ନୂଆଦିଲ୍ଲୀ: କଂଗ୍ରେସ ଦିଲ୍ଲୀ ନିର୍ବାଚନ ପାଇଁ ଇସ୍ତାହାରରେ ବେକାରୀ ଭତ୍ତା ଘୋଷଣା କରିଛି। ଗ୍ରାଜୁଏଟ୍ଙ୍କୁ ଏଥିରେ ୫ ହଜାର ମିଳିବ ବୋଲି କୁହାଯାଇଛି ଏବଂ ପୋଷ୍ଟ ଗ୍ରାଜୁଏଟଙ୍କ ପାଇଁ ୭,୫୦୦ ଟଙ୍କା ରହିଛି। ଏଥିସହିତ ଦଳ ଏହି ନିର୍ବାଚନ ଜିତିଲେ ନାଗରିକତା ସଂଶୋଧନ ଆଇନ (ସିଏଏ) ମାମଲାରେ କେନ୍ଦ୍ର ସରକାରଙ୍କୁ ସୁପ୍ରିମ୍କୋର୍ଟକୁ ଟାଣିବ ବୋଲି କୁହାଯାଇଛି।
ଏଥି ସହିତ ସରକାରକୁ ଆସିଲେ ଦଳ ଏନ୍ଆରସି ଏବଂ ଏନ୍ପରିଆରର ବର୍ତ୍ତମାନର ଫର୍ମରେ ଲାଗୁ କରାଯିବନି ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି।
ରବିବାର ଦିଲ୍ଲୀ କଂଗ୍ରେସ ମୁଖ୍ୟ ସୁଭାଷ ଚୋପ୍ରା, ଆନନ୍ଦ ଶର୍ମା ଏବଂ ଅଜୟ ମାକେନ୍ ଆଦିଙ୍କ ଉପସ୍ଥିତିରେ ଏହି ନିର୍ବାଚନୀ ଇସ୍ତାହାର ଜାରି କରାଯାଇଛି। ଏତିରେ ବିଭିନ୍ନ ଅଫର ମଧ୍ୟରେ ମାଗଣା ବିଜୁଳିର ମଧ୍ୟ ଏକ ଅଫର ରହିଛି। ଏହା ପୂର୍ବର ଆମ୍ ଆଦମୀ ପାର୍ଟି ସରକାରର ଅନୁକରଣରେ ଏକ ଘୋଷଣା ବୋଲି କୁହାଯାଉଛି।
ସେହିଭଳି ବର୍ତ୍ତମାନ କେଜ୍ରିୱାଲଙ୍କ ସରକାର ୨୦ ହଜାର ଲିଟର ମାଗଣା ପାଣି ଯୋଗାଉଛି। କଂଗ୍ରେସ ଜଳ ବଞ୍ଚାଇବା ପାଇଁ ଘୋଷଣା କରିଛି ୨୦୦୦୦ ଲିଟର ଲିମିଟ୍ରୁ ଯେତିକି ଜଳ ବଞ୍ଚାଯିବ ସେତିକି ୩୦ ପଇସା ଲେଖାଏ କ୍ୟାଶବ୍ୟାକ୍ ମିଳିବ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।