କରୋନା ପାଇଁ ହୋଟେଲ ଶିଳ୍ପ ପ୍ରଭାବିତ

ନୂଆଦିଲ୍ଲୀ: କରୋନା ଭାଇରସ ଆତଙ୍କ କେବଳ ସ୍ୱାସ୍ଥ୍ୟ ନୁହେଁ ବିଭିନ୍ନ କ୍ଷେତ୍ରକୁ ପ୍ରଭାବିତ କରିଛି। ଏବେ ବ୍ୟବସାୟ କ୍ଷେତ୍ରକୁ ମଧ୍ୟ କରୋନା ଆତଙ୍କିତ କରିବା ଆରମ୍ଭ କଲାଣି। ଏହି କ୍ରମରେ ହୋଟେଲ୍ ଶିଳ୍ପକୁ ଅନେକ କ୍ଷତି ସହିବାକୁ ପଡ଼ିଲାଣି। ଲଗାତର ହୋଟେଲ ଗୁଡ଼ିକରେ ପୁରୁଣା ବୁକିଂ ସବୁ ବାତିଲ୍ ହେଉଥିବାବେଳେ ନୂଆ ବୁକିଂ ମଧ୍ୟ ବହୁତ କଷ୍ଟରେ ହେଉଛି। ତେବେ ହୋଟେଲ ବ୍ୟବସାୟୀଙ୍କ କହିବାନୁସାରେ ଗତ କିଛିଦିନ ମଧ୍ୟରେ ସେମାନଙ୍କ ବ୍ୟବସାୟରେ ପ୍ରାୟ ୩୦ ପ୍ରତିଶତ କ୍ଷତି […]

hotel deal

Subhransu Sekhar
  • Published: Saturday, 07 March 2020
  • , Updated: 07 March 2020, 04:57 PM IST

ନୂଆଦିଲ୍ଲୀ: କରୋନା ଭାଇରସ ଆତଙ୍କ କେବଳ ସ୍ୱାସ୍ଥ୍ୟ ନୁହେଁ ବିଭିନ୍ନ କ୍ଷେତ୍ରକୁ ପ୍ରଭାବିତ କରିଛି। ଏବେ ବ୍ୟବସାୟ କ୍ଷେତ୍ରକୁ ମଧ୍ୟ କରୋନା ଆତଙ୍କିତ କରିବା ଆରମ୍ଭ କଲାଣି। ଏହି କ୍ରମରେ ହୋଟେଲ୍ ଶିଳ୍ପକୁ ଅନେକ କ୍ଷତି ସହିବାକୁ ପଡ଼ିଲାଣି। ଲଗାତର ହୋଟେଲ ଗୁଡ଼ିକରେ ପୁରୁଣା ବୁକିଂ ସବୁ ବାତିଲ୍ ହେଉଥିବାବେଳେ ନୂଆ ବୁକିଂ ମଧ୍ୟ ବହୁତ କଷ୍ଟରେ ହେଉଛି। ତେବେ ହୋଟେଲ ବ୍ୟବସାୟୀଙ୍କ କହିବାନୁସାରେ ଗତ କିଛିଦିନ ମଧ୍ୟରେ ସେମାନଙ୍କ ବ୍ୟବସାୟରେ ପ୍ରାୟ ୩୦ ପ୍ରତିଶତ କ୍ଷତି ହୋଇଛି।

ଦିଲ୍ଲୀ ହୋଟେଲ ଆଣ୍ଡ୍ ରେସ୍ତୋରାଁ ଓନର୍ ଆସୋସିଏସନ ଅଧ୍ୟକ୍ଷ ସନ୍ଦୀପ ଖଣ୍ଡେଲଓ୍ୱାଲଙ୍କ ଅନୁସାରେ କରୋନା ଭାଇରସ ଆତଙ୍କ ଯୋଗୁଁ ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟା ଲଗାତର କମିବାରେ ଲାଗିଛି। ତେଣୁ ବ୍ୟବସାୟୀଙ୍କୁ ଅନେକ କ୍ଷତି ସହିବାକୁ ପଡ଼ିଲାଣି। ଏଣୁ ହୋଟେଲ ମାଲିକମାନେ ପର୍ଯ୍ୟଟକଙ୍କୁ ଅଟକାଇବା ଲାଗି ହୋଟେଲରେ ଉତ୍ତମ ମାନର ସେବା ଯୋଗାଇଦେବାକୁ ଚେଷ୍ଟା ଚଳାଇଛନ୍ତି।

କେବଳ ହୋଟେଲ୍ ଶିଳ୍ପ ନୁହେଁ ଏହାସହ ଜଡ଼ିତ ଟୁର୍ ଆଣ୍ଡ୍ ଟ୍ରାଭେଲ୍ସ କମ୍ପାନୀଗୁଡ଼ିକ ମଧ୍ୟ କରୋନା ଆତଙ୍କ ଯୋଗୁଁ ଅନେକ ମାତ୍ରାରେ କ୍ଷତି ସହିବାକୁ ପଡ଼ୁଛି। ଲଗାତର ବ୍ୟବସାୟ ମାନ୍ଦା ହେବାରେ ଲାଗିଛି। ବିଦେଶରୁ ଆସୁଥିବା ପର୍ଯ୍ୟଟକଙ୍କ ସଂଖ୍ୟା ପ୍ରାୟ ୬୦ରୁ ୭୦ ପ୍ରତିଶତ କମିଯାଇଛି। ଏହାସହ ଭାରତରୁ ମଧ୍ୟ ବିଦେଶ ଗସ୍ତରେ ଯିବାକୁ ଥିବା ପର୍ଯ୍ୟଟକମାନେ ନିଜର ବୁକିଂ ବାତିଲ୍ କରୁଛନ୍ତି।

Related story