ମାଡ଼ି ଚାଲିଛି କରୋନା, ୨୫ ହଜାର ପାଖରେ ପହଞ୍ଚିଲା ମୃତ୍ୟୁସଂଖ୍ୟା

ବେଜିଂ: ଚାଇନା ଭାଇରସ କରୋନା ଦିନକୁ ଦିନ ଭୟଙ୍କର ରୂପ ନେଇ ଆଗକୁ ମାଡ଼ି ଚାଲିଛି। କରୋନା ଯୋଗୁ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ୟୁରୋପୀୟ ଦେଶ। ସ୍ପେନଠାରୁ ଆରମ୍ଭ କରି ଇଟାଲୀ, ଫ୍ରାନ୍ସ, ଜର୍ମାନୀ, ବ୍ରିଟେନ, ବେଲଜିୟମ ଓ ନେଦରଲ୍ୟାଣ୍ଡ୍ସ ଯାଏ ସମସ୍ତେ କରୋନା ମାଡ଼ରେ ଅସହାୟ ହୋଇପଡ଼ିଛନ୍ତି। ଆମେରିକା ମଧ୍ୟ ଏଥିରୁ ବର୍ତ୍ତି ପାରିନାହିଁ। ଏଠାରେ ବି ପ୍ରତିଦିନ ଶହଶହ ମୁଣ୍ଡ ଗଡ଼ିବାରେ ଲାଗିଛି। ବର୍ତ୍ତମାନ ସୁଦ୍ଧା ୧୯୯ ଦେଶରେ କାୟା ବିସ୍ତାର କରିଥିବା […]

c

c

Hemant Lenka
  • Published: Friday, 27 March 2020
  • Updated: 27 March 2020, 05:48 PM IST

Sports

Latest News

ବେଜିଂ: ଚାଇନା ଭାଇରସ କରୋନା ଦିନକୁ ଦିନ ଭୟଙ୍କର ରୂପ ନେଇ ଆଗକୁ ମାଡ଼ି ଚାଲିଛି। କରୋନା ଯୋଗୁ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ୟୁରୋପୀୟ ଦେଶ। ସ୍ପେନଠାରୁ ଆରମ୍ଭ କରି ଇଟାଲୀ, ଫ୍ରାନ୍ସ, ଜର୍ମାନୀ, ବ୍ରିଟେନ, ବେଲଜିୟମ ଓ ନେଦରଲ୍ୟାଣ୍ଡ୍ସ ଯାଏ ସମସ୍ତେ କରୋନା ମାଡ଼ରେ ଅସହାୟ ହୋଇପଡ଼ିଛନ୍ତି।

ଆମେରିକା ମଧ୍ୟ ଏଥିରୁ ବର୍ତ୍ତି ପାରିନାହିଁ। ଏଠାରେ ବି ପ୍ରତିଦିନ ଶହଶହ ମୁଣ୍ଡ ଗଡ଼ିବାରେ ଲାଗିଛି। ବର୍ତ୍ତମାନ ସୁଦ୍ଧା ୧୯୯ ଦେଶରେ କାୟା ବିସ୍ତାର କରିଥିବା କରୋନା ଯୋଗୁ ମୃତ୍ୟୁସଂଖ୍ୟା ୨୫ ହଜାରର ନିକଟବର୍ତ୍ତୀ ହୋଇ ସାରିଲାଣି। ଗୋଟିଏ ଦିନରେ ୬୨ ହଜାରରୁ ଅଧିକ ଲୋକ ସମଗ୍ର ବିଶ୍ୱରେ କରୋନା ଭାଇରସରେ ଆକ୍ରାନ୍ତ ହୋଇଛନ୍ତି।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ସୂଚନା ଅନୁଯାୟୀ, ଏଯାଏ କରୋନା ସମଗ୍ର ବିଶ୍ୱରେ ୨୪, ୮୭୨ ଜଣଙ୍କ ମୁଣ୍ଡ ନେଇଥିବା ବେଳେ ଏଥିରେ ୫,୪୯,୪୩୧ ଜଣ ଆକ୍ରାନ୍ତ ହୋଇଛନ୍ତି। ସେହିପରି ୧,୨୮,୬୯୯ ଜଣ ଲୋକ କରୋନାରେ ଆକ୍ରାନ୍ତ ହୋଇଥିଲେ ହେଁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଆକ୍ରାନ୍ତ ତାଲିକାର ନମ୍ବର ୧ ସ୍ଥାନରେ ଆମେରିକା ରହିଛି। ଏଠାରେ ୮୫, ୭୪୯ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଆଗକୁ ମଧ୍ୟ ଏହି ସଂଖ୍ୟା ବଢ଼ିବାର ଯଥେଷ୍ଟ ଆଶଙ୍କା ରହିଛି। କରୋନା ମୁକାବିଲା ପାଇଁ ଅଧିକାଂଶ ଦେଶରେ କଟକଣା ଓ ସୀମାକୁ ସିଲ କରାଯାଇଛି। ତଥାପି କରୋନା ଥମିବାର ନାଁ ଧରୁନାହିଁ।

