କର୍ଫ୍ୟୁ ସତ୍ତ୍ୱେ ଶ୍ରୀଲଙ୍କାରେ ସ୍ଥିତି ଗମ୍ଭୀର, ବିଭିନ୍ନ ସ୍ଥାନରେ ହିଂସା

କଲମ୍ବୋ: ଶ୍ରୀଲଙ୍କାରେ ମୁସଲିମ୍‌ ବିରୋଧୀ ଦଙ୍ଗା ଧୀରେ ଧୀରେ ଅଧିକ ଉଗ୍ର ରୂପ ଧାରଣ କରିବାରେ ଲାଗିଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ଶ୍ରୀଲଙ୍କା ସରକାର ସମଗ୍ର ଦେଶରେ କର୍ଫ୍ୟୁ ଲାଗୁ କରିଥିଲ ହେଁ ଆଜି ବିଭିନ୍ନ ସ୍ଥାନରେ ବ୍ୟାପକ ହିଂସାକାଣ୍ଡ ଦେଖିବାକୁ ମିଳିଛି। ଏକ ନିଦ୍ଦିଷ୍ଟ ସଂପ୍ରଦାୟର ଲୋକଙ୍କ ଆକ୍ରମଣରେ ଜଣେ ମୁସଲିମ୍‌ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ପୁଟ୍ଟାଲାମ ଅଞ୍ଚଳରେ ରହୁଥିବା ଜଣେ ୪୫ ବର୍ଷୀୟ ବ୍ୟକ୍ତିଙ୍କୁ ଗତକାଲି ସଂଘବଦ୍ଧ ଭାବେ ଆକ୍ରମଣ କରାଯାଇଥିଲା। ତାଙ୍କୁ ତୁରନ୍ତ […]

www

Hemant Lenka
  • Published: Tuesday, 14 May 2019
  • , Updated: 14 May 2019, 02:40 PM IST

କଲମ୍ବୋ: ଶ୍ରୀଲଙ୍କାରେ ମୁସଲିମ୍‌ ବିରୋଧୀ ଦଙ୍ଗା ଧୀରେ ଧୀରେ ଅଧିକ ଉଗ୍ର ରୂପ ଧାରଣ କରିବାରେ ଲାଗିଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ଶ୍ରୀଲଙ୍କା ସରକାର ସମଗ୍ର ଦେଶରେ କର୍ଫ୍ୟୁ ଲାଗୁ କରିଥିଲ ହେଁ ଆଜି ବିଭିନ୍ନ ସ୍ଥାନରେ ବ୍ୟାପକ ହିଂସାକାଣ୍ଡ ଦେଖିବାକୁ ମିଳିଛି। ଏକ ନିଦ୍ଦିଷ୍ଟ ସଂପ୍ରଦାୟର ଲୋକଙ୍କ ଆକ୍ରମଣରେ ଜଣେ ମୁସଲିମ୍‌ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି।

ପୁଟ୍ଟାଲାମ ଅଞ୍ଚଳରେ ରହୁଥିବା ଜଣେ ୪୫ ବର୍ଷୀୟ ବ୍ୟକ୍ତିଙ୍କୁ ଗତକାଲି ସଂଘବଦ୍ଧ ଭାବେ ଆକ୍ରମଣ କରାଯାଇଥିଲା। ତାଙ୍କୁ ତୁରନ୍ତ ହସ୍ପିଟାଲ୍‌ ନିଆଯାଇଥିଲେ ହେଁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ବ୍ୟକ୍ତି ଜଣଙ୍କର ଏକ କାର୍ପେଣ୍ଟରୀ ଦୋକାନ ରହିଥିଲା। ସେହି ଦୋକାନ ଉପରେ ପ୍ରଥମେ ଦଙ୍ଗାକାରୀ ଆକ୍ରମଣ କରିଥିଲେ।

ଏହାପରେ ଧାରୁଆ ଅସ୍ତ୍ରରେ ପୂର୍ବୋକ୍ତ ବ୍ୟକ୍ତିଙ୍କୁ ଆକ୍ରମଣ କରିଥିଲେ। ସେହିପରି ଉତ୍ତର-ୱେଷ୍ଟର୍ଣ୍ଣ ପ୍ରଦେଶର ଏକାଧିକ ସ୍ଥାନରେ ଦଙ୍ଗାକାରୀମାନେ ବ୍ୟାପକ ପୋଡ଼ା ଜଳା କରିବା ସହ ସାଧାରଣ ଲୋକଙ୍କ ସମ୍ପତ୍ତିକୁ ନଷ୍ଟ କରିଛନ୍ତି। ପୁଲିସ୍‌ ଏବଂ ସୁରକ୍ଷାକର୍ମୀମାନେ ପରସ୍ଥିତି ନିୟନ୍ତ୍ରଣ କରିବାକୁ ଚେଷ୍ଟା କରୁଛନ୍ତି। ତଥାପି କେତେକ ଅସାମାଜିକ ବ୍ୟକ୍ତି ଦଙ୍ଗା ସୃଷ୍ଟି କରିବାରେ ଲାଗି ପଡ଼ିଛନ୍ତି।

