ସୀମାରେ ପଥର ଫିଙ୍ଗାଫିଙ୍ଗି ହେଲେ ଭାରତ ଓ ଚୀନ୍ ସେନା

ନୂଆଦିଲ୍ଲୀ: ଡୋକଲାମ ବିବାଦର ସମାଧାନ ହୋଇନାହିଁ। ଏବେବି ସେଠାରେ ଉଭୟ ଭାରତ ଓ ଚୀନ୍‌ର ଯବାନମାନେ ମୁହାଁମୁହିଁ ହୋଇ ରହିଛନ୍ତି। ଡୋକଲାମରେ ସ୍ଥିତି ଉତ୍ତେଜନାପୂର୍ଣ୍ଣ ଥିବା ବେଳେ ଗତକାଲି ସକାଳେ ଲଦାଖର ପେଙ୍ଗୋଙ୍ଗ ହ୍ରଦର ଉତ୍ତର କୂଳରେ ଭାରତ ଓ ଚୀନ୍‌ ସେନା ମଧ୍ୟରେ ଛୋଟକାଟିଆ ସଂଘର୍ଷ ହୋଇଛି। ଉଭୟ ଦେଶର ଯବାନମାନେ ପରସ୍ପର ଉପରକୁ କିଛି ସମୟ ଧରି ପଥର ଫିଙ୍ଗି ଥିଲେ। ଏଥିରେ ଉଭୟ ପକ୍ଷର କିଛି ଯବାନ ଆହତ ହୋଇଛନ୍ତି। ଚୀନ ପ୍ରଥମେ […]

indiachina

indiachina

Rakesh Mallick
  • Published: Wednesday, 16 August 2017
  • Updated: 16 August 2017, 09:58 AM IST

Sports

Latest News

ନୂଆଦିଲ୍ଲୀ: ଡୋକଲାମ ବିବାଦର ସମାଧାନ ହୋଇନାହିଁ। ଏବେବି ସେଠାରେ ଉଭୟ ଭାରତ ଓ ଚୀନ୍‌ର ଯବାନମାନେ ମୁହାଁମୁହିଁ ହୋଇ ରହିଛନ୍ତି। ଡୋକଲାମରେ ସ୍ଥିତି ଉତ୍ତେଜନାପୂର୍ଣ୍ଣ ଥିବା ବେଳେ ଗତକାଲି ସକାଳେ ଲଦାଖର ପେଙ୍ଗୋଙ୍ଗ ହ୍ରଦର ଉତ୍ତର କୂଳରେ ଭାରତ ଓ ଚୀନ୍‌ ସେନା ମଧ୍ୟରେ ଛୋଟକାଟିଆ ସଂଘର୍ଷ ହୋଇଛି। ଉଭୟ ଦେଶର ଯବାନମାନେ ପରସ୍ପର ଉପରକୁ କିଛି ସମୟ ଧରି ପଥର ଫିଙ୍ଗି ଥିଲେ। ଏଥିରେ ଉଭୟ ପକ୍ଷର କିଛି ଯବାନ ଆହତ ହୋଇଛନ୍ତି।

