ପିଆଜ ପାଇଁ ସଂସଦରେ ତାତିଲା କଂଗ୍ରେସ, ଆନ୍ଦୋଳନରେ ସାମିଲ ହେଲେ ଚିଦା

ନୂଆଦିଲ୍ଲୀ: ଦିନକୁ ଦିନ ଦେଶରେ ପିଆଜ ଦର ବୃଦ୍ଧି ପାଇବାରେ ଲାଗିଛି। ଆଜି ପିଆଜ ଦର କେଜି ପ୍ରତି ୧୫୦ ଟଙ୍କା ଛୁଇଁବାରୁ ଏହାର ତାତି ସଂସଦରେ ଦେଖିବାକୁ ମିଳିଛି। କଂଗ୍ରେସର ସାଂସଦମାନେ ସଂସଦ ପରିସରରେ ପିଆଜ ଦର ଅଣାୟତ୍ତ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଦର ଦାମ ବୃଦ୍ଧିକୁ ରୋକିବାରେ ସରକାର ବିଫଳ ହୋଇଥିବା ସେମାନେ ଅଭିଯୋଗ କରିଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଆଜିର ସଂସଦ ପରିସରରେ ହୋଇଥିବା ବିକ୍ଷୋଭରେ ଦୀର୍ଘ ୧୦୬ ଦିନ […]

ccccccccc

Hemant Lenka
  • Published: Thursday, 05 December 2019
  • , Updated: 05 December 2019, 01:24 PM IST

ନୂଆଦିଲ୍ଲୀ: ଦିନକୁ ଦିନ ଦେଶରେ ପିଆଜ ଦର ବୃଦ୍ଧି ପାଇବାରେ ଲାଗିଛି। ଆଜି ପିଆଜ ଦର କେଜି ପ୍ରତି ୧୫୦ ଟଙ୍କା ଛୁଇଁବାରୁ ଏହାର ତାତି ସଂସଦରେ ଦେଖିବାକୁ ମିଳିଛି।

କଂଗ୍ରେସର ସାଂସଦମାନେ ସଂସଦ ପରିସରରେ ପିଆଜ ଦର ଅଣାୟତ୍ତ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଦର ଦାମ ବୃଦ୍ଧିକୁ ରୋକିବାରେ ସରକାର ବିଫଳ ହୋଇଥିବା ସେମାନେ ଅଭିଯୋଗ କରିଛନ୍ତି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଆଜିର ସଂସଦ ପରିସରରେ ହୋଇଥିବା ବିକ୍ଷୋଭରେ ଦୀର୍ଘ ୧୦୬ ଦିନ ପରେ ଜେଲରୁ ଗତକାଲି ମୁକୁଳିଥିବା ପି ଚିଦାମ୍ବରମ ମଧ୍ୟ ସାମିଲ ହୋଇଥିଲେ। ସେ ହାତରେ ପ୍ଲାକକାର୍ଡ ଧରି କେନ୍ଦ୍ର ଉପରେ ବର୍ଷିଥିଲେ। ତାଙ୍କ ବ୍ୟତୀତ କଂଗ୍ରେସ ସାଂସଦ ଅଧୀର ରଞ୍ଜନ ଚୌଧୁରୀ, ଗୌରବ ଗୋଗୋଇ ଏବଂ ଦଳର ଅନ୍ୟ ବରିଷ୍ଠ ନେତା ମଧ୍ୟ ଉପସ୍ଥିତ ଥିଲେ।

ହାତର ପ୍ଲାକକାର୍ଡ ଧରିଥିବା କଂଗ୍ରେସ ସାଂସଦମାନେ କେନ୍ଦ୍ର ସରକାର ତୁରନ୍ତ ପିଆଜ ଦର ହ୍ରାସ କରନ୍ତୁ ଏବଂ ଦେଶର ଗରିବ ବର୍ଗର ଲୋକଙ୍କୁ ହଇରାଣ କରିବା ବନ୍ଦ କରନ୍ତୁ ବୋଲି ନାରାବାଜି କରିଥିଲେ। ଏହି ସମୟରେ କଂଗ୍ରେସର ସାଂସଦମାନେ ଗୋଟିଏ ଝୁଡ଼ିରେ ପିଆଜ ମଧ୍ୟ ଆଣିଥିଲେ।

Related story