ପରାଜୟ ପରେ ଆଜି ଦିଲ୍ଲୀରେ କଂଗ୍ରେସ କାର୍ଯ୍ୟକାରିଣୀ ବୈଠକ

ନୂଆଦିଲ୍ଲୀ: ସାଧାରଣ ନିର୍ବାଚନରେ ଶୋଚନୀୟ ପରାଜୟ ପରେ ଆଜି ଦିଲ୍ଲୀ କଂଗ୍ରେସ ମୁଖ୍ୟ କାର୍ଯ୍ୟାଳୟରେ କଂଗ୍ରେସ ଓ୍ୱାର୍କିଂ କମିଟି ବୈଠକ ବସୁଛି। ଦଳର ଏଭଳି ସ୍ଥିତି, ଆଗାମୀ ଦିନରେ ହେବାକୁ ଥିବା ବିଧାନସଭା ନିର୍ବାଚନ ଏବଂ ମଧ୍ୟପ୍ରଦେଶ ଓ କର୍ଣ୍ଣାଟକ ମେଣ୍ଟ ସରକାରର ସ୍ଥିତି ବାବଦରେ ବୈଠକରେ ଆଲୋଚନା ହେବ ବୋଲି ଜଣାପଡ଼ିଛି। କଂଗ୍ରେସ କାର୍ଯ୍ୟକାରିଣୀ ବୈଠକରେ ମୋଟ ୨୩ ଜଣ ସଦସ୍ୟ ରହିଛନ୍ତି। ଚଳିତ ଥର ୪ ଜଣ ସଂସଦକୁ ନିର୍ବାଚିତ ହୋଇଥିବା ବେଳେ ୧୨ […]

SONIA RAHUL 2

Subhransu Sekhar
  • Published: Saturday, 25 May 2019
  • , Updated: 25 May 2019, 12:04 PM IST

ନୂଆଦିଲ୍ଲୀ: ସାଧାରଣ ନିର୍ବାଚନରେ ଶୋଚନୀୟ ପରାଜୟ ପରେ ଆଜି ଦିଲ୍ଲୀ କଂଗ୍ରେସ ମୁଖ୍ୟ କାର୍ଯ୍ୟାଳୟରେ କଂଗ୍ରେସ ଓ୍ୱାର୍କିଂ କମିଟି ବୈଠକ ବସୁଛି। ଦଳର ଏଭଳି ସ୍ଥିତି, ଆଗାମୀ ଦିନରେ ହେବାକୁ ଥିବା ବିଧାନସଭା ନିର୍ବାଚନ ଏବଂ ମଧ୍ୟପ୍ରଦେଶ ଓ କର୍ଣ୍ଣାଟକ ମେଣ୍ଟ ସରକାରର ସ୍ଥିତି ବାବଦରେ ବୈଠକରେ ଆଲୋଚନା ହେବ ବୋଲି ଜଣାପଡ଼ିଛି।

କଂଗ୍ରେସ କାର୍ଯ୍ୟକାରିଣୀ ବୈଠକରେ ମୋଟ ୨୩ ଜଣ ସଦସ୍ୟ ରହିଛନ୍ତି। ଚଳିତ ଥର ୪ ଜଣ ସଂସଦକୁ ନିର୍ବାଚିତ ହୋଇଥିବା ବେଳେ ୧୨ ଜଣ ପରାଜୟ ହୋଇଛନ୍ତି। ୪ ବିଜୟୀ ପ୍ରାର୍ଥୀ ହେଲେ ସୋନିଆ ଗାନ୍ଧି, ରାହୁଲ ଗାନ୍ଧି, ଗୌରବ ଗୋଗୋଇ, ଏ. ଛେଲା କୁମାର। ତେବେ ବାକି ୭ ଜଣ ଚଳିତଥର ନିର୍ବାଚନ ଲଢ଼ିନଥିଲେ।

ଏହି ବୈଠକରେ ୫ କଂଗ୍ରେସ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଯୋଗଦେବେ ବୋଲି ଜଣାପଡ଼ିଛି। ମଧ୍ୟପ୍ରଦେଶ ଓ କର୍ଣ୍ଣାଟକରେ ବିଜେପି ସରକାର ଗଢ଼ିବା ପାଇଁ ପ୍ରୟାସ କରୁଥିବାରୁ ଏ ବାବଦରେ ମଧ୍ୟ ଏହି ବୈଠକରେ ଆଲୋଚନା ହେବ ବୋଲି ଜଣାପଡ଼ିଛି।

ଏଥିସହ ଆଗାମୀ ଦିନରେ ହେବାକୁ ଥିବା ହରିଆନା, ଝାରଖଣ୍ଡ, ମହାରାଷ୍ଟ୍ର ଓ ବିହାରରେ ବିଧାନସଭା ନିର୍ବାଚନ ରହିଥିବାରୁ ଏ ବାବଦରେ ଆଲୋଚନା ହେବ। ନିକଟରେ ରାଜସ୍ଥାନ, ମଧ୍ୟପ୍ରଦେଶ ଏବଂ ଛତିଶଗଡ଼ରେ କଂଗ୍ରେସ ବିଜେପିକୁ ଗାଦିଚ୍ୟୁତ କରି ଶାସନ ଭାର ସମ୍ଭାଳିଥିଲା। ହେଲେ ଲୋକସଭା ନିର୍ବାଚନରେ ୩ ରାଜ୍ୟରୁ ମାତ୍ର ୩ ଜଣ ସାଂସଦ ନିର୍ବାଚିତ ହୋଇଛନ୍ତି। ଯେଉଁଥିରେ ମଧ୍ୟପ୍ରଦେଶରୁ ଜଣେ ଏବଂ ଛତିଶଗଡରୁ ୨ ଜଣ ରହିଛନ୍ତି। ତେଣୁ ୩ ରାଜ୍ୟର ମୁଖ୍ୟମନ୍ତ୍ରୀ ସାଧାରଣ ନିର୍ବାଚନରେ ଦଳର ଏଭଳି ସ୍ଥିତି ପାଇଁ କାର୍ଯ୍ୟକାରିଣୀ ବୈଠକରେ ଜବାବ ରଖିବେ ବୋଲି ଜଣାପଡ଼ିଛି।

କଂଗ୍ରେସ ୨୦୧୪ରେ ୪୪ଟି ଆସନ ଜିତିଥିବା ବେଳେ ଚଳିତଥର ୫୫ଟି ଆସନ ଜିତିବାରେ ସକ୍ଷମ ହୋଇଛି।

Related story