ପରାଜୟର କାରଣ ଖୋଜିଲା କଂଗ୍ରେସ, ନିର୍ବାଚନରେ ରାହୁଲଙ୍କ କାର୍ଯ୍ୟଶୈଳୀକୁ ଦଳର ପ୍ରଶଂସା

ନୂଆଦିଲ୍ଲୀ: ସାଧାରଣ ନିର୍ବାଚନରେ ପରାଜୟ ପରେ ଆଜି ଦିଲ୍ଲୀରେ କଂଗ୍ରେସ କାର୍ଯ୍ୟକାରିଣୀ କମିଟି (CWC) ବସିଥିଲା। ବୈଠକରେ ନିର୍ବାଚନରେ ଦଳର ଅତି ଖରାପ ପ୍ରଦର୍ଶନ ପାଇଁ ନିଜକୁ ଦାୟୀ କରିଥିଲେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି। ଏଥିସହ ଏହି ବୈଠକରେ ସେ ଇସ୍ତଫା ଦେବାକୁ କାହିଁକି ଚାହୁଁଛନ୍ତି, ସେ ସମ୍ପର୍କରେ ନିଜର ମତ ରଖିଥିଲେ। ହେଲେ କମିଟି ସଦସ୍ୟଙ୍କ ଦ୍ୱାରା ଏହା ଅଗ୍ରାହ୍ୟ ହୋଇଛି। ୩ ଘଣ୍ଚା ଧରି ଚାଲିଥିବା ଏହି ବୈଠକରେ ଆଗାମୀ ବିଧାନସଭା ନିର୍ବାଚନ […]

cwc meeting (1)

cwc meeting (1)

Subhransu Sekhar
  • Published: Saturday, 25 May 2019
  • Updated: 25 May 2019, 04:58 PM IST

Sports

Latest News

ନୂଆଦିଲ୍ଲୀ: ସାଧାରଣ ନିର୍ବାଚନରେ ପରାଜୟ ପରେ ଆଜି ଦିଲ୍ଲୀରେ କଂଗ୍ରେସ କାର୍ଯ୍ୟକାରିଣୀ କମିଟି (CWC) ବସିଥିଲା। ବୈଠକରେ ନିର୍ବାଚନରେ ଦଳର ଅତି ଖରାପ ପ୍ରଦର୍ଶନ ପାଇଁ ନିଜକୁ ଦାୟୀ କରିଥିଲେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି। ଏଥିସହ ଏହି ବୈଠକରେ ସେ ଇସ୍ତଫା ଦେବାକୁ କାହିଁକି ଚାହୁଁଛନ୍ତି, ସେ ସମ୍ପର୍କରେ ନିଜର ମତ ରଖିଥିଲେ। ହେଲେ କମିଟି ସଦସ୍ୟଙ୍କ ଦ୍ୱାରା ଏହା ଅଗ୍ରାହ୍ୟ ହୋଇଛି। ୩ ଘଣ୍ଚା ଧରି ଚାଲିଥିବା ଏହି ବୈଠକରେ ଆଗାମୀ ବିଧାନସଭା ନିର୍ବାଚନ ବାବଦରେ ମଧ୍ୟ ଆଲୋଚନା ହୋଇଥିବାର ସୂଚନା ରହିଛି। ବୈଠକ ପରେ କିନ୍ତୁ କାର୍ଯ୍ୟକାରିଣୀର କୌଣସି ସଦସ୍ୟ ଗଣମାଧ୍ୟମ ସାମ୍ନାରେ ପ୍ରତିକ୍ରିୟା ରଖିନଥିଲେ। ଏହାପରେ ଦଳ ପ୍ରେସ କନଫରେନସ କରି ନିର୍ବାଚନରେ ରାହୁଲଙ୍କ କାର୍ଯ୍ୟଶୈଳୀକୁ ପ୍ରଶଂସା କରିଛି।

ଦଳର ସ୍ଥିତି ଏପରି ହୋଇଛି ଯେ ରାହୁଲ ଗାନ୍ଧି ଇସ୍ତଫା ଦେବାକୁ ବାଧ୍ୟ ହୋଇଥିଲେ। ହେଲେ ଏଭଳି ସ୍ଥିତିରେ ରାହୁଲ ହିଁ ଏକମାତ୍ର ନେତା ଯିଏକି ଦଳକୁ ଆଗକୁ ନେଇପାରିବେ ବୋଲି ସିଡବ୍ଲ୍ୟୁସି ସଦସ୍ୟ ଗୁଲାମ ନବୀ ଆଜାଦ୍ କହିଛନ୍ତି। ତେବେ ଆଗକୁ ଦଳ ନିଜ ବିଚାରଧାରାକୁ ନେଇ ପୁଣି ଲଢ଼ିବେ ବୋଲି ସେ କହିଛନ୍ତି।

