କୋଲ୍‌ ବ୍ଲକ୍‌ ଆବଣ୍ଟନ ଘୋଟାଲା: ନବୀନ ଜିନ୍ଦଲଙ୍କ ସମେତ ୧୫ ଜଣଙ୍କ ନାଁରେ ଚାର୍ଜଫ୍ରେମ୍ କରିବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: କୋଲ୍‌ ବ୍ଲକ୍‌ ଆବଣ୍ଟନ ଘୋଟାଲାରେ ଶିଳ୍ପପତି ନବୀନ ଜିନ୍ଦଲ, ପୂର୍ବତନ କୋଇଲା ରାଷ୍ଟ୍ରମନ୍ତ୍ରୀ ଦସାରୀ ନାରାୟଣ ରାଓଙ୍କ ସମେତ ୧୫ ଜଣଙ୍କ ନାଁରେ ଚାର୍ଜଫ୍ରେମ୍ କରିବାକୁ ସିବିଆଇର ଏକ ସ୍ୱତନ୍ତ୍ର କୋର୍ଟ ଆଜି ନିର୍ଦ୍ଦେଶ ଦେଇଛନ୍ତି। ଅପରାଧିକ ଷଡ଼ଯନ୍ତ୍ର, ଠକେଇ ଓ ଅନ୍ୟାନ୍ୟ ଅପରାଧ ଅଭିଯୋଗରେ ସେମାନଙ୍କ ନାଁରେ ଚାର୍ଜଫ୍ରେମ୍ କରିବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସିବିଆଇ ସ୍ୱତନ୍ତ୍ର କୋର୍ଟ ବିଚାରପତି ଭରତ ପରାଶର କହିଛନ୍ତି,“ଆଇପିସିର ଧାରା ୧୨୦୧ବି(ଅପରାଧିକ ଷଡ଼ଯନ୍ତ୍ର), ୪୦୯ ଓ ୪୨୦ […]

jindal

Rakesh Mallick
  • Published: Friday, 29 April 2016
  • , Updated: 29 April 2016, 08:34 AM IST

[caption id="attachment_81203" align="alignleft" width="150"] ନବୀନ ଜିନ୍ଦଲ[/caption]

ନୂଆଦିଲ୍ଲୀ: କୋଲ୍‌ ବ୍ଲକ୍‌ ଆବଣ୍ଟନ ଘୋଟାଲାରେ ଶିଳ୍ପପତି ନବୀନ ଜିନ୍ଦଲ, ପୂର୍ବତନ କୋଇଲା ରାଷ୍ଟ୍ରମନ୍ତ୍ରୀ ଦସାରୀ ନାରାୟଣ ରାଓଙ୍କ ସମେତ ୧୫ ଜଣଙ୍କ ନାଁରେ ଚାର୍ଜଫ୍ରେମ୍ କରିବାକୁ ସିବିଆଇର ଏକ ସ୍ୱତନ୍ତ୍ର କୋର୍ଟ ଆଜି ନିର୍ଦ୍ଦେଶ ଦେଇଛନ୍ତି। ଅପରାଧିକ ଷଡ଼ଯନ୍ତ୍ର, ଠକେଇ ଓ ଅନ୍ୟାନ୍ୟ ଅପରାଧ ଅଭିଯୋଗରେ ସେମାନଙ୍କ ନାଁରେ ଚାର୍ଜଫ୍ରେମ୍ କରିବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ସିବିଆଇ ସ୍ୱତନ୍ତ୍ର କୋର୍ଟ ବିଚାରପତି ଭରତ ପରାଶର କହିଛନ୍ତି,“ଆଇପିସିର ଧାରା ୧୨୦୧ବି(ଅପରାଧିକ ଷଡ଼ଯନ୍ତ୍ର), ୪୦୯ ଓ ୪୨୦ ସହିତ ଦୁର୍ନୀତି ନିବାରଣ ଆଇନର ଧାରା ୧୩(୧)(ସି), ୧୩(୧)(ଡି)ରେ ଏହି ସମସ୍ତ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ୍ କରାଯିବ।”

ନବୀନ ଜିନ୍ଦଲ ଓ ଦସାରୀ ନାରାୟଣ ରାଓଙ୍କ ବ୍ୟତୀତ ଆଉ ଯେଉଁ ୧୩ ଜଣଙ୍କ ନାଁରେ କୋର୍ଟ ଚାର୍ଜଫ୍ରେମ୍ କରିବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ସେମାନଙ୍କ ମଧ୍ୟରେ ଅଛନ୍ତି ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ମଧୁକୋଡ଼ା, ପୂର୍ବତନ କୋଇଲା ସଚିବ ଏଚ୍‌.ସି ଗୁପ୍ତା, ଜୀନ୍ଦଲ ରିୟଲ୍ଟି ପ୍ରାଇଭେଟ୍ ଲିମିଟେଡ୍‌ର ରାଜୀବ ଜୈନ, ଜିଏସ୍‌ଆଇପିଏଲ୍‌ର ନିର୍ଦ୍ଦେଶକ ଗିରିଶ କୁମାର ସୁନେଜା ଓ ରାଧାକ୍ରିଷ୍ଣ ସରାଫ, ନ୍ୟୁ ଦିଲ୍ଲୀ ଏକ୍ସିମ୍ ପ୍ରାଇଭେଟ୍ ଲିମିଟେଡ୍‌ର ନିର୍ଦ୍ଦେଶକ ସୁରେଶ ସିଂଘଲ, ସୌଭାଗ୍ୟ ମିଡିଆ ଲିମିଟେଡ୍‌ର ନିର୍ଦ୍ଦେଶକ କେ ରାମକ୍ରିଷ୍ଣ ପ୍ରସାଦ ଓ ଚାଟାର୍ଡ ଆକାଉଣ୍ଟାଣ୍ଟ୍ ଜ୍ଞାନ ସ୍ୱରୂପ ଗର୍ଗ।

Related story