ଆଜି କଂଗ୍ରେସର ‘ଭାରତ ବଞ୍ଚାଅ ରାଲି’

ନୂଆଦିଲ୍ଲୀ: ଦିଲ୍ଲୀର ରାମଲୀଳା ମଇଦାନରେ ଆଜି ମୋଦି ସରକାର ବିରୋଧରେ ହୁଙ୍କାର ଭରିବ କଂଗ୍ରେସ। କେନ୍ଦ୍ର ସରକାରର ବିଭିନ୍ନ ନିଷ୍ପତ୍ତିକୁ ବିରୋଧ କରି ଗର୍ଜିବ କଂଗ୍ରେସ। ନାଗିରକତା ଆଇନ, ମହିଳାଙ୍କ ବିରୋଧରେ ବଢ଼ୁଥିବା ଅପରାଧ, ଚାଷୀ ସମସ୍ୟା, ବେରୋଜଗାର ଓ ଅର୍ଥବ୍ୟବସ୍ଥା ଆଦିକୁ ପ୍ରସଙ୍ଗ କରି କେନ୍ଦ୍ର ବିରୋଧରେ ଜନ ଆନ୍ଦୋଳନ ପାଇଁ ଡାକରା ଦେବ କଂଗ୍ରେସ। ମଧ୍ୟାହ୍ନ ୧୨ଟାରୁ ଅପରାହ୍ନ ୪ଟା ଯାଏ ଏହି ‘ଭାରତ ବଞ୍ଚାଅ ରାଲି’ ଚାଲିବ ବୋଲି ସୂଚନା ରହିଛି। Thousands […]

congress

Subhransu Sekhar
  • Published: Saturday, 14 December 2019
  • , Updated: 14 December 2019, 12:53 PM IST

ନୂଆଦିଲ୍ଲୀ: ଦିଲ୍ଲୀର ରାମଲୀଳା ମଇଦାନରେ ଆଜି ମୋଦି ସରକାର ବିରୋଧରେ ହୁଙ୍କାର ଭରିବ କଂଗ୍ରେସ। କେନ୍ଦ୍ର ସରକାରର ବିଭିନ୍ନ ନିଷ୍ପତ୍ତିକୁ ବିରୋଧ କରି ଗର୍ଜିବ କଂଗ୍ରେସ। ନାଗିରକତା ଆଇନ, ମହିଳାଙ୍କ ବିରୋଧରେ ବଢ଼ୁଥିବା ଅପରାଧ, ଚାଷୀ ସମସ୍ୟା, ବେରୋଜଗାର ଓ ଅର୍ଥବ୍ୟବସ୍ଥା ଆଦିକୁ ପ୍ରସଙ୍ଗ କରି କେନ୍ଦ୍ର ବିରୋଧରେ ଜନ ଆନ୍ଦୋଳନ ପାଇଁ ଡାକରା ଦେବ କଂଗ୍ରେସ। ମଧ୍ୟାହ୍ନ ୧୨ଟାରୁ ଅପରାହ୍ନ ୪ଟା ଯାଏ ଏହି ‘ଭାରତ ବଞ୍ଚାଅ ରାଲି’ ଚାଲିବ ବୋଲି ସୂଚନା ରହିଛି।

https://twitter.com/IYC/status/1205711735174230016

ରାମଲୀଳା ମଇଦାନରେ ଆରମ୍ଭ ହେବାକୁ ଥିବା ଏହି ରାଲିରେ ଦଳର ଅଧ୍ୟକ୍ଷ ସୋନିଆ ଗାନ୍ଧି, ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧି, ମହାସଚିବ ପ୍ରିୟଙ୍କା ଗାନ୍ଧି, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ, କଂଗ୍ରେସ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ଅନ୍ୟାନ୍ୟ ନେତା ସାମିଲ୍ ହେବେ। ଏହି ରାଲିର ନେତୃତ୍ୱ ରାହୁଲ ଗାନ୍ଧି ନେବେ ବୋଲି ଜଣାପଡ଼ିଛି।

https://twitter.com/IYC/status/1205729590305382400

ରାଲିରେ ଯୋଗ ଦେବାକୁ ଥିବା ଦଳର କର୍ମୀ ଓ ସମର୍ଥକ ମାନେ ରାହୁଲ ମାସ୍କ ପିନ୍ଧି ରାହୁଲ ଗାନ୍ଧିଙ୍କ ପ୍ରତି ଆନୁଗତ୍ୟ ଦେଖାଇବେ ବୋଲି ଜଣାପଡ଼ିଛି। ଏଖିପାଇଁ ୨୦ ହଜାର ମାସ୍କ ଅର୍ଡର କରାଯାଇଥିବା ସୂଚନା ରହିଛି। ‘ମୋଦି ପାଇଁ ମାନ୍ଦା ଅବସ୍ଥା’ର ନାରା ଦେଇ ସରକାର ବିରୋଧରେ କଂଗ୍ରେସ ହାଲ୍ଲା ବୋଲ କରିବ ବୋଲି ଜଣାପଡ଼ିଛି।

ଆସନ୍ତାବର୍ଷ ଦିଲ୍ଲୀ ବିଧାନସଭା ନିର୍ବାଚନ ପରେ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧି ନିଜ ପଦବୀରୁ ଇସ୍ତଫା ଦେବେ। ଏହାପରେ ପୁଣି ଥରେ ରାହୁଲ ଗାନ୍ଧିଙ୍କୁ ଦଳ ସଭାପତି କରିବ ବୋଲି ଆକଳନ କରାଯାଉଛି। ଏହାପୂର୍ବରୁ କଂଗ୍ରେସ କେନ୍ଦ୍ର ବିରୋଧରେ ବିଭିନ୍ନା ରାଲି କରି ରାହୁଲଙ୍କୁ ଫ୍ରଣ୍ଟଫୁଟକୁ ଆଣିବାକୁ ଯୋଜନା ରଖିଛି।

Related story