ଦଳ ପରାଜୟର କାରଣ ଖୋଜିବା ପାଇଁ ସମସ୍ତ ପ୍ରକାର ସମୀକ୍ଷା କରିବ ବୋଲି କଂଗ୍ରେସ ନେତା କହିଛନ୍ତି। ଏବେ ଦଳ ଆଗାମୀ ବିଧାନସଭା ନିର୍ବାଚନ ଉପରେ ଫୋକସ ରଖିଛି। ସୂଚନା ଥାଉ କି ନିକଟ ଭବିଷ୍ୟତରେ ମହାରାଷ୍ଟ୍ର, ହରିଆନା ଓ ଝାରଖଣ୍ଡ ବିଧାନସଭା ନିର୍ବାଚନ ରହିଛି। ଜମ୍ମୁ କଶ୍ମୀରରେ କୌଣସି ମୁହୂର୍ତ୍ତରେ ବିଧାନସଭା ନିର୍ବାଚନ ହୋଇପାରେ। ଏଥିସହ ଆସନ୍ତାବର୍ଷ ଫେବୃଆରୀରେ ଦିଲ୍ଲୀ ବିଧାନସଭା ନିର୍ବାଚନ ହେବାକୁ ଥିବାରୁ କଂଗ୍ରେସ ନିଜ ଭୁଲକୁ ସୁଧାରି ଏଥିରେ ସଫଳ ହେବାକୁ ଚେଷ୍ଟା କରିବ ବୋଲି ପ୍ରେସ କନଫରେସନରେ କଂଗ୍ରେସ ନେତା କହିଛନ୍ତି।

କଂଗ୍ରେସ କାର୍ଯ୍ୟକାରିଣୀ ବୈଠକରେ ମୋଟ ୨୩ ଜଣ ସଦସ୍ୟ ରହିଛନ୍ତି। ଚଳିତ ଥର ୪ ଜଣ ସଂସଦକୁ ନିର୍ବାଚିତ ହୋଇଥିବା ବେଳେ ୧୨ ଜଣ ପରାଜିତ ହୋଇଛନ୍ତି।  ୭ ଜଣ ଚଳିତଥର ନିର୍ବାଚନ ଲଢ଼ିନଥିଲେ।

ତେବେ ନିର୍ବାଚନରେ ହାରିବା ପରେ ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ, ୟୁପି ପିସିସି ସଭାପତି ରାଜ ବବର ଓ କର୍ଣ୍ଣାଟକ କଂଗ୍ରେସ ନିର୍ବାଚନ ଦାୟିତ୍ୱରେ ଥିବା ଏଚ.କେ ପାଟିଲ ନିଜ ପଦବୀରୁ ଇସ୍ତଫା ଦେଇଥିବା କଥା ଦଳ ସ୍ପଷ୍ଟ କରିଛି।

ଏହି ବୈଠକରେ ସିଡବ୍ଲ୍ୟୁସି ସଦସ୍ୟ ତଥା ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲନାଥଙ୍କୁ ଛାଡ଼ିଦେଲେ ୪ କଂଗ୍ରେସ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଯୋଗ ଦେଇଥିବା ଜଣାପଡ଼ିଛି। ମଧ୍ୟପ୍ରଦେଶ ଓ କର୍ଣ୍ଣାଟକରେ ବିଜେପି ସରକାର ଗଢ଼ିବା ପାଇଁ ପ୍ରୟାସ କରୁଥିବାରୁ ଏ ବାବଦରେ ମଧ୍ୟ ଏହି ବୈଠକରେ ଆଲୋଚନା ହୋଇଥିବା ଜଣାପଡ଼ିଛି। କଂଗ୍ରେସ ୨୦୧୪ରେ ୪୪ଟି ଆସନ ଜିତିଥିବା ବେଳେ ଚଳିତଥର ୫୨ଟି ଆସନ ଜିତିବାରେ ସକ୍ଷମ ହୋଇଛି।

ୟୁପିଏ ଅଧ୍ୟକ୍ଷ ସୋନିଆ ଗାନ୍ଧି, କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଗୁଲାମ ନବୀ ଆଜାଦ୍, ପ୍ରିୟଙ୍କା ଗାନ୍ଧି ଭାଡ୍ରା, ପରାଜିତ ନେତା ମଲ୍ଲିକାର୍ଜୁନ ଖାଡ଼ଗେ, ଜ୍ୟୋତିରାଦିତ୍ୟ ସିନ୍ଧିଆ, ଆଦି ୨୨ ଜଣ କଂଗ୍ରେସ କମିଟି ସଦସ୍ୟ ଯୋଗ ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story