କେନ୍ଦ୍ରରେ ସରକାର ଗଢ଼ିବା ପାଇଁ ନବୀନ ପଟ୍ଟନାୟକଙ୍କ ସହ କଥା ହେଲା କଂଗ୍ରେସ!

ନୂଆଦିଲ୍ଲୀ: କେନ୍ଦ୍ରରେ ସରକାର ଗଢ଼ିବା ପାଇଁ କଂଗ୍ରେସ ଓଡ଼଼ିଶା ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ସହ ନିର୍ବାଚନ ପରବର୍ତ୍ତୀ ମେଣ୍ଟ ନେଇ କଥା ହୋଇଥିବା ସୂଚନା ମିଳିଛି। ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲନାଥଙ୍କ ମାଧ୍ୟମରେ କଂଗ୍ରେସର କେନ୍ଦ୍ରୀୟ ନେତୃବର୍ଗ ଏହି କଥାବାର୍ତ୍ତା କରିଥିବା ଖବର ସରବରାହ ସଂସ୍ଥା ଆଇଏଏନସ୍‌ ପ୍ରକାଶ କରିଛି। ସେହିଭଳି ତେଲେଙ୍ଗାନାର ଟିଆରଏସ୍‌, ଆନ୍ଧ୍ରପ୍ରଦେଶର ଓ୍ୱାଇଏସ୍ଆ‌ର୍‌ କଂଗ୍ରେସ ସହ ମଧ୍ୟ କଂଗ୍ରେସ ଔପଚାରିକ ଭାବେ ନିର୍ବାଚନ ପରବର୍ତ୍ତୀ ମେଣ୍ଟ ନେଇ […]

congress talk with bjd

Subhransu Sekhar
  • Published: Sunday, 12 May 2019
  • , Updated: 12 May 2019, 02:15 PM IST

ନୂଆଦିଲ୍ଲୀ: କେନ୍ଦ୍ରରେ ସରକାର ଗଢ଼ିବା ପାଇଁ କଂଗ୍ରେସ ଓଡ଼଼ିଶା ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ସହ ନିର୍ବାଚନ ପରବର୍ତ୍ତୀ ମେଣ୍ଟ ନେଇ କଥା ହୋଇଥିବା ସୂଚନା ମିଳିଛି। ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲନାଥଙ୍କ ମାଧ୍ୟମରେ କଂଗ୍ରେସର କେନ୍ଦ୍ରୀୟ ନେତୃବର୍ଗ ଏହି କଥାବାର୍ତ୍ତା କରିଥିବା ଖବର ସରବରାହ ସଂସ୍ଥା ଆଇଏଏନସ୍‌ ପ୍ରକାଶ କରିଛି। ସେହିଭଳି ତେଲେଙ୍ଗାନାର ଟିଆରଏସ୍‌, ଆନ୍ଧ୍ରପ୍ରଦେଶର ଓ୍ୱାଇଏସ୍ଆ‌ର୍‌ କଂଗ୍ରେସ ସହ ମଧ୍ୟ କଂଗ୍ରେସ ଔପଚାରିକ ଭାବେ ନିର୍ବାଚନ ପରବର୍ତ୍ତୀ ମେଣ୍ଟ ନେଇ ଆଲୋଚନା କରିଥିବା ଜଣାପଡ଼ିଛି।

କଂଗ୍ରେସ ମୋଟ ଲୋକସଭା ଆସନରୁ ଚଳିତଥର ୧୫୦ଟି ଆସନ ଜିତିବ ବୋଲି ଦାବି କରୁଛି। ଯାହାକି ମ୍ୟାଜିକ ନମ୍ବରଠୁ ୧୦୦ରୁ ଅଧିକ ଆସନ ଦୂରରେ ରହିବ। ହେଲେ ଏବେ ଦଳ ବିଭିନ୍ନ ଆଞ୍ଚଳିକ ଦଳକୁ ୟୁପିଏରେ ସାମିଲ କରି ବିଜେପିକୁ ସରକାର ଗଢ଼ିବାରୁ ରୋକିବା ପାଇଁ ଚେଷ୍ଟା କରୁଛି ବୋଲି ଜଣାପଡ଼ିଛି।

