ନୂଆଦିଲ୍ଲୀ: ଗତ ଫେବୃଆରୀ ୭ ଗୋଲାପ ଦିବସରୁ ଆରମ୍ଭ ହୋଇଥିବା ଭାଲେଣ୍ଟାଇନ୍ସ ୱିକ୍ ବା ପ୍ରେମ ସପ୍ତାହକୁ ନେଇ ଉତ୍ସାହିତ ଅଛନ୍ତି ଯୁବପିଢ଼ି। ଆଉ ଏଥରୁ ବାଦ୍ ପଡ଼ିନି ରାହୁଲ ଗାନ୍ଧିଙ୍କ ନେତୃତ୍ୱାଧୀନ କଂଗ୍ରେସ ଦଳ। ଏହି ସର୍ବପୂରାତନ ଦଳ ନିଜର ପ୍ରତିଦ୍ୱନ୍ଦ୍ୱୀ ଦଳ ବିଜେପିକୁ ପ୍ରେମ ସପ୍ତାହର ‘ହଗ୍ ଡେ’ ଅବସରରେ ନିଜ ୱିଟର ହ୍ୟାଣ୍ଡଲରରୁ ବାର୍ତ୍ତା ପଠାଇଛି ।
ଏହି ଟ୍ୱିଟ୍ରେ ଲେଖାଯାଇଛି, Hate ନୁହେଁ Hug ଦରକାର। କାରଣ ଆଜି Hug Day।
https://twitter.com/INCIndia/status/1095300997944172544
ଆଧୁନିକ ଜୀବନଚର୍ଯ୍ୟାରେ ଫେବୃଆରୀ ୧୨ ତାରିଖ Hug Day ଭାବରେ ଯୋଡ଼ିହୋଇଯାଇଛି। ଏହି ଅବସରରେ ଲୋକେ ବିଶେଷ କରି ବିଶ୍ୱର ପଶ୍ଚିମ ଭାଗରେ ହଗ୍ କରି ବା କୁଣ୍ଢାଇ ନିଜ ପ୍ରେମ ପରିପ୍ରକାଶ କରିଥାନ୍ତି। ଠିକ୍ ସେହିଭଳି ଏହି ଟ୍ୱିଟ୍ରେ ଏକ ଭିଡିଓ ରହିଛି ଯେଉଁଥିରେ ରାହୁଲ ମୋଦିଙ୍କୁ କୁଣ୍ଡାଉଥିବାର ବିରଳ ଦୃଶ୍ୟ ମଧ୍ୟ ରହିଛି। ଏଥିରେ ଅନ୍ୟ କିଛି କ୍ଲିପ୍ ମଧ୍ୟ ରହିଛି ଯେଉଁଥିରେ ରାହୁଲ ଭାଷଣରେ କହୁଛନ୍ତି କଂଗ୍ରେସ ପ୍ରେମରେ ବିଶ୍ୱାସ କରେ ଘୃଣାରେ ନୁହେଁ। ଏଥିରେ ଗାନ୍ଧିଙ୍କ ଅହିଂସା ଦର୍ଶନକୁ ମଧ୍ୟ ଯୋଡ଼ାଯାଇଛି।
ଏପରି ବାର୍ତ୍ତା ସେହିସମୟରେ ଯାଇଛି ଯେତେବେଳେ ପ୍ରିୟଙ୍କା ଗାନ୍ଧିଙ୍କୁ ବିଜେପି ନେତାମାନେ ବିଭିନ୍ନ ଅଶାଳୀନ ଭାଷାରେ ସମାଲୋଚନା କରାଯାଉଥିବା ଅଭିଯୋଗ ହେଉଛି। ଏପରିକି କିଛି ନେତା ପ୍ରିୟଙ୍କାଙ୍କୁ ରାମାୟଣର ନକାରାତ୍ମକ ଚରିତ୍ର ସୂପର୍ଣ୍ଣଖା ସହିତ ତୁଳନା କରିଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।