଲିଥିବା ନିର୍ମାଣ କାମର ସମୀକ୍ଷା କରିବା ପାଇଁ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର […]

k

Hemant Lenka
  • Published: Monday, 16 November 2020
  • , Updated: 16 November 2020, 05:49 PM IST

ନୂଆଦିଲ୍ଲୀ: ପ୍ରବଳ ବରଫପାତ ଓ ଖରାପ ପାଗ ଯୋଗୁ କେଦାରନାଥରେ ଫସି ଯାଉଛନ୍ତି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ରାୱତ। ସୋମବାର ଉଭୟ କେଦାରନାଥ ମନ୍ଦିରର ପୋର୍ଟାଲ କ୍ଲୋଜିଂ କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ ସେଠାକୁ ଯାଇଥିଲେ। ହେଲେ ବରଫ ବର୍ଷା ହେବାରୁ ଉଭୟ ସେହିଠାରେ ହିଁ ଫସି ଯାଇଛନ୍ତି।

ରବିବାର ଉତ୍ତରାଖଣ୍ଡର ରୁଦ୍ର ପ୍ରୟାଗ ଜିଲ୍ଲାର କେଦାରନାଥରେ ଚାଲିଥିବା ନିର୍ମାଣ କାମର ସମୀକ୍ଷା କରିବା ପାଇଁ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ଓ ଯୋଗୀ ଆଦିତ୍ୟନାଥ ଯାଇଥିଲେ। ସେମାନଙ୍କ ସହ ଉତ୍ତର ପ୍ରଦେଶ ବିଜେପି ମୁଖ୍ୟ ସ୍ୱତନ୍ତ୍ର ଦେବ ସିଂହ ମଧ୍ୟ ରହିଥିଲେ। ଏବେ ବରଫପାତ ଯୋଗୁ ସମସ୍ତେ ସେଠାରେ ଫସି ରହିଛନ୍ତି।

Related story