ଆତଙ୍କୀ ହମ୍‌ଲାର ଶିକାର ହୋଇଥିବା ସେନା ବେସ୍‌ କ୍ୟାମ୍ପର କମାଣ୍ଡରଙ୍କୁ ବାଧ୍ୟତାମୂଳକ ଅବସର

ନୂଆଦିଲ୍ଲୀ: ଆତଙ୍କବାଦୀ ଆକ୍ରମଣର ଶିକାର ହୋଇଥିବା ଉରି ବ୍ରିଗେଡ୍‌, ସୁଞ୍ଜୁଆନ୍‌ ମିଲିଟାରୀ କ୍ୟାମ୍ପ ଏବଂ ନଗ୍ରୋଟା ପରି ସେନା ବେସ୍‌ କ୍ୟାମ୍ପର କମାଣ୍ଡରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବ। ସେମାନେ ବାଧ୍ୟତାମୂଳକ ଅବସର ନେବାକୁ ହେବ। ଏଭଳି ଉଚ୍ଚ ପଦସ୍ଥ ଅଧିକାରୀଙ୍କ ଉପରେ ସରକାର କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ନିଷ୍ପତ୍ତି ନେଇଛନ୍ତି। ସରକାରଙ୍କ ପକ୍ଷରୁ ସେନାକୁ ଏନେଇ ସୁପାରିସ କରାଯାଇସାରିଛି ବୋଲି ଜଣେ ଅଧିକାରୀ ନିଜ ପରିଚୟ ଗୋପନ ରଖି କହିଛନ୍ତି। ସରକାର ଚାହୁଁଛନ୍ତି ଏହି ଅଧିକାରୀମାନେ ବାଧ୍ୟତାମୂଳକ […]

uri

uri

Subrat Kumar Nayak
  • Published: Friday, 21 June 2019
  • Updated: 21 June 2019, 06:31 PM IST

Sports

Latest News

ନୂଆଦିଲ୍ଲୀ: ଆତଙ୍କବାଦୀ ଆକ୍ରମଣର ଶିକାର ହୋଇଥିବା ଉରି ବ୍ରିଗେଡ୍‌, ସୁଞ୍ଜୁଆନ୍‌ ମିଲିଟାରୀ କ୍ୟାମ୍ପ ଏବଂ ନଗ୍ରୋଟା ପରି ସେନା ବେସ୍‌ କ୍ୟାମ୍ପର କମାଣ୍ଡରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବ। ସେମାନେ ବାଧ୍ୟତାମୂଳକ ଅବସର ନେବାକୁ ହେବ। ଏଭଳି ଉଚ୍ଚ ପଦସ୍ଥ ଅଧିକାରୀଙ୍କ ଉପରେ ସରକାର କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ନିଷ୍ପତ୍ତି ନେଇଛନ୍ତି। ସରକାରଙ୍କ ପକ୍ଷରୁ ସେନାକୁ ଏନେଇ ସୁପାରିସ କରାଯାଇସାରିଛି ବୋଲି ଜଣେ ଅଧିକାରୀ ନିଜ ପରିଚୟ ଗୋପନ ରଖି କହିଛନ୍ତି। ସରକାର ଚାହୁଁଛନ୍ତି ଏହି ଅଧିକାରୀମାନେ ବାଧ୍ୟତାମୂଳକ ଅବସର ନେଇ ଘରକୁ ଯା’ନ୍ତୁ। ଅବଶ୍ୟ ଏହି ଅଧିକାରୀମାନେ ପୂର୍ବବତ୍ ସମସ୍ତ ସରକାରୀ ସୁବିଧା ପାଇପାରିବେ ବୋଲି ସେମାନଙ୍କୁ ଜଣାଇ ଦିଆଯାଇଛି।

ଅଧିକାରୀ ଜଣକ କହିଛନ୍ତି, ନୂଆ ସରକାର ଶପଥ ନେବାପରେ ସେମାନଙ୍କୁ କୁହାଯାଇଛି ସେମାନେ ନିଜଆଡ଼ୁ ଅବସର ପାଇଁ ଆବେଦନ କରିବେ। ୨୦୧୬ ମସିହାରେ ଉରି ଏବଂ ନାଗ୍ରୋଟାଠାରେ ହୋଇଥିବା ଆକ୍ରମଣରେ ମୋଟ ୩୬ ଜଣ ଯବାନ ସହିଦ ହୋଇଥିଲେ। ସେହିଭଳି ୨୦୧୮ ମସିହାରେ ସୁଞ୍ଜୱାନ୍‌ଠାରେ ଆତଙ୍କବାଦୀ ହମ୍‌ଲା ହୋଇଥିଲା।

