ଆଜମ୍ ଖାନଙ୍କ ବେଆଇନ ରିଜର୍ଟ ପାଚେରୀ ଉପରେ ଗଡିଲା ଯୋଗୀଙ୍କ ଜେସିବି

ରାମପୁର: ଆଜି ଉତ୍ତର ପ୍ରଦେଶର ରାମପୁର ଜିଲ୍ଲା ପ୍ରଶାସନ ସମାଜବାଦୀ ପାର୍ଟି ସାଂସଦ ଆଜମ୍ ଖାନଙ୍କ ବେଆଇନ ବିଳାସପୂର୍ଣ୍ଣ ରିଜର୍ଟ ‘ହମସଫର’ ପାଚେରୀ ଉପରେ ଜେସିବି ଚଢ଼ାଇ ମାଟିରେ ମିଶାଇ ଦେଇଛି। ଆଜମ ଖାନଙ୍କ ଏହି ରିଜର୍ଟ ବେଆଇନ୍ ବୋଲି ନିକଟରେ ଯୋଗୀ ସରକାର ଘୋଷଣା କରିଥିଲେ। ଏକ ହଜାର ବର୍ଗମିଟର ଜମି ଉପରେ ତିଆରି ହୋଇଥିବା ଏହି ରିଜର୍ଟକୁ ଉଦଘାଟନ କରିଥିଲେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂହ ଯାଦବ। ଏହି ବେଆଇନ ରିଜୋର୍ଟଟି ରାଜ୍ୟ ସରକାରଙ୍କ […]

AZAM KHAN HOME

Subhransu Sekhar
  • Published: Friday, 16 August 2019
  • , Updated: 16 August 2019, 06:25 PM IST

ରାମପୁର: ଆଜି ଉତ୍ତର ପ୍ରଦେଶର ରାମପୁର ଜିଲ୍ଲା ପ୍ରଶାସନ ସମାଜବାଦୀ ପାର୍ଟି ସାଂସଦ ଆଜମ୍ ଖାନଙ୍କ ବେଆଇନ ବିଳାସପୂର୍ଣ୍ଣ ରିଜର୍ଟ ‘ହମସଫର’ ପାଚେରୀ ଉପରେ ଜେସିବି ଚଢ଼ାଇ ମାଟିରେ ମିଶାଇ ଦେଇଛି। ଆଜମ ଖାନଙ୍କ ଏହି ରିଜର୍ଟ ବେଆଇନ୍ ବୋଲି ନିକଟରେ ଯୋଗୀ ସରକାର ଘୋଷଣା କରିଥିଲେ। ଏକ ହଜାର ବର୍ଗମିଟର ଜମି ଉପରେ ତିଆରି ହୋଇଥିବା ଏହି ରିଜର୍ଟକୁ ଉଦଘାଟନ କରିଥିଲେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂହ ଯାଦବ।

ଏହି ବେଆଇନ ରିଜୋର୍ଟଟି ରାଜ୍ୟ ସରକାରଙ୍କ ଜଳସେଚନ ବିଭାଗର ଜମିରେ ନିର୍ମାଣ ହୋଇଥିଲା ବୋଲି ଅଭିଯୋଗ ହୋଇଥିଲା। ଏହାପରେ ତଦନ୍ତ କରି ରାଜ୍ୟ ସରକାର ଆଜମ ଖାନଙ୍କ ଦ୍ୱାରା ନିର୍ମିତ ଏହି ରିଜୋର୍ଟକୁ ବେଆଇନ ବୋଲି ଦର୍ଶାଇବା ସହିତ ଭାଙ୍ଗିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଆଜମ ଖାନଙ୍କ ଦ୍ୱାରା ପ୍ରତିଷ୍ଠା ହୋଇଥିବା ମହମ୍ମଦ ଅଲ୍ଲୀ ଜଉହର ବିଶ୍ୱବିଦ୍ୟାଳୟରୁ ଏହି ବେଆଇନ ରିଜୋର୍ଟର ଦୂରତା ୩ କିଲୋମିଟର।

ଆଜମ ଖାନଙ୍କ ନାଁରେ ଆହୁରି ଅନେକ ଜମି ଜବରଦଖଲ କରିଥିବା ଅଭିଯୋଗ ରହିଥିବାରୁ ଉତ୍ତର ପ୍ରଦେଶ ସରକାର ଜୁଲାଇ ୨୯ରେ ଆଜମ୍ ଖାନଙ୍କୁ ଜମି ମାଫିଆ ବୋଲି ଘୋଷଣା କରିଛନ୍ତି।

ଏଥିସହିତ ବିଦେଶରୁ ବେଆଇନ ଟଙ୍କା ଆଣି ତାଙ୍କ ଦ୍ୱାରା ସ୍ଥାପିତ ବିଶ୍ୱବିଦ୍ୟାଳୟର ପୁଞ୍ଜି ନିବେଶ ହେଉଥିବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପ୍ରମାଣ ପାଇଛି।

Related story