ଚୀନ ପ୍ରଥମେ ଫୋପାଡ଼ି ଥିଲା ପଥର

ଚୀନ ସେନା ଗତକାଲି ସକାଳେ ଫିଙ୍ଗର ଫୋର୍‌ ଓ ଫିଙ୍ଗର ଫାଇଭ୍‌ ଦେଇ ଭାରତୀୟ ସୀମା ମଧ୍ୟକୁ ପଶିବାକୁ ଉଦ୍ୟମ କରିଥିଲା। ତେବେ ଭାରତୀୟ ଯବାନମାନେ ସେମାନଙ୍କର ଏହି ଉଦ୍ୟମକୁ ପଣ୍ଡ କରି ଦେଇଥିଲେ। ଚୀନ ଓ ଭାରତୀୟ ସେନା ମଧ୍ୟରେ ହାତାହାତି ହୋଇଥିବା ଖବର ମଧ୍ୟ ଆସିଛି। ଅନୁପ୍ରବେଶ ଉଦ୍ୟମ ଭଣ୍ଡୁର ହୋଇଯିବା ପରେ ଚୀନ୍‌ ଯବାନମାନେ ସେମାନଙ୍କ ସୀମାକୁ ଫେରି ଯାଇ ଭାରତୀୟ ଯବାନଙ୍କୁ ଲକ୍ଷ୍ୟ କରି ପଥର ଫୋପାଡ଼ିବା ଆରମ୍ଭ କରି ଦେଇଥିଲେ। ଭାରତୀୟ ଯବାନମାନେ ବି ଜବାବ ଦେଇଥିଲେ। ସେମାନେ ବି ଚୀନ ସେନା ଉପରକୁ ପଥର ଫିଙ୍ଗି ଥିଲେ। କିଛି ସମୟ ଧରି ଉଭୟ ପକ୍ଷରୁ ପଥର ଫିଙ୍ଗା ଜାରି ରହିବା ପରେ ସ୍ଥିତି ନିୟନ୍ତ୍ରଣାଧୀନ ହୋଇଥିଲା। ପଥର ମାଡ଼ରେ ଉଭୟ ପକ୍ଷର କିଛି ଯବାନ ଆହତ ହୋଇଛନ୍ତି।

ଏହା କ’ଣ ଚୀନର ନୂଆ ଚାଲ୍?

ଡୋକଲାମରେ ସ୍ଥିତି ଉତ୍ତେଜନାପୂର୍ଣ୍ଣ ଥିବା ବେଳେ ଲଦାଖରେ ଚୀନ ସେନାର ଏଭଳି କାରନାମା ଭାରତ ଉପରେ ଚାପ ପକାଇବା ପାଇଁ ଉଦ୍ଦିଷ୍ଟ ହୋଇଥାଇପାରେ ବୋଲି କୁହାଯାଉଛି।  ବିନା ଅସ୍ତ୍ରଶସ୍ତ୍ରରେ ଭାରତୀୟ ଯବାନଙ୍କୁ ଆକ୍ରମଣ କରିବା ଚୀନର ଉକ୍ତ ଷଡ଼ଯନ୍ତ୍ରର ଏକ ଅଂଶ ହୋଇଥାଇପାରେ। ପେଙ୍ଗୋଙ୍ଗ ହ୍ରଦ ନିକଟରେ ଦୁଇ ଦେଶର ଯବାନ ମୁହାଁମୁହିଁ ହେବା ନୂଆ କଥା ନୁହେଁ। ସୀମାକୁ ନେଇ କିଛି ସ୍ପଷ୍ଟତା ନଥିବାରୁ ଏମିତି ଅନେକ ଥର ଘଟିଛି। ତେବେ ଚୀନ ସେନା କେବେବି ଏଭଳି ଭାବେ ଆକ୍ରମଣ କରି ନ ଥିଲା।

ଚୀନରେ ଅଛି ହ୍ରଦର ୬୦ ଭାଗ

ପେଙ୍ଗୋଙ୍ଗ ହିମାଳୟର ଏକ ହ୍ରଦ। ଏହା ସମୁଦ୍ର ପତ୍ତନ ଠାରୁ ପ୍ରାୟ ୪,୫୦୦ ମିଟର ଉଚ୍ଚତାରେ ରହିଛି। ଏହା ଲମ୍ବ ୧୩୪ କିଲୋମିଟର। ଏହା ଭାରତରୁ ଚୀନ ପର୍ଯ୍ୟନ୍ତ ଲମ୍ବିଛି। ତେବେ ଏହି ହ୍ରଦର ପ୍ରାୟ ୬୦ ଭାଗ ଚୀନରେ ରହିଛି। ହ୍ରଦର ଓସାର ପ୍ରାୟ ୫ କିଲୋମିଟର। ଶୀତଦିନେ ହ୍ରଦଟି ପୂରା ବରଫ ପାଲଟି ଯାଏ।

ଅଧିକ ଖବର- ଭାରତ ପରିପକ୍ୱ, ଚୀନ୍‌ ଟିନ୍‌ଏଜର

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story