କୋଇଲା ଘୋଟାଲା: ରୁଙ୍ଗଟା ଭ୍ରାତାଙ୍କୁ ୪ ବର୍ଷ ଜେଲ୍ ଦଣ୍ଡାଦେଶ

ନୂଆଦିଲ୍ଲୀ: କୋଇଲା ବ୍ଲକ୍ ଆବଣ୍ଟନ ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ଆର.ଏସ୍ ରୁଙ୍ଗଟା ଓ ଆର୍‌.ସି ରୁଙ୍ଗଟାଙ୍କୁ ସିବିଆଇର ସ୍ୱତନ୍ତ୍ର କୋର୍ଟ ସୋମବାର ୪ ବର୍ଷ ଲେଖାଏଁ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି। ଏହା ସହିତ ଦୁଇ ଜଣଙ୍କୁ ୧୦ ଲକ୍ଷ ଟଙ୍କା ଲେଖାଏଁ ଜୋରିମାନା ଦେବାକୁ ବି ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ସେହିଭଳି ଦୋଷୀ ସାବ୍ୟସ୍ତ ଝାଡ଼ଖଣ୍ଡ ଇସ୍ପାତ ପ୍ରାଇଭେଟ୍ ଲିମିଟେଡ୍ (ଜେଆଇପିଏଲ୍) ଉପରେ ୨୫ ଲକ୍ଷ ଟଙ୍କାର ଜୋରିମାନା ଲଗାଯାଇଛି। ଝାଡ଼ଖଣ୍ଡରେ ହୋଇଥିବା ଏକ କୋଇଲା […]

rungta

Rakesh Mallick
  • Published: Monday, 04 April 2016
  • , Updated: 04 April 2016, 11:19 AM IST

ନୂଆଦିଲ୍ଲୀ: କୋଇଲା ବ୍ଲକ୍ ଆବଣ୍ଟନ ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ଆର.ଏସ୍ ରୁଙ୍ଗଟା ଓ ଆର୍‌.ସି ରୁଙ୍ଗଟାଙ୍କୁ ସିବିଆଇର ସ୍ୱତନ୍ତ୍ର କୋର୍ଟ ସୋମବାର ୪ ବର୍ଷ ଲେଖାଏଁ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି। ଏହା ସହିତ ଦୁଇ ଜଣଙ୍କୁ ୧୦ ଲକ୍ଷ ଟଙ୍କା ଲେଖାଏଁ ଜୋରିମାନା ଦେବାକୁ ବି ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ।

ସେହିଭଳି ଦୋଷୀ ସାବ୍ୟସ୍ତ ଝାଡ଼ଖଣ୍ଡ ଇସ୍ପାତ ପ୍ରାଇଭେଟ୍ ଲିମିଟେଡ୍ (ଜେଆଇପିଏଲ୍) ଉପରେ ୨୫ ଲକ୍ଷ ଟଙ୍କାର ଜୋରିମାନା ଲଗାଯାଇଛି।

ଝାଡ଼ଖଣ୍ଡରେ ହୋଇଥିବା ଏକ କୋଇଲା ବ୍ଲକ୍ ଆବଣ୍ଟନ ମାମଲାରେ ମାର୍ଚ୍ଚ ୨୮ ତାରିଖରେ ସିବିଆଇର ସ୍ୱତନ୍ତ୍ର କୋର୍ଟ ଆର୍.ଏସ୍ ରୁଙ୍ଗଟା ଓ ଆର୍.ସି ରୁଙ୍ଗଟାଙ୍କ ସମେତ ଜେଆଇପିଏଲ୍‌କୁ ଦୋଷୀ ସାବ୍ୟସ୍ତ କରିଥିଲେ। ଭୁଲ୍ ତଥ୍ୟ ଦେଇ କୋଇଲା ବ୍ଲକ୍ ହାତେଇ ଥିବା ଅଭିଯୋଗରେ କୋର୍ଟ ସେମାନଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। କୋର୍ଟଙ୍କ ରାୟ ଆସିବା ପରେ ରୁଙ୍ଗଟା ଭାତୃ ଦ୍ୱୟଙ୍କୁ ଗିରଫ କରାଯାଇଥିଲା।

ବହୁଚର୍ଚ୍ଚିତ କୋଇଲା ବ୍ଲକ୍ ଆବଣ୍ଟନ ଘୋଟାଲା ଘଟଣାରେ ଦୋଷୀ ସାବ୍ୟସ୍ତ କରାଯାଇ ସଜା ଦିଆଯିବାରେ ଏହା ହେଉଛି ପ୍ରଥମ ମାମଲା।

Related story