ଶ୍ରୀଲଙ୍କାର ପ୍ରଧାନମନ୍ତ୍ରୀ ରାନିଲ ବିକ୍ରମସିଂଘେ ଦେଶରେ ସୃଷ୍ଟି ହୋଇଥିବା ସାଂପ୍ରଦାୟିକ ଦଙ୍ଗାକୁ ନିନ୍ଦା କରିବା ସହ ଲୋକଙ୍କୁ ଶାନ୍ତି ପ୍ରତିଷ୍ଠା ପାଇଁ ନିବେଦନ କରିଛନ୍ତି। ସେ କହିଛନ୍ତି‘, “ଏପ୍ରିଲ ୨୧ରେ ୩ଟି ଚର୍ଚ୍ଚ ଓ ୩ଟି ହୋଟେଲ୍‌ରେ ଆତଙ୍କବାଦୀମାନେ ସିରିଜ୍‌ ବିସ୍ଫୋରଣ କରିଥିଲେ। ଏଥିରେ ୨୫୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା।

ଏବେ ଏହି ଘଟଣାର ତଦନ୍ତ ଚାଲିଛି। ଏଥିରେ ପରଦା ଘୋଡ଼ାଇବା ପାଇଁ କିଛି ଅସାମାଜିକ ବ୍ୟକ୍ତି ଜୋରଦାର ଉଦ୍ୟମ କରୁଛନ୍ତି। ଏଥିପାଇଁ ଦେଶରେ ଏଭଳି ଦଙ୍ଗା ପରିସ୍ଥିତି ସୃଷ୍ଟି ହୋଇଛି।”

ଅନ୍ୟପକ୍ଷରେ ପୁଲିସ୍‌ ମୁଖ୍ୟ ଚନ୍ଦନା ବିକ୍ରମାରତ୍ନେ କହିଛନ୍ତି, ପୁଲିସ୍‌ ଦଙ୍ଗା ସୃଷ୍ଟି କରୁଥିବା ଲୋକଙ୍କୁ ଏଥିରୁ ବିରତ ରହିବାକୁ ନିବେଦନ କରୁଛି। ଅନ୍ୟଥା ପୁଲିସ୍‌ ବାଧ୍ୟ ହୋଇ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ବାଧ୍ୟ ହେବ। ଉତ୍ତର-ୱେଷ୍ଟର୍ଣ୍ଣ ପ୍ରଦେଶ ଲୋକମାନଙ୍କୁ ଘର ମଧ୍ୟରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଖ୍ରୀଷ୍ଟିୟାନ୍‌ ସଂପ୍ରଦାୟର ଲୋକମାନେ ସେମାନଙ୍କ ଉପରେ ଆକ୍ରମଣ କରିବା ସହ ଏକାଧିକ ମସଜିଦ୍‌କୁ ଭାଙ୍ଗି ଦେଇଛନ୍ତି। ସେହିପରି ମୁସଲିମମାନଙ୍କ ଦୋକାନରେ ମଧ୍ୟ ଭଙ୍ଗାରୁଜା ଓ ପୋଡ଼ାଜଳା କରିଛନ୍ତି। ପବିତ୍ର ରମଜାନ ମାସ ଚାଲିଥିବା ବେଳେ ମୁସଲିମ୍‌ମାନଙ୍କ ଧର୍ମପୀଠ ଉପରେ ଏପରି ଆକ୍ରମଣ ସମସ୍ତଙ୍କୁ ଅଡ଼ୁଆରେ ପକାଇଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ସରକାର ସୋଶାଲ୍‌ ମିଡିଆ ଉପରେ ରୋକ ଲଗାଇଛନ୍ତି। ସେହିପରି ସମଗ୍ର ଦେଶରେ କର୍ଫ୍ୟୁ ମଧ୍ୟ ଲାଗୁ କରାଯାଇଛି।

Related story