ଏହି ୩ ମେଡିସିନର ମିଶ୍ରିତ ପ୍ରୟୋଗ କରୋନାକୁ ମାତ ଦେଉଛି

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସ ପାଇଁ ଉପଯୁକ୍ତ ଭ୍ୟାକସିନ ଓ ଔଷଧ ପାଇଁ ସମଗ୍ର ବିଶ୍ୱର ବୈଜ୍ଞାନିକମାନେ ଲାଗି ପଡ଼ିଛନ୍ତି। ହେଲେ ଚାଇନା ୩ଟି ଔଷଧର ମିଶ୍ରତ ପ୍ରୟୋଗ କରି କରୋନା ଯୁଦ୍ଧରେ ବିଜୟୀ ହେବାକୁ ଲକ୍ଷ୍ୟ ରଖିଛି ଓ ଏହା ଫଳପ୍ରଦ ମଧ୍ୟ ହୋଇଛି।

ଏହି ୩ ଔଷଧ ସମ୍ପର୍କରେ ସୂଚନା ଦେଇଛନ୍ତି ଚାଇନାରେ ଅବସ୍ଥାପିତ ଭାରତୀୟ ଡାକ୍ତର ସଞ୍ଜୀବ ଚୌବେ। ସେ ନୋଏଡାର ହୋଇଥିଲେ ହେଁ ସଂଘାଇରେ ରହି କାର୍ଯ କରୁଛନ୍ତି।

ସେ କହିଛନ୍ତି, କରୋନା ଯୁଦ୍ଧରେ ବିଜୟୀ ହେବା ପାଇଁ ଚାଇନା ଜୋରଦାର ଉଦ୍ୟମ ଜାରି ରଖିଛି। ତଥାପି ମେ’ ମାସରେ ୧୧୧ଟି ନୂଆ ମାମଲା ସାମ୍ନାକୁ ଆସିଥିବା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି। ତେବେ କରୋନା କବଳରୁ ମୁକ୍ତି ପାଇବା ପାଇଁ ଜିଙ୍କ, ହାଇଡ୍ରୋକ୍ସି କ୍ଲୋରୋକୁଇନ ଓ ଆଣ୍ଟିବାଓଟିକ ଆଜିଥ୍ରୋମସିନର ମିଶ୍ରଣ ସହାୟ ହେଉଛି।

ଏହାଦ୍ୱାରା ଅନେକ କରୋନା ଆକ୍ରାନ୍ତଙ୍କ ଜୀବନ ରକ୍ଷା ପାଇଛି। ଏହି ମିଶ୍ରଣ ପ୍ରୟୋଗକୁ କରୋନା ଚିକିତ୍ସାର ଏକ ଅଂଶ ଭାବେ ଚାଇନାରେ ବ୍ୟବହାର କରାଯାଉଛି। ଫଳରେ ଆକ୍ରାନ୍ତମାନେ ସୁସ୍ଥ ହେଉଛନ୍ତି ଏବଂ ସେମାନଙ୍କୁ ଆଇସିୟୁରେ ଭର୍ତ୍ତି କରିବାକୁ ପଡ଼ୁନାହିଁ।

ଏହି ୩ ଔଷଧର ମିଶ୍ରଣ ଯୋଗୁ ସକାରାମତ୍କ ଫଳାଫଳ ମିଳୁଛି। ଖାଲି ସେତିକି ନୁହେଁ, ଗୁରୁତର ଠାରୁ ଆରମ୍ଭ କରି ସାମାନ୍ୟ ଲକ୍ଷଣ ଥିବା ରୋଗୀମାନେ ଆରୋଗ୍ୟ ଲାଭ କରୁଛନ୍ତି।

ଆକ୍ରାନ୍ତମାନଙ୍କୁ ପ୍ରତି ଦୁଇ ସପ୍ତାହରେ ଥିରେ ଏଭଳି ଭାବେ ୬ ସପ୍ତାହ ପାଇଁ Ascorbic Acid, B-complex, Zinc, Selenium, L-carnitine, Vitamin B-12 and Glutathione ଭଳି ସାଧାରଣ ସାଲାଇନ ଦିଆଯାଉଛି। ଏହି ଚିକିତ୍ସା ପଦ୍ଧତି ଉଭୟ ଲକ୍ଷଣ ଥିବା ଓ ଲକ୍ଷଣ ବିହୀନ ରୋଗୀଙ୍କ କ୍ଷେତ୍ରରେ ବ୍ୟବହାର କରାଯାଉଛି।

ଜଣେ କରୋନା ରୋଗୀଙ୍କୁ ଅତିକମରେ ୯ଥର ପରୀକ୍ଷା କରାଯାଇ ଥାଏ। ଏହାପରେ ତାଙ୍କ ରିପୋର୍ଟ ନେଗେଟିଭ ଆସିଲେ, ସେ କରୋନା ମୁକ୍ତ ବୋଲି କୁହାଯାଇ ପାରିବ। ଏହି ପରୀକ୍ଷା ପ୍ରଣାଳୀ ଚାଇନା ଓ ଭାରତରେ ମଧ୍ୟ କାର୍ଯ୍ୟକାରୀ କରାଯାଉଛି। ଅତିକମରେ ଜଣେ କରୋନା ରୋଗୀଙ୍କର ୫ଥର ଆରଟି-ପିସିଆର ପରୀକ୍ଷା କରାଯିବା ଦରକାର।

