ଭୋପାଲ: କରୋନା ଯୋଦ୍ଧା ପୁଣିଥରେ ଆକ୍ରମଣର ଶିକାର ହୋଇଛନ୍ତି। ମଧ୍ୟପ୍ରଦେଶର ଶେହୋପୁରରେ ଲୋକଙ୍କ କରୋନା ପରୀକ୍ଷା କରିବାକୁ ଯାଇଥିବା ପୁଲିସ୍ ଓ ଡାକ୍ତରୀ ଟିମ ଉପରେ ସ୍ଥାନୀୟ ଲୋକମାନେ ଅତର୍କିତ ଆକ୍ରମଣ କରିଛନ୍ତି। ଏଥିରେ ଜଣେ ପୁଲିସ୍ କର୍ମଚାରୀ ଗୁରୁରତ ଆହତ ହୋଇଥିବା ବେଳେ ତାଙ୍କ ମୁଣ୍ଡ ଫାଟି ଯାଇଛି।
ସେହିପରି ମେଡିକାଲ ଟିମ ଓ ଅନ୍ୟ ପୁଲିସ କର୍ମଚାରୀମାନେ ମଧ୍ୟ ସାମାନ୍ୟ ଆହତ ହୋଇଛନ୍ତି। ଇନ୍ଦୋରରୁ ଗୋପାଳ ଶିବହାରେ ନିକଟରେ ଗସୱାନି ଗାଁକୁ ଫେରିଥିଲେ। ତାଙ୍କର କରୋନା ପରୀକ୍ଷା କରିବାକୁ ଡାକ୍ତରୀ ଟିମ୍ ପୁଲିସ୍ ସହ ଯାଇଥିଲା। ଏହି ସମୟରେ ଗାଁ ଲୋକମାନେ ସମସ୍ତଙ୍କ ଉପରକୁ ଟେକା ପଥର ମାଡ଼ କରିବା ସହ ହମଲା କରିଥିଲେ।
ପଥର ମାଡ଼ରେ ଏଏସଆଇ ଶ୍ରୀରାମ ଅବସ୍ତୀ ଗୁରୁତର ଆହତ ହୋଇଛନ୍ତି। ଲୋକଙ୍କ ବିରୋଧ ଯୋଗୁ ମେଡିକାଲ ଟିମ ମଧ୍ୟ ଗୋପାଳଙ୍କ ସ୍ୱାବ ସଂଗ୍ରହ କରିପାରିନାହିଁ। ଏହି ଘଟଣାକୁ ନେଇ ସମଗ୍ର ଦେଶରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଆକ୍ରମଣକାରୀଙ୍କୁ କଠୋର ଦଣ୍ଡ ଦେବାକୁ ସମସ୍ତେ ଦାବି କରିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Health
ରାତ୍ର ଭୋଜନ ପରେ ମିଠା ଖାଉଛନ୍ତି କି ? ହୋଇଯାଆନ୍ତୁ ସାବଧାନ
ରାତ୍ର ଭୋଜନ ପରେ ମିଠାଖାଇବା ଦ୍ୱାରା ହୃଦଘାତ ହେବାର ସମ୍ଭାବନା ରହିଛି।
Health
ଭଲ ହୋଇଯିବ ଓଠ ଫଟା; ଆପଣାନ୍ତୁ ଏହି ଘରୋଇ ଉପଚାର
ଲିପବାମ୍ ବ୍ୟବହାର କରିବା ପରିବର୍ତ୍ତେ ଘରୋଇ ଉପଚାର ମାଧ୍ୟମରେ ଆମେ ଓଠ ଫାଟିବାରୁ ମୁକ୍ତି ପାଇ ପାରିବା।
Health
କ୍ୟାନ୍ସର ପାଇଁ ଆସିଲା ଟିକା, ନୂଆବର୍ଷରୁ ମାଗଣା ମିଳିବ
ନୂଆବର୍ଷରୁ ଏହା ସମସ୍ତ ନାଗରିକଙ୍କ ପାଇଁ ମାଗଣାରେ ଉପଲବ୍ଧ ହେବ। ତେବେ ଏହି ଟିକାର ନା' କ'ଣ ରହିଛି ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ।
Health
ଭୁବନେଶ୍ୱର AIIMSରେ ୩ ମାସରେ ୩୧ ଏଚ୍ଆଇଭି ପଜିଟିଭ୍ ଚିହ୍ନଟ
ଭାରତରେ ଏଚଆଇଭି ସର୍ଭିଲାନ୍ସ ପାଇଁ ଥିବା ୮ଟି ଆଞ୍ଚଳିକ ପ୍ରତିଷ୍ଠାନ ମଧ୍ୟରୁ ଭୁବନେଶ୍ୱର ଏମ୍ସ ଅନ୍ୟତମ।
Health
ଅଟୋ ପାର୍ଟସ ଦୋକାନ ଭିତରେ ଚାଲିଥିଲା ନକଲି ଚା’ କାରଖାନା; ଚଢାଉ କଲା ପୁଲିସ୍
ନାମିଦାମୀ କମ୍ପାନୀର ଲୋଗୋ ଲଗାଇ ବିକ୍ରି ହେଉଥିଲା ନକଲି ଚା'।