ଗ୍ୟାଙ୍ଗଷ୍ଟର ବିକାଶ ଦୁବେ ନାଁରେ ୧୧ଟି ଘର ଓ ୧୬ଟି ଫ୍ଲାଟ! ବିଦେଶରେ ବି ରହିଛି ସମ୍ପତ୍ତି

ନୂଆଦିଲ୍ଲୀ: ପୁଲିସ୍‌ ଗୁଳିରେ ନିହତ ହୋଇଥିବା ଗ୍ୟାଙ୍ଗଷ୍ଟର ବିକାଶ ଦୁବେର ସମ୍ପତ୍ତି ବିଷୟରେ ତଥ୍ୟ ସାମ୍ନାକୁ ଆସିଛି। ବିକାଶ ଦୁବେ ନାଁରେ ଅନେକ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ରହିଛି। କେବେଳ ଭାରତରେ ନୁହେଁ, ଭାରତ ବାହାରେ ବି ବିକାଶର ଘର ଓ ଫ୍ଲାଟ ରହିଥିବା କୁହାଯାଉଛି। ବିକାଶ ଓ ତା’ର ସହଯୋଗୀମାନେ କେମିତି ଏତେ ସମ୍ପତ୍ତି କିଣିଲେ, ତା’କୁ ନେଇ ଏବେ ଇଡି ଖୋଳତାଡ଼ ଆରମ୍ଭ କରିଛି। ମିଳିଥିବା ସୂଚନା ଅନୁଯାୟୀ, ଦୁବେର ସହଯୋଗୀମାନେ ୟୁଏଇ […]

du

Hemant Lenka
  • Published: Saturday, 11 July 2020
  • , Updated: 11 July 2020, 02:53 PM IST

ନୂଆଦିଲ୍ଲୀ: ପୁଲିସ୍‌ ଗୁଳିରେ ନିହତ ହୋଇଥିବା ଗ୍ୟାଙ୍ଗଷ୍ଟର ବିକାଶ ଦୁବେର ସମ୍ପତ୍ତି ବିଷୟରେ ତଥ୍ୟ ସାମ୍ନାକୁ ଆସିଛି। ବିକାଶ ଦୁବେ ନାଁରେ ଅନେକ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ରହିଛି। କେବେଳ ଭାରତରେ ନୁହେଁ, ଭାରତ ବାହାରେ ବି ବିକାଶର ଘର ଓ ଫ୍ଲାଟ ରହିଥିବା କୁହାଯାଉଛି। ବିକାଶ ଓ ତା’ର ସହଯୋଗୀମାନେ କେମିତି ଏତେ ସମ୍ପତ୍ତି କିଣିଲେ, ତା’କୁ ନେଇ ଏବେ ଇଡି ଖୋଳତାଡ଼ ଆରମ୍ଭ କରିଛି।

ମିଳିଥିବା ସୂଚନା ଅନୁଯାୟୀ, ଦୁବେର ସହଯୋଗୀମାନେ ୟୁଏଇ ଓ ଥାଇଲ୍ୟାଣ୍ଡରେ ଏକାଧିକ ଘର କିଣିଛନ୍ତି। ବିକାଶ ଦୁବେ ୩ ବର୍ଷ ମଧ୍ୟରେ ୧୪ଟି ଦେଶ ବୁଲିଛି। ନିକଟରେ ବିକାଶ ଦୁବେ ଲକ୍ଷ୍ନୌରେ ୨୦ କୋଟିରୁ ଅଧିକ ଟଙ୍କା ଦେଇ ବଙ୍ଗଳା ମଧ୍ୟ କିଣିଥିଲା।

ଉତ୍ତର ପ୍ରଦେଶର ଜଣେ ପୁଲିସ୍‌ ଅଧିକାରୀ ନିଜ ନାଁ ଗୋପନ ରଖି କହିଛନ୍ତି, ବିକାଶ କେବଳ ୟୁପିରେ ହିଁ ୧୧ଟି ଘର ଓ ୧୬ଟି ଫ୍ଲାଟ କିଣିଛି। ସେ ୩ ବର୍ଷ ଭିତରେ ୧୪ଟି ଦେଶକୁ ଯାତ୍ରା କରିଥିବାରୁ ସେଠାରେ ମଧ୍ୟ ତା’ର ସମ୍ପତ୍ତି ଥିବାର ଅନୁମାନ କରାଯାଉଛି। ଦୁବେ ଓ ତା’ର ସହଯୋଗୀମାନଙ୍କ ନାଁରେ ଥିବା ସମସ୍ତ ସମ୍ପତ୍ତି ଏବେ ସ୍କାନରରେ ରହିଛି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଦୁବେ ନିଜ ନାଁ ବଦଳରେ ଅନ୍ୟମାନଙ୍କୁ ମୋହରା କରି ଘର ଓ ଫ୍ଲାଟ କିଣିଥାଏ। ଏବେ ଇଡି ଏହାର ବିସ୍ତୃତ ତଥ୍ୟ ପୁଲିସ୍‌କୁ ମାଗିବା ସହ ଘଟଣାର ଯାଞ୍ଚ ଆରମ୍ଭ କରିଛି।

Related story