କରୋନା ଭାଇରସ ଶରୀରର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଅଙ୍ଗକୁ ଆଟାକ କରେ। ଚାଇନାରେ ଆକ୍ରାନ୍ତମାନେ ହାର୍ଟ ଆଟାକ ଯୋଗୁ ପ୍ରାଣ ହରାଇଛନ୍ତି। ତେଣୁ ୫୦ ବର୍ଷ ବୟସରୁ କମ ବୟସ୍କ ଯଦି କୌଣସି କାରଣ ନଥାଇ ପ୍ରାଣ ହରାଉଛନ୍ତି, ତା’ହେଲେ ମୃତ୍ୟୁର କାରଣ ଖୋଜାଯିବା ଦରକାର। ଶବବ୍ୟବଚ୍ଛେଦ ନିହାତି ଜରୁରୀ।

ଜଣେ ବ୍ୟକ୍ତି ପ୍ରାଣ ହରାଇବାର ୫ ଦିନ ଯାଏ ତାଙ୍କ ଶରୀରରେ କରୋନା ଭାଇରସ ଆକ୍ଟିଭ ରହିଥାଏ। ୬ ଦିନ ବେଳକୁ ଏହା ଧୀରେଧୀରେ ମଣିଷ ଶରୀରରେ ନିଷ୍କ୍ରିୟ ହୋଇଯାଏ। ତେଣୁ ଶବବ୍ୟବଚ୍ଛେଦ ଦ୍ୱାରା ରୋଗ ବିଷୟରେ ଜାଣିହୁଏ। ଚାଇନାରେ ୨୨ରୁ ୨୮ ବର୍ଷ ବୟସ ମଧ୍ୟରେ ଥିବା କରୋନା ଆକ୍ରାନ୍ତ ଯୁବକମାନେ ମଧ୍ୟ ହାର୍ଟଆଟାକରେ ପ୍ରାଣ ହରାଇଛନ୍ତି ବୋଲି ସେ କହିଛନ୍ତି।

ଭାରତ ସମ୍ପର୍କରେ ସେ କହିଛନ୍ତି, ବର୍ତ୍ତମାନ ସ୍ଥିତିକୁ ଦେଖିଥିଲେ ଭାରତ ୩ୟ ଷ୍ଟେଜ ବା ଗୋଷ୍ଠୀ ସଂକ୍ରମଣ ଦିଗକୁ ଗତି କରୁଛି। କାରଣ ଦେଶରେ ଆକ୍ରାନ୍ତ ହେଉଥିବା ଅଧିକାଂଶ ଲୋକଙ୍କର ଲକ୍ଷଣ ଦେଖାଯାଉ ନାହିଁ। ସେମାନେ ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନକୁ ଯାଇ ସଂକ୍ରମଣ ବୃଦ୍ଧି କରିଛନ୍ତି।

ମାତ୍ର ୩୦ ମିନିଟ୍‌ ମଧ୍ୟରେ ଜଣେ ସଂକ୍ରମଣଙ୍କ ଶରୀରରୁ ଆଉ ଜଣେ ସୁସ୍ଥ ବ୍ୟକ୍ତିଙ୍କ ଶରୀରକୁ ଏହି ଭାଇରସ ପ୍ରବେଶ କରିଥାଏ। ଲକଡାଉନ କୋହଳ କରୋନା ସଂକ୍ରମଣକୁ ଆହୁରି ଅଧିକ ବୃଦ୍ଧି କରିବ।

ବର୍ତ୍ତମାନ ଭାରତରେ କରୋନା ଭାଇରସ ସର୍ବୋଚ୍ଚ ଗତିରେ ବୃଦ୍ଧି ପାଉଛି। ଜୁନ୍‌ ମାସରୁ ଏହା କ୍ରମଶଃ ହ୍ରାସ ପାଇବ। ତେବେ ପୁଣିଥରେ ଜୁଲାଇ ପ୍ରଥମ ସପ୍ତାହରେ କରୋନା କମବ୍ୟାକ କରିବାର ଆଶଙ୍କା ରହିଛି। କେବଳ ସାମାଜିକ ଦୂରତା ଦ୍ୱାରା ଆମେ କରୋନା ସଂକ୍ରମଣକୁ ଅଟକାଇ ପାରିବା। ଯଦି ଏହା ପାଳନ ନ ହେବ, ତା’ହେଲେ ସ୍ଥିତି ଆହୁରି ବିଗିଡ଼ିବ।

ଚାଇନା ସରକାର ଉହାନକୁ ବନ୍ଦ କରି କରୋନା ଯୁଦ୍ଧରେ ବିଜୟୀ ହୋଇଛନ୍ତି। ଚାଇନା ସରକାର କରୋନା ରୋଗୀଙ୍କୁ ବୁଝାଇବା ପାଇଁ ଏକ ଭାବ ବିନିମୟ କାର୍ଯ୍ୟକ୍ରମ କରୁଛନ୍ତି। ତେଣୁ ଭାରତ ସରକାର ସାମାଜିକ ଦୂରତା ନିୟମ ସହ ଗାଇଡଲାଇନ ପାଳନ କରୁଥିବା ବ୍ୟକ୍ତିଙ୍କୁ ସମ୍ମାନିତ କଲେ, ଏହା ଅନ୍ୟମାନଙ୍କ ଉପରେ ସକାରାତ୍ମକ ପ୍ରଭାବ ପକାଇ ବୋଲି ସେ ପରାମର୍ଶ ଦେଇଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।