ନୂଆଦିଲ୍ଲୀ: ମନି ଲଣ୍ତରିଂ ମାମଲାରେ ବରିଷ୍ଠ କଂଗ୍ରେସ ନେତା ଡିକେ ଶିବକୁମାରଙ୍କୁ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଏକ ସ୍ୱତନ୍ତ୍ର ସିବିଆଇ କୋର୍ଟ ଏହି ନିଷ୍ପତ୍ତି ନେଇଛନ୍ତି।
ଶିବକୁମାରଙ୍କ ସ୍ୱାସ୍ଥ୍ୟ ନେଇ ବିଚାରପତି ଜଷ୍ଟିସ୍ ଅଜୟ କୁମାର ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି, ପ୍ରଥମେ ଏହି କଂଗ୍ରେସ ନେତାଙ୍କୁ ହସ୍ପିଟାଲ ନେଇ ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ। ଏହାପରେ ସେ ହସ୍ପିଟାଲରେ ଆଡମିଟ୍ ହେବା ନହେବା ନେଇ ନିଷ୍ପତ୍ତି ନିଆଯିବ। ତାଙ୍କୁ ନୂଆଦିଲ୍ଲୀର ଆରଏମ୍ଏଲ୍ ହସ୍ପିଟାଲ ନିଆଯିବ ବୋଲି ସୂଚନା ମିଳିଛି। ଏହାପରେ ତାଙ୍କୁ ତିହାର ଜେଲ୍ କିମ୍ବା ହସ୍ପିଟାଲ ନିଆଯିବା ନେଇ ନିଷ୍ପତ୍ତି ନିଆଯିବ।
ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ଲଢ଼ୁଥିବା ଆଡିସିନାଲ ସଲିସିଟର ଜେନେରାଲ କେଏମ୍ ନଟ୍ରାଜ୍ କହିଥିଲେ, ଶିବକୁମାର, ତାଙ୍କ ପରିବାର ଲୋକେ ଏବଂ ସହଯୋଗୀ ମନି ଲଣ୍ଡରିଂ ପାଇଁ ୩୦୦ରୁ ଊର୍ଦ୍ଧ୍ୱ ଆକାଉଣ୍ଟ ଖୋଲିଥିଲେ। ଆଜି ଶିବକୁମାରଙ୍କ ପକ୍ଷରୁ ବରିଷ୍ଠ ଓକିଲ ଅଭିଷେକ ମନୁ ସିଂଘଭୀ ଏବଂ ମୁକୁଲ ରୋହତଗୀ ଲଢ଼ୁଥିଲେ।