କଂଗ୍ରେସରେ ଆର୍ଥିକ ସଂକଟ: ଲୋକଙ୍କୁ ମାଗିଲେ ସାହାଯ୍ୟ

ନୂଆଦିଲ୍ଲୀ: ଆର୍ଥିକ ସଂକଟ ଦେଇ ଗତି କରୁଛି ଭାରତୀୟ କଂଗ୍ରେସ ପାର୍ଟି। ଏଥିପାଇଁ ଦଳ ସାଧାରଣ ଲୋକଙ୍କଠାରୁ ଚାନ୍ଦା ମାଗିବା ଆରମ୍ଭ କରିଛି। ଦଳ ନିଜ ଅଫିସିଆଲ୍‌ ଟ୍ୱିଟର ଆକାଉଣ୍ଟରେ ଏକ ଡୋନେସନ୍‌ ଫର୍ମର ଲିଙ୍କ୍ ସେୟାର କରିଛି। ଏଥିରେ ଲେଖାଅଛି ଗଣତନ୍ତ୍ରଙ୍କୁ ବଞ୍ଚାଇବା  ପାଇଁ ଆମକୁ ସାହାଯ୍ୟ କରନ୍ତୁ। ପୂର୍ବତନ ମନ୍ତ୍ରୀ ଶଶି ଥରୁର କହିଛନ୍ତି, ବିଜେପି ଏବେ କେନ୍ଦ୍ରରେ କ୍ଷମତାରେ ଥିବାରୁ ଦଳକୁ ଅଧିକ ଚାନ୍ଦା ମିଳୁଛି। କିନ୍ତୁ ବିରୋଧୀ ଦଳଗୁଡ଼ିକ ପାଖରେ ପାଣ୍ଠିର […]

rahul

rahul

Rakesh Mallick
  • Published: Friday, 25 May 2018
  • Updated: 25 May 2018, 08:22 PM IST

Sports

Latest News

ନୂଆଦିଲ୍ଲୀ: ଆର୍ଥିକ ସଂକଟ ଦେଇ ଗତି କରୁଛି ଭାରତୀୟ କଂଗ୍ରେସ ପାର୍ଟି। ଏଥିପାଇଁ ଦଳ ସାଧାରଣ ଲୋକଙ୍କଠାରୁ ଚାନ୍ଦା ମାଗିବା ଆରମ୍ଭ କରିଛି। ଦଳ ନିଜ ଅଫିସିଆଲ୍‌ ଟ୍ୱିଟର ଆକାଉଣ୍ଟରେ ଏକ ଡୋନେସନ୍‌ ଫର୍ମର ଲିଙ୍କ୍ ସେୟାର କରିଛି। ଏଥିରେ ଲେଖାଅଛି ଗଣତନ୍ତ୍ରଙ୍କୁ ବଞ୍ଚାଇବା  ପାଇଁ ଆମକୁ ସାହାଯ୍ୟ କରନ୍ତୁ।

ପୂର୍ବତନ ମନ୍ତ୍ରୀ ଶଶି ଥରୁର କହିଛନ୍ତି, ବିଜେପି ଏବେ କେନ୍ଦ୍ରରେ କ୍ଷମତାରେ ଥିବାରୁ ଦଳକୁ ଅଧିକ ଚାନ୍ଦା ମିଳୁଛି। କିନ୍ତୁ ବିରୋଧୀ ଦଳଗୁଡ଼ିକ ପାଖରେ ପାଣ୍ଠିର ଅଭାବ ଦେଖା ଦେଇଛି।  ଆମେ ଜନତାଙ୍କଠାରୁ ଚାନ୍ଦା ଆଦାୟ କରିବୁ ଏବଂ ୨୦୧୯ରେ କଂଗ୍ରେସ ପୁଣି ସରକାର ଗଠନ କରିବ।

ଟ୍ୱିଟ୍‌ରେ କ’ଣ ଲେଖିଛି କଂଗ୍ରେସ?

ଦଳ ନିଜ ଅଫିସିଆଲ୍‌ ଟ୍ୱିଟର ଆକାଉଣ୍ଟରେ #IContributeForIndia ହାସ୍‌ଟାଗ୍‌ ସହିତ ଲେଖିଛି ଯେ, କଂଗ୍ରେସକୁ ଆପଣଙ୍କ ସମର୍ଥନ ଏବଂ ସାହାଯ୍ୟର ଆବଶ୍ୟକତା ରହିଛି। ୭୦ବର୍ଷ ପୁରୁଣା ଗଣତନ୍ତ୍ରକୁ ବଞ୍ଚାଇବା ପାଇଁ ଆପଣଙ୍କ ଛୋଟ ଯୋଗଦାନ ଦେଇ ଆମକୁ ସାହାଯ୍ୟ କରନ୍ତୁ।

formconggକଂଗ୍ରେସକୁ କିଏ ବତାଇଲା ଏହି ଉପାୟ?

ଦଳକୁ ଶଶି ଥରୁର ଏହି ବାଟ ଦେଖାଇଛନ୍ତି। ଟ୍ୱିଟ୍‌ କରି ସେ ଲୋକମାନଙ୍କଠୁ ଚାନ୍ଦା ଆଦାୟ କରିବାକୁ ଦଳକୁ ପରାମର୍ଶ ଦେଇଥିଲେ। ଏହା ପରେ କଂଗ୍ରେସ ଡୋନେସନ୍‌ ଫର୍ମର ଲିଙ୍କ୍‌ ତା’ର ଅଫିସିଆଲ୍ ଟ୍ୱିଟର ପେଜ୍‌ରେ ସେୟାର କରିଥିଲା। ଲୋକେ ୨୫୦ ଟଙ୍କାରୁ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଦାନ କରିପାରିବେ ବୋଲି ଏଥିରେ ଉଲ୍ଲେଖ କରାଯାଇଛି।

କାହିଁକି ଉପୁଜିଲା ଏମିତି ସ୍ଥିତି?