୨୦୧୬ ମସିହା ସେପ୍ଟେମ୍ବର ୧୮ ତାରିଖରେ ଉରିଠାରେ ଥିବା ସେନା ବେସ୍‌ ହୋଇଥିବା ଆତଙ୍କବାଦୀ ହମ୍‌ଲାରେ ୧୯ ଜଣ ଯବାନ ସହିଦ ହୋଇଥିଲେ। ସେଭଳି ନଗ୍ରୋଟାଠାରେ ୨୦୧୬ ନଭେମ୍ବର ୨୯ରେ ଆତଙ୍କବାଦୀ ହମ୍‌ଲାରେ ୧୬ ଜଣ ଯବାନ ସହିଦ ହୋଇଥିଲେ।

ଉରି ଆକ୍ରମଣ ଏତେ ଭୟଙ୍କର ଥିଲା ଯେ ସମଗ୍ର ଦେଶ ଏଥିରେ ପ୍ରତିକ୍ରିୟାଶୀଳ ହୋଇଉଠିଥିଲା। ଏହାର କିଛି ଦିନ ପରେ ୨୮ ସେପ୍ଟେମ୍ବରରେ ଭାରତୀୟ ସେନା ପକ୍ଷରୁ ଦେଶର ପ୍ରଥମ ସର୍ଜିକାଲ ଷ୍ଟ୍ରାଇକ୍‌ କରାଯାଇଥିଲା। ସୀମା ସେପାଖରେ ପାକିସ୍ତାନରେ ଥିବା ଆତଙ୍କବାଦୀ କ୍ୟାମ୍ପ ଏହାର ଟାର୍ଗେଟ୍‌ରେ ଥିଲା। ଭାରତୀୟ ସେନା ସୀମା ପାର କରି ଏହି କ୍ୟାମ୍ପ ଧ୍ୱଂସ କରିବା ସହ ସେଠାରେ ଥିବା ଆତଙ୍କବାଦୀଙ୍କୁ ନିପାତ କରିଥିଲେ।

ତେବେ ଉରି ଆକ୍ରମଣ ପରେ ଭାରତୀୟ ସେନା ଜାଣିବାକୁ ପାଇଥିଲା ସେଠାରେ ଅଧିକାରୀଙ୍କ ପକ୍ଷରୁ କିଛି ତ୍ରୁଟି ରହିଥିଲା। ଯଦିଓ ସୁରକ୍ଷିତ ସ୍ଥାନ ଥିଲା ଯବାନ ତମ୍ବୁ ଭିତରେ ଶୋଇଥିଲେ। ଅନ୍ୟପକ୍ଷରେ ଆକ୍ରମଣ ନେଇ ଆଗୁଆ ସୂଚନା ଥିଲେ ମଧ୍ୟ ସେମାନେ ସତର୍କ ନଥିଲେ। ସେହିଭଳି ନଗ୍ରୋଟା ଘଟଣାରେ ଜଣେ ଆତଙ୍କବାଦୀ ସେନା କ୍ୟାମ୍ପ ଭିତରକୁ ପଶିଆସିଥିଲେ ମଧ୍ୟ ଏତେ ସୁରକ୍ଷା ବଳୟ ମଧ୍ୟରେ ସେ ଧରାନପଡ଼ିବା ନେଇ ସେନା ଚିନ୍ତାପ୍ରକଟ କରିଥିଲା। ସେ ଆସିବା ବାଟରେ ଏକ ମେସିନ୍‌ଗନ୍‌ ଥିବା ସିକ୍ୟୁରିଟି ପୋଷ୍ଟ ଥିଲେ ମଧ୍ୟ ଏଥିରେ ସେ ଧରା ପଡ଼ିନଥିଲା।

କମାଣ୍ଡରଙ୍କ ଉପରେ କର୍ଯ୍ୟାନୁଷ୍ଠାନ ନୂଆ ଘଟଣା ନୁହେଁ। ପୂର୍ବର ଏନ୍‌ଡିଏ ସରକାର ସମୟରେ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ମଧ୍ୟ ଏଳଭି କାର୍ଯ୍ୟାନୁଷ୍ଠାନ ନେଇଥିଲେ। ସେହିଭଳି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଏଥିରେ ଅସନ୍ତୋଷ ପ୍ରକଟ କରିବା ସହ ଉଭୟ ସ୍ଥଳ ଏବଂ ବାୟୁ ସେନା ଅଧିକାରୀଙ୍କ ସହ ଏନେଇ ଆଲୋଚନା କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story