କଲୋମ୍ବୋରେ  ଜରୁରୀ ଅବତରଣ କଲା ଏମିରେଟସ୍ ଏୟାର ଲାଇନର ବିମାନ

କଲୋମ୍ବୋ: ଅଷ୍ଟ୍ରେଲିଆର ସିଡନୀରୁ ଦୁବାଇ ଅଭିମୁଖେ ଯାଉଥିବା ଏକ ଏମିରେଟସ୍ ଏ୩୮୦ ବିମାନ ଶୁକ୍ରବାର ସକାଳେ ଶ୍ରୀଲଙ୍କାର କଲୋମ୍ବୋରେ ଜରୁରୀକାଳୀନ ଅବତରଣ କରିଥିଲା। ଇଂଜିନରେ ତୃଟି ପରିଲକ୍ଷିତ ହେବାରୁ ବିମାନଟିର ରୁଟରେ ପରିବର୍ତ୍ତନ କରାଯାଇଥିଲା ଓ କଲୋମ୍ବୋରେ ଅବତରଣ କରିବାକୁ କୁହାଯାଇଥିଲା। ତେବେ ଇଂଜିନରେ ଦେଖାଯାଇଥିବା ତୃଟି ସଂପର୍କରେ ସବିଶେଷ ତଥ୍ୟ ଦିଆଯାଇନି। ତଦନ୍ତ ଜାରି ରହିଛି। ବିମାନଟିର ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି। ବିମାନଟିରେ ୫୦୦ ରୁ ଅଧିକ ଯାତ୍ରୀ ଥିଲେ। ପରେ ସେମାନଙ୍କୁ ଏମିରେଟସ୍ […]

emirates

Rakesh Mallick
  • Published: Friday, 26 June 2015
  • , Updated: 04 May 2017, 03:45 PM IST

କଲୋମ୍ବୋ: ଅଷ୍ଟ୍ରେଲିଆର ସିଡନୀରୁ ଦୁବାଇ ଅଭିମୁଖେ ଯାଉଥିବା ଏକ ଏମିରେଟସ୍ ଏ୩୮୦ ବିମାନ ଶୁକ୍ରବାର ସକାଳେ ଶ୍ରୀଲଙ୍କାର କଲୋମ୍ବୋରେ ଜରୁରୀକାଳୀନ ଅବତରଣ କରିଥିଲା। ଇଂଜିନରେ ତୃଟି ପରିଲକ୍ଷିତ ହେବାରୁ ବିମାନଟିର ରୁଟରେ ପରିବର୍ତ୍ତନ କରାଯାଇଥିଲା ଓ କଲୋମ୍ବୋରେ ଅବତରଣ କରିବାକୁ କୁହାଯାଇଥିଲା। ତେବେ ଇଂଜିନରେ ଦେଖାଯାଇଥିବା ତୃଟି ସଂପର୍କରେ ସବିଶେଷ ତଥ୍ୟ ଦିଆଯାଇନି। ତଦନ୍ତ ଜାରି ରହିଛି। ବିମାନଟିର ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି। ବିମାନଟିରେ ୫୦୦ ରୁ ଅଧିକ ଯାତ୍ରୀ ଥିଲେ। ପରେ ସେମାନଙ୍କୁ ଏମିରେଟସ୍ ଏୟାର ଲାଇନ୍ସର ଅନ୍ୟ ବିମାନ ଦ୍ୱାରା ସ୍ଥାନାନ୍ତର କରାଯାଇଥିଲା।

ସୂଚନାଯୋଗ୍ୟ, ଏମିରେଟସ୍ ହେଉଛି ଦୁବାଇର ଏକ ଘରୋଇ ବିମାନ ସେବା ପ୍ରଦାନକାରୀ କଂପାନୀ। ଏହା ହେଉଛି ପୃଥିବୀର ସପ୍ତମ ବଡ଼ ବିମାନ ସେବା ପ୍ରଦାନକାରୀ କଂପାନୀ। ୬ଟି ମହାଦେଶର ୭୭ଟି ଦେଶର ୧୪୪ଟି ସ୍ଥାନକୁ ଏହି ଏୟାର ଲାଇନର ବିମାନଗୁଡ଼ିକ ଯାତାୟତ କରନ୍ତି।

Related story