ବିଜେପି ଭୋଟ ବ୍ୟାଙ୍କରେ ଛିଦ୍ର ସୃଷ୍ଟି କରିବ କଂଗ୍ରେସ: ପ୍ରିୟଙ୍କା

ରାଏବରେଲି, ୟୁପି: ଉତ୍ତର ପ୍ରଦେଶରେ ବିଜେପିକୁ ରୋକିବା ପାଇଁ କଂଗ୍ରେସ କିଛି ସ୍ଥାନରେ ଏମିତି ପ୍ରାର୍ଥୀ ଦେଇଛି ଯେଉଁମାନେ ବିଜେପିର ଭୋଟ ବ୍ୟାଙ୍କ ଉପରେ ପ୍ରଭାବ ପକାଇବେ। ନିର୍ବାଚନରେ ଜିତିବା ତାଙ୍କ ଦଳର ଏକମାତ୍ର ଲକ୍ଷ୍ୟ ନୁହେଁ। କଂଗ୍ରେସ ମହାସଚିବ ତଥା ପୂର୍ବ ଉତ୍ତର ପ୍ରଦେଶର ପ୍ରଚାର ଦାୟିତ୍ୱରେ ଥିବା ପ୍ରିୟଙ୍କା ଗାନ୍ଧି ଭାଡ୍ରା ଆଜି ଏହା କହିଛନ୍ତି। Priyanka Gandhi Vadra: BJP will suffer a major setback in UP, they’ll lose […]

priyanka gandhi

Subhransu Sekhar
  • Published: Wednesday, 01 May 2019
  • , Updated: 01 May 2019, 02:13 PM IST

ରାଏବରେଲି, ୟୁପି: ଉତ୍ତର ପ୍ରଦେଶରେ ବିଜେପିକୁ ରୋକିବା ପାଇଁ କଂଗ୍ରେସ କିଛି ସ୍ଥାନରେ ଏମିତି ପ୍ରାର୍ଥୀ ଦେଇଛି ଯେଉଁମାନେ ବିଜେପିର ଭୋଟ ବ୍ୟାଙ୍କ ଉପରେ ପ୍ରଭାବ ପକାଇବେ। ନିର୍ବାଚନରେ ଜିତିବା ତାଙ୍କ ଦଳର ଏକମାତ୍ର ଲକ୍ଷ୍ୟ ନୁହେଁ। କଂଗ୍ରେସ ମହାସଚିବ ତଥା ପୂର୍ବ ଉତ୍ତର ପ୍ରଦେଶର ପ୍ରଚାର ଦାୟିତ୍ୱରେ ଥିବା ପ୍ରିୟଙ୍କା ଗାନ୍ଧି ଭାଡ୍ରା ଆଜି ଏହା କହିଛନ୍ତି।

କଂଗ୍ରେସ ଯେଉଁ ସ୍ଥାନରେ ଜିତିବ ସେହି ସ୍ଥାନରେ ସଠିକ୍ ପ୍ରାର୍ଥୀ ଦେଇଛି, ଏବଂ ଯେଉଁ ସ୍ଥାନରେ ବିଜେପିର ଅଧିକ ଦବଦବା ରହିଛି ସେହି ସ୍ଥାନରେ ବିଜେପିର ଭୋଟ ଶେୟାର କାଟି ପାରୁଥିବା ନେତାକୁ କଂଗ୍ରେସ ପ୍ରାର୍ଥୀ କରିଛି ବୋଲି କହିଛନ୍ତି ପ୍ରିୟଙ୍କା।

ମାଆ ସୋନିଆ ଗାନ୍ଧିଙ୍କ ଲୋକସଭା ଆସନ ରାଏବରେଲିରେ ପ୍ରଚାର କରୁଥିବା ବେଳେ ସେ ଆହୁରି କହିଛନ୍ତି ଯେ ଉତ୍ତର ପ୍ରଦେଶରେ ବିଜେପି ଏକ ପ୍ରକାର ନିଜର ଅସ୍ଥିତ୍ୱ ହରାଇବ। ଏପରିକି କଂଗ୍ରେସ ଏସପି-ବିଏସପି-ଆରଏଲଡ଼ି ମେଣ୍ଟକୁ ମଧ୍ୟ କ୍ଷତି ପହଞ୍ଚାଇବ। ତେବେ କଂଗ୍ରେସକୁ ଅଧିକ ଜନମତ ମିଳିବ ନାହିଁ ବୋଲି ସେ ପରୋକ୍ଷରେ ସ୍ୱୀକାର କରିଛନ୍ତି।

Related story