ପ୍ରାୟତଃ କଂଗ୍ରେସକୁ ଚାନ୍ଦା ଦେଉଥିବା ବଡ଼ ବଡ଼ ଶିଳ୍ପପତି ବା ଉଦ୍ୟୋଗପତିଙ୍କ ସଂଖ୍ୟା କମିଯାଉଛି। ବୋଧହୁଏ ଦଳ କେନ୍ଦ୍ର ସହିତ ଅଧିକାଂଶ ରାଜ୍ୟରେ କ୍ଷମତା ହରାଇବାରୁ ଏହି ସ୍ଥିତି ଉପୁଜିଛି।  ୨୦୧୩ରେ କଂଗ୍ରେସ ପାଖରେ ୧୫ଟି ରାଜ୍ୟ ଥିଲା, କିନ୍ତୁ ଏବେ ଦଳ ପାଖରେ କେବଳ ୨ଟି ବଡ଼ ରାଜ୍ୟ ରହିଛି। ସେପଟେ ବିଜେପି ଏବଂ ଏନ୍‌ଡିଏ ୨୦ଟି ରାଜ୍ୟରେ ଶାସନ କରୁଛନ୍ତି। ଶୁଣିବାକୁ ମିଳୁଛି ଯେ କଂଗ୍ରେସକୁ କୁଆଡ଼େ ପାଣ୍ଠି ନଦେବାକୁ ବିଜେପି ପକ୍ଷରୁ କିଛି ଉଦ୍ୟୋଗକୁ କୁହାଯାଇଛି।

କଂଗ୍ରେସ ନେତା ଦିବ୍ୟ ସ୍ପନ୍ଦନ କହିଛନ୍ତି, ‘ଆମ ପାଖରେ ଅର୍ଥର ଅଭାବ ରହିଛି। ବିଜେପି ତୁଳନାରେ ଆମକୁ କମ୍‌ ଫଣ୍ଡ ମିଳୁଛି। ଦଳ ଏବେ ପାଣ୍ଠି ପାଇଁ ଅନଲାଇନ୍‌ ସୋର୍ସ ଉପରେ ଅଧିକ ନିର୍ଭର କରୁଛି।’

୨୦୧୬-୧୭ରେ କଂଗ୍ରେସର ଆୟ କମିଛି

୨୦୧୬-୧୭ରେ ୭ଟି ଜାତୀୟ ଦଳର ମୋଟ ଆୟ ଥିଲା ୧୫୫୯ କୋଟି ଟଙ୍କା। ଏଥିରେ ସବୁଠୁ ଅଧିକ ପାଣ୍ଠି ଠୁଳ କରିଥିଲା ବିଜେପି। ବିଜେପିର ଆୟ ୮୧.୮% ବଢ଼ି ୧୦୩୪ କୋଟି ଟଙ୍କା ହୋଇଥିଲା। ୨୦୧୫-୧୬ରେ ଏହା ୫୭୦.୮୬ କୋଟି ଟଙ୍କା ଥିଲା। ଅନ୍ୟପକ୍ଷରେ କଂଗ୍ରେସର ଆୟ ୧୪% ହ୍ରାସ ପାଇଥିଲା। ଦଳର ଆୟ ୨୬୧.୫୬ କୋଟି ଟଙ୍କାରୁ ହ୍ରାସ ପାଇ ୨୨୫.୩୬ କୋଟି ଟଙ୍କା ହୋଇଥିଲା।

ବିଜେପିକୁ ୨୦୧୬-୧୭ରେ ଦାନ ମାଧ୍ୟମରେ ୯୯୭.୧୭ କୋଟି ଟଙ୍କା ମିଳିଥିଲା। ଏହା ଥିଲା ୨୦୧୬-୧୭ ଆର୍ଥିକ ବର୍ଷରେ ଦଳର ମୋଟ ଆୟର ୯୬.୪୧%। ସେପଟେ ଏହି ସମୟରେ କଂଗ୍ରେସକୁ ୫୦.୬୨୬କୋଟି ଟଙ୍କା ମିଳିଥିଲା, ଯାହା ଦଳର ମୋଟ ଆୟର ୫୧.୩୨% ଥିଲା।

ବିଜେପି ୨୦୧୬-୧୭ ଆର୍ଥିକ ବର୍ଷରେ ୬୦୬.୬୪ କୋଟି ଟଙ୍କା ନିର୍ବାଚନ ଓ ପ୍ରଚାର ଅଭିଯାନରେ ଖର୍ଚ୍ଚ କରିଥିଲା। ଏଥିସହ ପ୍ରଶାସନିକ କାମରେ ୬୯.୭୮ ଟଙ୍କା ବ୍ୟୟ କରିଥିଲେ। ସେହିପରି, କଂଗ୍ରେସ ନିର୍ବାଚନରେ ୧୪୯.୬୫ କୋଟି ଟଙ୍କା ଏବଂ ପ୍ରଶାସନିକ କାମରେ ପାଖାପାଖି ୧୧୫.୬୫ କୋଟି ଟଙ୍କା ଖର୍ଚ୍ଚ କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story