ପ୍ରଧାନମନ୍ତ୍ରୀ ପଦକୁ ଅପମାନିତ କଲେ କି ମଣିଶଙ୍କର ? ମୋଦିଙ୍କୁ କହିଲେ ଏମିତି କଟୁ ଭାଷା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ‘ଚାଏୱାଲା’ ବା ଚାହାବାଲା ବୋଲି ସମ୍ୱୋଧନ କରି ୨୦୧୪ରେ ଚର୍ଚ୍ଚା ପରିଧିକୁ ଆସିଥିବା କଂଗ୍ରେସର ବରିଷ୍ଠ ନେତା ମଣିଶଙ୍କର ଏଥର ନୂଆ ଶବ୍ଦରେ ମୋଦିଙ୍କୁ ଟାର୍ଗେଟ କରିଛନ୍ତି। ‘ନିଚ୍ଚା ଆଦମୀ’ ବା ଛୋଟଲୋକ ବୋଲି କହି ମୋଦିଙ୍କୁ ସମ୍ୱୋଧନ କରିଛନ୍ତି ଆୟର। ପ୍ରଧାନମନ୍ତ୍ରୀ ପଦବୀରେ ଥିବା ଜଣେ ବ୍ୟକ୍ତିଙ୍କୁ ଏଭଳି ଅସାମ୍ବିଧାନିକ ଭାଷାରେ ଟାର୍ଗେଟ କରିବା ଆଦୌ ସମିଚୀନ ନୁହେଁ ବୋଲି ବିଭିନ୍ନ କ୍ଷେତ୍ରରୁ ପ୍ରତିକ୍ରିୟା ଆସିଛି। ୨୦୧୪ ସାଧାରଣ ନିର୍ବାଚନ […]

Modiiimage

Modiiimage

Rakesh Mallick
  • Published: Thursday, 07 December 2017
  • Updated: 07 December 2017, 07:48 PM IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ‘ଚାଏୱାଲା’ ବା ଚାହାବାଲା ବୋଲି ସମ୍ୱୋଧନ କରି ୨୦୧୪ରେ ଚର୍ଚ୍ଚା ପରିଧିକୁ ଆସିଥିବା କଂଗ୍ରେସର ବରିଷ୍ଠ ନେତା ମଣିଶଙ୍କର ଏଥର ନୂଆ ଶବ୍ଦରେ ମୋଦିଙ୍କୁ ଟାର୍ଗେଟ କରିଛନ୍ତି। ‘ନିଚ୍ଚା ଆଦମୀ’ ବା ଛୋଟଲୋକ ବୋଲି କହି ମୋଦିଙ୍କୁ ସମ୍ୱୋଧନ କରିଛନ୍ତି ଆୟର। ପ୍ରଧାନମନ୍ତ୍ରୀ ପଦବୀରେ ଥିବା ଜଣେ ବ୍ୟକ୍ତିଙ୍କୁ ଏଭଳି ଅସାମ୍ବିଧାନିକ ଭାଷାରେ ଟାର୍ଗେଟ କରିବା ଆଦୌ ସମିଚୀନ ନୁହେଁ ବୋଲି ବିଭିନ୍ନ କ୍ଷେତ୍ରରୁ ପ୍ରତିକ୍ରିୟା ଆସିଛି।

୨୦୧୪ ସାଧାରଣ ନିର୍ବାଚନ ବେଳେ ମୋଦି ଚାହା ବିକ୍ରି କରୁଥିବା କଥା କହି କଂଗ୍ରେସ ପକ୍ଷରୁ ତାଙ୍କୁ କଟାକ୍ଷ କରାଯାଇଥିବା ବେଳେ ଏଥରର ସମ୍ୱୋଧନ ଅତିମାତ୍ରାରେ ନିମ୍ନମାନସିକତାର ପରିଚୟ ବୋଲି କୁହାଯାଉଛି। ନ୍ୟୁଜ୍‌ ଏଜେନ୍ସି ANI ପକ୍ଷରୁ ପ୍ରକାଶିତ ତଥ୍ୟ ମୁତାବକ ରାହୁଲ ଗାନ୍ଧୀଙ୍କ ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କ ମନ୍ତବ୍ୟକୁ ନେଇ ଆୟରଙ୍କୁ ପଚରାଯାଇଥିବା ପ୍ରଶ୍ନର ଉତ୍ତରରେ ସେ ଏଭଳି କହିଛନ୍ତି। ନିଜ ବକ୍ତବ୍ୟରେ ସେ କହିଛନ୍ତି “ମୁଝକୋ ଲଗତା ହୈ କି ଏ ଆଦମୀ ବହୋତ ନିଚା କିସମ କା ଆଦମୀ ହୈ। ଇସ୍‌ମେ କୋଇ ସଭ୍ୟତା ନହିଁ ହୈ।”

ରାଜଧାନୀ ଦିଲ୍ଲୀରେ ଆମ୍ୱେଦକର ଆନ୍ତର୍ଜତୀକ କେନ୍ଦ୍ର ଉଦ୍‌ଘାଟନ ସମୟରେ  ପ୍ରଧାନମନ୍ତ୍ରୀ ମୋଦି ରାହୁଲଙ୍କ ଶିବ ଭକ୍ତ ହେବା ଘଟଣାକୁ ନେଇ ଟିପ୍ପଣୀ କରି କହିଥିଲେ ଯେ, ଦେଶରେ କିଛି ଏମିତି ଦଳ ରହିଛନ୍ତି ଯେଉଁମାନେ ବାବା ସାହେବଙ୍କ ଅପେକ୍ଷା ଭୋଲେ ବାବା(ଭଗବାନ ଶିବ)ଙ୍କୁ ନେଇ ଅଧିକ ଚିନ୍ତା କରୁଛନ୍ତି। ରାହୁଲ ଆଗାମୀ ଦିନରେ କଂଗ୍ରେସର ମଙ୍ଗ ଧରିବାକୁ ଯାଉଥିବା ବେଳେ କଂଗ୍ରେସକୁ ମୋଦିଙ୍କ ଏଭଳି କଟାକ୍ଷ ନେଇ ପ୍ରଶ୍ନ କରିଥିଲା ଗଣମାଧ୍ୟମ। ଯାହାର ଉତ୍ତର ଦେବାକୁ ଯାଇ ମଣିଶଙ୍କର ଏଭଳି କହିଥିଲେ।

ଘଟଣା ପ୍ରଚାରିତ ହୋଇଯିବା ପରେ, ପ୍ରଦାନମନ୍ତ୍ରୀ ପଦବୀକୁ ଆୟର ଅପମାନିତ କରିଛନ୍ତି ବୋଲି କୁହାଯାଇଥିଲା। ଯାହାକୁ ନେଇ ସେ କ୍ଷମା ମାଗିଛନ୍ତି। ଆୟର କହିଛନ୍ତି “ହିନ୍ଦୀ ମୋର ମାତୃଭାଷା ନୁହେଁ। ମୁଁ ‘ନିଚ୍ଚ’ ଶବ୍ଦ ବ୍ୟବହାର କରିଛି। ଏହାକୁ ଯଦି କିଛି ଭିନ୍ନ ଅର୍ଥରେ ଗ୍ରହଣ କରାଯାଉଛି ଏଥିପାଇଁ ମୁଁ ଦୁଃଖିତ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story