ବିଜେପିକୁ ଝଟକା; କଂଗ୍ରେସ ଛଡ଼ାଇ ନେଲା ଗୁରୁଦାସପୁର ଲୋକସଭା ଆସନ

ନୂଆଦିଲ୍ଲୀ: ବିଜେପି ହାତରୁ ଖସିଗଲା ପଞ୍ଜାବର ଗୁରୁଦାସପୁର ଲୋକସଭା ଆସନ। ଏଠାରେ ହୋଇଥିବା ଉପନିର୍ବାଚନରେ କଂଗ୍ରେସକୁ ମିଳିଛି ବିପୁଳ ବିଜୟ। ଅଭିନେତା ବିନୋଦ ଖନ୍ନାଙ୍କ ପରଲୋକ ପରେ ଏହି ଆସନଟି ଖାଲି ପଡ଼ିଥିଲା। ଗୁରୁଦାସପୁର ଉପନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ସୁନୀଲ ଜାଖଡ଼ ବିଜୟୀ ହୋଇଛନ୍ତି। ସେ ବିଜେପି ପ୍ରାର୍ଥୀ ସ୍ୱର୍ଣ୍ଣ ସଲାରିୟାଙ୍କୁ ୧ଲକ୍ଷ ୯୩ ହଜାର ୨୧୯ଟି ଭୋଟ୍‌ରେ ହରାଇଛନ୍ତି।  ସୁନୀଲ ଜାଖଡ଼ ମୋଟ ୪ଲକ୍ଷ ୯୯ହଜାର ୭୫୨ଟି ଭୋଟ୍ ପାଇଥିବା ବେଳେ ସ୍ୱର୍ଣ୍ଣ ସଲାରିୟାଙ୍କୁ ମିଳିଛି […]

jakhad

jakhad

Rakesh Mallick
  • Published: Sunday, 15 October 2017
  • Updated: 15 October 2017, 01:38 PM IST

Sports

Latest News

ନୂଆଦିଲ୍ଲୀ: ବିଜେପି ହାତରୁ ଖସିଗଲା ପଞ୍ଜାବର ଗୁରୁଦାସପୁର ଲୋକସଭା ଆସନ। ଏଠାରେ ହୋଇଥିବା ଉପନିର୍ବାଚନରେ କଂଗ୍ରେସକୁ ମିଳିଛି ବିପୁଳ ବିଜୟ। ଅଭିନେତା ବିନୋଦ ଖନ୍ନାଙ୍କ ପରଲୋକ ପରେ ଏହି ଆସନଟି ଖାଲି ପଡ଼ିଥିଲା।

ଗୁରୁଦାସପୁର ଉପନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ସୁନୀଲ ଜାଖଡ଼ ବିଜୟୀ ହୋଇଛନ୍ତି। ସେ ବିଜେପି ପ୍ରାର୍ଥୀ ସ୍ୱର୍ଣ୍ଣ ସଲାରିୟାଙ୍କୁ ୧ଲକ୍ଷ ୯୩ ହଜାର ୨୧୯ଟି ଭୋଟ୍‌ରେ ହରାଇଛନ୍ତି।  ସୁନୀଲ ଜାଖଡ଼ ମୋଟ ୪ଲକ୍ଷ ୯୯ହଜାର ୭୫୨ଟି ଭୋଟ୍ ପାଇଥିବା ବେଳେ ସ୍ୱର୍ଣ୍ଣ ସଲାରିୟାଙ୍କୁ ମିଳିଛି ୩ଲକ୍ଷ ୬ହଜାର ୫୩୩ଟି ଭୋଟ୍‌। ଆପ୍ ପ୍ରାର୍ଥୀ ସୁରେଶ ଖଜୁରିଆ ମାତ୍ର ୨୩,୫୭୯ଟି ଭୋଟ୍ ପାଇଛନ୍ତି। ୭,୫୮୭ ଭୋଟର୍ ନୋଟାରେ ଭୋଟ୍ ଦେଇଥିଲେ, ଅର୍ଥାତ ଛିଡ଼ା ହୋଇଥିବା ପ୍ରାର୍ଥୀଙ୍କ ମଧ୍ୟରୁ କାହାରିକୁ ସେମାନେ ପସନ୍ଦ କରିନାହାନ୍ତି।

ଗୁରୁଦାସପୁର ବିଜୟ ପରେ କଂଗ୍ରେସ ନେତା ଓ କର୍ମକର୍ତ୍ତାମାନେ ବିଜୟୋତ୍ସବ ମନାଇଛନ୍ତି। ଗୁରୁଦାସପୁର ଓ ଚଣ୍ଡିଗଡ଼ ସହିତ ଅନେକ ସହରରେ ଦଳୀୟ କର୍ମୀମାନେ ବାଣ ଫୁଟାଇବା ସହିତ ଲଡୁ ବାଣ୍ଟି ଖୁସି ମନାଇଛନ୍ତି।

ବିଜୟୀ ପ୍ରାର୍ଥୀ ସୁନୀଲ ଜାଖଡ଼ କହିଛନ୍ତି,“ଗୁରୁଦାସପୁର ନିର୍ବାଚନମଣ୍ଡଳୀର ଲୋକେ ମୋଦିଙ୍କ ନୀତିକୁ ଗ୍ରହଣ କରି ନାହାନ୍ତି।”

ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପ୍‌ଟେନ୍ ଅମରିନ୍ଦର ସିଂହ ଟ୍ୱିଟ୍‌ କରି କହିଛନ୍ତି ଯେ ସୁନୀଲ ଜାଖଡ଼ ଗୁରୁଦାସପୁରବାସୀଙ୍କୁ ଦେଇଥିବା ସମସ୍ତ ପ୍ରତିଶ୍ରୁତି ପାଳନ କରାଯିବ। ଏହି ଅଞ୍ଚଳରେ ସମସ୍ତ ପ୍ରକାର ବିକାଶ କାର୍ଯ୍ୟ ପରେ ଜୋର ଦିଆଯିବ।

ପୂର୍ବତନ କ୍ରିକେଟର ତଥା ପଞ୍ଜାବ ସରକାରରେ ମନ୍ତ୍ରୀ ହୋଇଥିବା ନବଜୋତ ସିଂହ ସିଦ୍ଧୁ କହିଛନ୍ତି ଯେ ଦଳର ଆଗାମୀ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ଏହି ବିଜୟ ହେଉଛି ଦୀପାବଳି ଭେଟି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos