ଜେନେଭା: ଚଳିତ ବର୍ଷ ଶାନ୍ତି ପାଇଁ ନୋବେଲ୍ ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି କଲମ୍ବିଆ ରାଷ୍ଟ୍ରପତି ଜୁଆନ୍ ମାନୁଏଲ୍ ସାଣ୍ଟୋସ୍। ରିଭୋଲ୍ୟୁସ୍ନାରୀ ଆର୍ମଡ୍ ଫୋର୍ସସେ ଅଫ୍ କଲମ୍ବିଆ (ଏଫ୍ଏଆର୍ସି) ସହିତ ଗୃହ ଯୁଦ୍ଧକୁ ଶେଷ କରିବାକୁ ସେ କରିଥିବା ପ୍ରୟାସ ପାଇଁ ତାଙ୍କୁ ଏହି ସମ୍ମାନଜନକ ପୁରସ୍କାର ଦିଆଯିବାକୁ ମନୋନୀତ କରାଯାଇଛି।
ନୋବେଲ୍ କମିଟି ପକ୍ଷରୁ କୁହାଯାଇଛି,“ଏହି ପୁରସ୍କାରକୁ କଲମ୍ବିଆର ସମସ୍ତଙ୍କ ଲୋକଙ୍କ ପ୍ରତି ଏକ ସମ୍ମାନ ଭାବେ ମଧ୍ୟ ଦେଖାଯିବା ଉଚିତ୍। କଠିନ ପରିସ୍ଥିତି ସତ୍ତ୍ୱେ ସେମାନେ ଶାନ୍ତି ଫେରି ପାଇବାର ଆଶା ଛାଡ଼ି ନ ଥିଲେ। ଶାନ୍ତି ପ୍ରକ୍ରିୟା ଫେରାଇ ଆଣିବା ପାଇଁ ସମସ୍ତ ଦଳର ଅବଦାନ ରହିଥିଲା। ତେଣୁ ସମସ୍ତ ଦଳ ପ୍ରତି ମଧ୍ୟ ଏହା ଏକ ସମ୍ମାନ ଭାବେ ଦେଖାଯିବା ଉଚିତ୍।”
କଲମ୍ବିଆରେ ଗୃହ ଯୁଦ୍ଧ ଯୋଗୁ ୨,୨୦,୦୦୦ ଜୀବନ ଯାଇଛି। ୬ ନିୟୁତ ଲୋକ ବିସ୍ଥାପିତ ହୋଇଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
କେଜ୍ରିୱାଲଙ୍କ ମୁହଁକୁ ପାଣି ଛାଟି ଯୁବକ ଅଟକ
ବିଜେପିକୁ ଦାୟୀ କଲା ଆମ୍ ଆଦମୀ ପାର୍ଟି। ଅଭିଯୁକ୍ତକୁ ଅଟକ ରଖି ପଚରାଉଚରା କରୁଛି ପୁଲିସ।
National
ମହାରାଷ୍ଟ୍ରର ନୂଆ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା ପୂର୍ବରୁ ବଡ଼ ସୂଚନା ଦେଲେ ଅଜିତ ପାୱାର
ଗତକାଲି ମୁମ୍ବାଇରେ ମହାୟୁତିର ଏକ ବୈଠକ ବସିବାର ଥିଲା। ମାତ୍ର କାମଚଳା ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ହଠାତ୍ ତାଙ୍କ ଗାଁକୁ ଚାଲିଯିବାରୁ ବୈଠକ ବାତିଲ ହୋଇ ଯାଇଥିଲା।
Crime
ମଣିପୁର ହିଂସା: ଥାନା ଓ ବିଧାୟକଙ୍କ ବାସଭବନରେ ଜଳାପୋଡ଼ା ଘଟଣାରେ ୮ ଗିରଫ
ରାଜ୍ୟରେ ଏକାଧିକ ହିଂସାତ୍ମକ ଘଟଣାରେ ଏହି ୮ ଅଭିଯୁକ୍ତଙ୍କ ସଂପୃକ୍ତି ଥିବା ପୁଲିସ କହିଛି।
Politics
'ମୋ ଘର ଦୂଆର ଓ ଅଫିସ୍ ଆପଣମାନଙ୍କ ପାଇଁ ସବୁବେଳେ ଖୋଲା'
ୱାୟନାଡ଼ର ସାଂସଦ ଭାବେ ଶପଥ ନେବା ପରେ ପ୍ରଥମ ଥର ପାଇଁ କେରଳ ଗସ୍ତ କରିଛନ୍ତି ପ୍ରିୟଙ୍କା ଗାନ୍ଧି।