ଗତ ୨୪ ଘଣ୍ଟା ମଧ୍ୟରେ ଚାଇନାରେ ମାତ୍ର ୫ ଜଣ ବ୍ୟକ୍ତି କରୋନା ଯୋଗୁ ପ୍ରାଣ ହରାଇଛନ୍ତି। ଏଠାରେ ମୃତ୍ୟୁସଂଖ୍ୟା ୩,୨୯୨ ଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୮୧,୩୪୦ ଛୁଇଁଛି। ତେବେ ଆମେରିକାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ିବାରେ ଲାଗିଛି। ଗତକାଲି ରାତି ସୁଦ୍ଧା ଏଠାରେ ଆକ୍ରାନ୍ତଙ୍କ ସଂଖ୍ୟା ପ୍ରାୟ ୭୦ ହଜାର ଥିଲା। କିନ୍ତୁ ରିପୋର୍ଟ ଲେଖା ହେବା ବେଳକୁ ଏଠାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୫,୭୪୯ରେ ପହଞ୍ଚି ଯାଇଛି।

ସେହିପରି ମୃତକଙ୍କ ସଂଖ୍ୟା ୧୩୦୪ ଛୁଇଁଛି। ଇଟାଲୀରେ ଗତ ୨୪ ଘଣ୍ଟାରେ ୭୧୨ ଜଣ ପ୍ରାଣ ହରାଇଥିବା ବେଳେ ସ୍ପେନରେ ୭୧୮ ଜଣଙ୍କ ମୁଣ୍ଡ ନେଇଛି କରୋନା। ଆଜି ବି ସ୍ପେନରେ ୪୯୩ ଜଣଙ୍କ ମୃତ୍ୟୃ ଘଟିଛି। ଫଳରେ ଏହି ଦୁଇ ଦେଶରେ ମୃତ୍ୟୁସଂଖ୍ୟା ଯଥାକ୍ରମେ ୮,୨୧୫ ଓ ୪,୮୫୮ ରହିଛି। ଜର୍ମାନୀରେ ୧୪ ଜଣଙ୍କ ମୃତ୍ୟୁ ଘଟିଥିବାରୁ ମୃତ୍ୟୁସଂଖ୍ୟା ୨୮୧ରେ ପହଞ୍ଚି ଯାଇଛି।

ଇରାନ ପୁଣି ୧୪୪ ଜଣ ଲୋକ କରୋନା ଯୋଗୁ ପ୍ରାଣ ହରାଇଛନ୍ତି। ଏଠାରେ ମୃତ୍ୟୁସଂଖ୍ୟା ୨୩୭୮। ଫ୍ରାନ୍ସରେ ୧୬୯୬, ସ୍ୱିଜରଲ୍ୟାଣ୍ଡରେ ୧୯୭, ବ୍ରିଟେନରେ ୫୭୮, ଦକ୍ଷିଣ କୋରିଆରେ ୧୩୯, ନେଦରଲ୍ୟାଣ୍ଡ୍ସରେ ୪୩୪, ବେଲଜିୟମରେ ୨୮୯, ଅଷ୍ଟ୍ରିଆରେ ୫୮, କାନାଡାରେ ୩୯, ତୁର୍କୀରେ ୭୫, ପର୍ତ୍ତୁଗାଲରେ ୬୦, ବ୍ରାଜିଲରେ ୭୭, ସ୍ୱିଡେନରେ ୭୭, ଡେନମାର୍କରେ ୪୧, ଜାପାନରେ ୪୭, ଇଣ୍ଡୋନେସିଆରେ ୮୭, ଫିଲିପାଇନ୍ସରେ ୫୪, ପାକିସ୍ତାନରେ ୯, ଇରାକରେ ୪୦ ଓ ଭାରତରେ ୨୦ ଜଣ କରୋନା ଯୋଗୁ ପ୍ରାଣ ହରାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story