ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର୍): ଜର୍ମାନୀ ଗସ୍ତରେ ଥିବା କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ କିଛି ଫଟୋ ଏବେ ସୋଶାଲ୍ ମିଡିଆରେ ଭାଇରାଲ୍ ହେଉଛି।
ଜର୍ମାନ୍ ସଂସଦରେ ଭିନ୍ନ ଭିନ୍ନ ଭଙ୍ଗୀରେ ଛିଡ଼ା ହୋଇ ରାହୁଲ୍ କିଛି ଫଟୋ ନେଇଥିଲେ। ଏସବୁ ଫଟୋକୁ କଂଗ୍ରେସ ଦଳ ନିଜ ଟ୍ୱିଟର୍ ଆକାଉଣ୍ଟରେ ସେୟାର କରି, ଫଟୋର କ୍ୟାପସନ୍ରେ ‘ ଭିନ୍ନ ଭିନ୍ନ ମୁଦ୍ରାରେ ରାହୁଲ୍’ ବୋଲି ଲେଖିଥିଲା। ତେବେ ସୋଶାଲ୍ ମିଡିଆରେ ଏହି ଫଟୋଗୁଡ଼ିକ ଭାଇରାଲ୍ ହେବା ପରେ ସାଧାରଣ ଲୋକେ ଖୁବ୍ କଡ଼ା ଟିପ୍ପଣୀ ଦେଇଛନ୍ତି।
ଜଣେ ଟ୍ୱିଟ୍ କରି, ‘ମା’ ବିବାହ ପାଇଁ କଥାବାର୍ତ୍ତା କରୁଥିବା ବେଳେ ମୁଁ’ ବୋଲି ଫଟୋଟିର ନୂଆ କ୍ୟାପ୍ସନ୍ ଦେଇଛନ୍ତି।
ଅନ୍ୟଜଣେ ଲେଖିଛନ୍ତି, ‘ବିନା ଟିକେଟ୍ରେ ଟ୍ରେନ୍କୁ ଚଢ଼ି ଯାଇଥିବାବେଳେ ଟିଟି ପଳାଇ ଆସିବାର ସ୍ଥିତିରେ ପଡ଼ିଥିବା ଭଳି ରାହୁଲ୍ ଦିଶୁଛନ୍ତି’।
ସେହିପରି ଆଉ କେହି କଂଗ୍ରେସ ହିଁ କଂଗ୍ରେସର ମଜା ଉଡ଼ାଉଛି ବୋଲି ଟିପ୍ପଣୀ ଦେଇଛନ୍ତି।
କଂଗ୍ରେସର ଏହି ପୋଷ୍ଟିଂକୁ ବିଜେପି ମଧ୍ୟ ଶେୟାର୍ କରିଛି। ପୋଷ୍ଟ୍କୁ ଶେୟାର୍ କରି ବିଜେପି ପକ୍ଷରୁ ଏହାର କ୍ୟାପ୍ସନ୍ରେ କୁହାଯାଇଛି, ‘ଏସବୁ ଫଟୋକୁ ଶେୟାର ନକରି ରହିହେବନି’।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।