ହାଥରସ ଘଟଣା: ସ୍ମୃତି ଇରାନୀଙ୍କ ଗାଡ଼ି ଅଟକାଇଲେ କଂଗ୍ରେସ କର୍ମୀ

ବାରାଣସୀ: ଉତ୍ତର ପ୍ରଦେଶ ହାଥରସ ଘଟଣାକୁ ନେଇ କଂଗ୍ରେସ କର୍ମୀମାନେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କ ହଟହଟା କରିଛନ୍ତି। ସେମାନେ ସ୍ମୃତି ଇରାନୀଙ୍କ କ୍ୟାରକେଡ୍‌କୁ ବାରାଣସୀରେ ଅଟକାଇ ହାଥରସ ପୀଡ଼ିତାଙ୍କ ପାଇଁ ନ୍ୟାୟ ଦାବି କରିଛନ୍ତି। କଂଗ୍ରେସ କର୍ମୀମାନେ ଗାଡ଼ିକୁ ଅଟକାଇବା ପରେ ସରକାରୀ ବିରୋଧୀ ନାରାବାଜୀ କରିଥିଲେ। ଏଥିସହ ସେମାନେ ହାଥରସ ପୀଡ଼ିତାଙ୍କ ପାଇଁ ସରକାର ଅବହେଳା କରିଥିବା କହିଛନ୍ତି। କଂଗ୍ରେସ ମୁଖପାତ୍ର ଲଲନ କୁମାର କହିଛନ୍ତି ଯେ ବିରୋଧ ପ୍ରଦର୍ଶନ କରିଥିବା ଦଳୀୟ କର୍ମୀଙ୍କୁ ପୁଲିସ୍ […]

b

Hemant Lenka
  • Published: Saturday, 03 October 2020
  • , Updated: 03 October 2020, 04:44 PM IST

ବାରାଣସୀ: ଉତ୍ତର ପ୍ରଦେଶ ହାଥରସ ଘଟଣାକୁ ନେଇ କଂଗ୍ରେସ କର୍ମୀମାନେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କ ହଟହଟା କରିଛନ୍ତି। ସେମାନେ ସ୍ମୃତି ଇରାନୀଙ୍କ କ୍ୟାରକେଡ୍‌କୁ ବାରାଣସୀରେ ଅଟକାଇ ହାଥରସ ପୀଡ଼ିତାଙ୍କ ପାଇଁ ନ୍ୟାୟ ଦାବି କରିଛନ୍ତି।

କଂଗ୍ରେସ କର୍ମୀମାନେ ଗାଡ଼ିକୁ ଅଟକାଇବା ପରେ ସରକାରୀ ବିରୋଧୀ ନାରାବାଜୀ କରିଥିଲେ। ଏଥିସହ ସେମାନେ ହାଥରସ ପୀଡ଼ିତାଙ୍କ ପାଇଁ ସରକାର ଅବହେଳା କରିଥିବା କହିଛନ୍ତି। କଂଗ୍ରେସ ମୁଖପାତ୍ର ଲଲନ କୁମାର କହିଛନ୍ତି ଯେ ବିରୋଧ ପ୍ରଦର୍ଶନ କରିଥିବା ଦଳୀୟ କର୍ମୀଙ୍କୁ ପୁଲିସ୍ ଗିରଫ କରିନେଇଛି।

ଆଜି ସ୍ମୃତି ଇରାନୀ ଚାଷୀ ଓ ଚାଷ କାମ ସହ ଜଡ଼ିତ ଲୋକଙ୍କ ସହ ଆଲୋଚନା କରିବା ପାଇଁ ବାରାଣସୀ ଗସ୍ତ କରିଛନ୍ତି। ଏହି ସମୟରେ ହିଁ ତାଙ୍କୁ ବିରୋଧ ପ୍ରଦର୍ଶନ କରାଯାଇଛି।

Related story