ଆଜି ଯାଏ ଯେଉଁଠି ନଥିଲା,ଏବେ ସେଠାରେ ଡରାଇଲାଣି କରୋନା

ନୂଆଦିଲ୍ଲୀ: କରୋନା ଭାଇରସକୁ ବିଶ୍ୱ ମହାମାରୀ ଘୋଷଣା କରାଯିବାର ପ୍ରାୟ ୮ ମାସ ପରେ ଏବେ ନୂଆ ଘଟଣା ଘଟିଛି। ଆଜି ଯାଏ ଯେଉଁ ସବୁ ଦେଶ କରୋନାଠାରୁ ଦୂରେଇ ରହିଥିଲେ ବା ସେଠାରେ ଗୋଟିଏ ହେଲେ ବି କରୋନା ଆକ୍ରାନ୍ତ ଚିହ୍ନଟ ହୋଇ ନଥିଲେ, ସେଠାରେ ଏବେ ଭାଇରସ ପ୍ରବେଶ କରିବା ଆରମ୍ଭ କରିଛି। ବୁଧବାର ଦିନ ପ୍ୟାସିଫିକ ଦ୍ୱୀପପୁଞ୍ଜର ଦେଶ ଭାନୁଟୁରେ ପ୍ରଥମ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହାବ୍ୟତୀତ ମାର୍ଶଲ ଦ୍ୱୀପ ଓ […]

ds

Hemant Lenka
  • Published: Saturday, 14 November 2020
  • , Updated: 14 November 2020, 06:16 PM IST

ନୂଆଦିଲ୍ଲୀ: କରୋନା ଭାଇରସକୁ ବିଶ୍ୱ ମହାମାରୀ ଘୋଷଣା କରାଯିବାର ପ୍ରାୟ ୮ ମାସ ପରେ ଏବେ ନୂଆ ଘଟଣା ଘଟିଛି। ଆଜି ଯାଏ ଯେଉଁ ସବୁ ଦେଶ କରୋନାଠାରୁ ଦୂରେଇ ରହିଥିଲେ ବା ସେଠାରେ ଗୋଟିଏ ହେଲେ ବି କରୋନା ଆକ୍ରାନ୍ତ ଚିହ୍ନଟ ହୋଇ ନଥିଲେ, ସେଠାରେ ଏବେ ଭାଇରସ ପ୍ରବେଶ କରିବା ଆରମ୍ଭ କରିଛି।

ବୁଧବାର ଦିନ ପ୍ୟାସିଫିକ ଦ୍ୱୀପପୁଞ୍ଜର ଦେଶ ଭାନୁଟୁରେ ପ୍ରଥମ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହାବ୍ୟତୀତ ମାର୍ଶଲ ଦ୍ୱୀପ ଓ ସୋଲେମନ ଦ୍ୱୀପପୁଞ୍ଜରେ ମଧ୍ୟ କରୋନା ସଂକ୍ରମଣ ଆରମ୍ଭ ହୋଇଛି। ସାମୋଆ ଦ୍ୱୀପରେ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ଗୋଟିଏ ଜାହାଜର କ୍ରୁ ସଦସ୍ୟମାନଙ୍କ ସହ କାମ କରିଥିବା ଜଣେ ସ୍ଥାନୀୟ କର୍ମଚାରୀଙ୍କୁ କ୍ୱାରେଣ୍ଟାଇନରେ ରଖାଯାଇଛି।

ଟାଇମ୍ ଡଟ୍ କମର ରିପୋର୍ଟ ଅନୁଯାୟୀ, ନୂଆ ଦେଶରେ କରୋନା ଭାଇରସ ଧୀରେଧୀରେ ବ୍ୟାପିବା ଆରମ୍ଭ କରିଛି। ବିଶ୍ୱର କେବଳ ୯ଟି ଦେଶକୁ ଛାଡ଼ି ଦେଲେ କରୋନା ଭାଇରସ ଆଉ ସବୁ ସ୍ଥାନରେ ନିଜର ଉପସ୍ଥିତି ଜାହାରି କରିସାରିଛି। ଏହି ୯ଟି ଦେଶ ମଧ୍ୟରେ ଉତ୍ତର କୋରିଆ ଓ ତୁର୍କମେନିସ୍ତାନ ନାହାନ୍ତି। କୁହାଯାଉଛି ଯେ ଏହି ଦୁଇ ଦେଶରେ ବି କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ହେଲେ ସେଠାକାର ସରକାର ତଥ୍ୟକୁ ଲୁଚାଇ ରଖିଛନ୍ତି।

ମହାମାରୀ ଆରମ୍ଭ ହେବା ପରେ ପ୍ରଶାନ୍ତ ମହାସାଗରରେ ଥିବା ଦ୍ୱୀପପୁଞ୍ଜର ଦେଶମାନେ ସେମାନଙ୍କର ସୀମାକୁ ବନ୍ଦ କରିଦେଇଥିଲେ। କିନ୍ତୁ ଏବେ ଏହି ଦେଶ ଗୁଡ଼ିକ ମଧ୍ୟ କୌଣସି କାରଣରୁ କରୋନା ପଞ୍ଝାରେ ପଡ଼ିଲେଣି। ଭାନୁଟୁର ସ୍ୱାସ୍ଥ୍ୟ ବିଭାଗ କହିଛି ଯେ ଜଣେ ୨୩ ବର୍ଷ ବୟସର ଯୁବକ ଆମେରିକାରୁ ଫେରିବା ପରେ ତାଙ୍କର କରୋନା ଟେଷ୍ଟ କରାଯାଇଥିଲା। ତାଙ୍କ ରିପୋର୍ଟ ପଜିଟିଭ ଆସିଛି।

ଅକ୍ଟୋବର ଆରମ୍ଭରେ ସୋଲେମନ ଦ୍ୱୀପରେ ପ୍ରଥମ କରୋନା ରୋଗୀ ଚିହ୍ନଟ ହୋଇଥିଲେ। ତାଙ୍କ ସଂସ୍ପର୍ଶରେ ଆସି ଆଉ କିଛି ଲୋକ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଥିଲେ। ବିଶେଷଜ୍ଞମାନେ କହିଛନ୍ତି ଯେ ଗୋଟିଏ ଦ୍ୱୀପପୁଞ୍ଜରେ ଏକାଧିକ ଛୋଟ ଛୋଟ ଦେଶ ରହିଛନ୍ତି।

ଯଦି ଏଠାରେ ସଂକ୍ରମଣ ବ୍ୟାପିଲା, ତା’ହେଲେ ଏହାକୁ ରୋକିବା ସ୍ଥାନୀୟ ପ୍ରଶାସନ ପାଇଁ ସହଜ ହେବନି। କାରଣ ଏହି ସବୁ ଛୋଟଛୋଟ ଦେଶରେ ସ୍ୱାସ୍ଥ୍ୟସେବା ଆଦୌ ଭଲନାହିଁ। ଏଠାରେ ବହୁତ ସୀମିତ ସୁବିଧା ରହିଛି।

Related story