ମେ’ ୧୯ରେ ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ପରେ ବିଜେପି ବିରୋଧୀ ଦଳ ଗୁଡ଼ିକ ଦିଲ୍ଲୀରେ ଏକ ବୈଠକ କରିବେ ବୋଲି ସୂଚନା ମିଳିଛି। ଏମିତିକି ଏହି ବୈଠକକୁ ବିହାର ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ସୁପ୍ରିମୋ ନୀତୀଶ କୁମାରଙ୍କୁ ବି ଡକାଯାଇପାରେ ବୋଲି ଯୋଜନା ରହିଛି। ସୂଚନାଯୋଗ୍ୟ, ନୀତୀଶ ଏବେ ଏନ୍‌ଡିଏରେ ସାମିଲ ଅଛନ୍ତି।

ଆନ୍ଧ୍ରପ୍ରଦେଶରେ ଓ୍ୱାଇଏସ୍‌ଆର୍‌ କଂଗ୍ରେସ ଶାସକ ଦଳ ତେଲୁଗୁ ଦେଶମ ପାର୍ଟିକୁ କଡ଼ା ଚ୍ୟାଲେଞ୍ଜ ଦେଉଛି ଏବଂ ଏନଡିଏରୁ ଓହରିବା ପରେ ଆଗାମୀ ଦିନରେ ଟିଡିପି ୟୁପିଏରେ ସାମିଲ ହେବାର ସମ୍ଭାବନା ଅଧିକ ରହିଛି। ତେଣୁ ୟୁପିଏରେ ସାମିଲ ହେବା ନେଇ କଂଗ୍ରେସର ପ୍ରସ୍ତାବକୁ  ଓ୍ୱାଇଏସ୍‌ଆର୍‌ କଂଗ୍ରେସ ଗ୍ରହଣ ନ କରିପାରେ ବୋଲି କୁହାଯାଉଛି। 

ସେହିଭଳି ଟିଡିପି ଓ କଂଗ୍ରେସ ତେଲେଙ୍ଗାନା ବିଧାନସଭା ନିର୍ବାଚନରେ ଏକାଠି ହୋଇ ଟିଆରଏସ୍‌ ବିରୋଧରେ ନିର୍ବାଚନ ଲଢ଼ିଥିଲେ। ତେବେ କେସିଆରଙ୍କ  ନେତୃତ୍ୱରେ ଟିଆରଏସ୍‌ ଏକାକୀ ସ୍ପଷ୍ଟ  ଜନାଦେଶ ପାଇଥିଲା। ତେଣୁ କଂଗ୍ରେସ ନେତୃତ୍ୱାଧୀନ ମେଣ୍ଟରେ ଯଦି କେସିଆର ଯୋଗ ଦେବେ, ତା’ହେଲେ କୌଣସି ବଡ଼ ସର୍ତ୍ତ ରଖିପାରେ ବୋଲି ଆଲୋଚନା ହେଉଛି। 

କେନ୍ଦ୍ରରେ ଆଗାମୀ ସରକାର ଗଢ଼ିବା ପାଇଁ ଆଞ୍ଚଳିକ ଦଳ ଉପରେ ଏବେ ଉଭୟ କଂଗ୍ରେସ ଓ ବିଜେପିର ନଜର ରହିଛି ବୋଲି କୁହାଯାଉଛି। ଦେଶରେ କେହି ମ୍ୟାଜିକ୍‌ ନମ୍ୱର ଛୁଇଁପାରିବେ ନାହିଁ ବୋଲି ବିଭିନ୍ନ ସର୍ଭେରୁ ଜଣାପଡ଼ିବା ପରେ ଏବେ ଉଭୟ ବିଜେପି ଓ କଂଗ୍ରେସ ଭିତିରିଆ ବିଭିନ୍ନ ଆଞ୍ଚଳିକ ଦଳ ସହ ଆଲୋଚନା କରୁଥିବା ଜଣାପଡ଼ିଛି। ସେପଟେ ବିଭିନ୍ନ ଆଞ୍ଚଳିକ ଦଳ ମଧ୍ୟ ଏକ ହୋଇ ୧୯୯୬ ମସିହା ସୂତ୍ରରେ କେନ୍ଦ୍ରରେ ସରକାର ଗଢ଼ିବା ପାଇଁ ଉଦ୍ୟମ କରୁଥିବା ଜଣାପଡ଼ିଛି।

Related story