କାୟା ମେଲାଉଛି କରୋନା: ୧୦୬ ଛୁଇଁଲା ମୃତ୍ୟୁ ସଂଖ୍ୟା, ୪୫୦୦ ଆକ୍ରାନ୍ତ

ଉହାନ୍‌: ମଙ୍ଗଳବାର ଭୟଙ୍କର ଭାଇରସ୍‌ ‘କରୋନା’ ଜନିତ ମୃତ୍ୟୁ ସଂଖ୍ୟା ୧୦୬ ଛୁଇଁଛି। ଏଥିସହିତ ଏଥିରେ ଆକ୍ରାନ୍ତଙ୍କ ସଂଖ୍ୟା ଦୁଇଗୁଣା ହୋଇ ୪୫୦୦କୁ ବୃଦ୍ଧି ପାଇଛି। ଏହାପରେ ଭାରତ ସମେତ ଆମେରିକା ଏବଂ ଅନ୍ୟ ଦେଶର ଲୋକେ ସଙ୍କଟଜନକ ସ୍ଥିତିରେ ଉହାନ୍‌ରୁ ନିଜ ଦେଶର ନାଗରିକଙ୍କୁ ଫେରାଇ ଆଣିବାର ପ୍ରୟାସ ଆରମ୍ଭ କରିଛନ୍ତି। ଭାରତ ମଧ୍ୟ ଏହାର ନାଗରିକଙ୍କୁ ହୁପେଇ ପ୍ରଦେଶରୁ ଫେରାଇଆଣିବାକୁ ପ୍ରୟାସ କରୁଛି। ହୁବେଇର ରାଜଧାନୀ ଉହାନ୍‌ ଏହି ଭାଇରସ୍‌ର କେନ୍ଦ୍ରସ୍ଥଳ ବୋଲି କୁହାଯାଉଥିବାବେଳେ […]

coronavirus

coronavirus

Subrat Kumar Nayak
  • Published: Tuesday, 28 January 2020
  • Updated: 28 January 2020, 05:53 PM IST

Sports

Latest News

ଉହାନ୍‌: ମଙ୍ଗଳବାର ଭୟଙ୍କର ଭାଇରସ୍‌ ‘କରୋନା’ ଜନିତ ମୃତ୍ୟୁ ସଂଖ୍ୟା ୧୦୬ ଛୁଇଁଛି। ଏଥିସହିତ ଏଥିରେ ଆକ୍ରାନ୍ତଙ୍କ ସଂଖ୍ୟା ଦୁଇଗୁଣା ହୋଇ ୪୫୦୦କୁ ବୃଦ୍ଧି ପାଇଛି। ଏହାପରେ ଭାରତ ସମେତ ଆମେରିକା ଏବଂ ଅନ୍ୟ ଦେଶର ଲୋକେ ସଙ୍କଟଜନକ ସ୍ଥିତିରେ ଉହାନ୍‌ରୁ ନିଜ ଦେଶର ନାଗରିକଙ୍କୁ ଫେରାଇ ଆଣିବାର ପ୍ରୟାସ ଆରମ୍ଭ କରିଛନ୍ତି।

ଭାରତ ମଧ୍ୟ ଏହାର ନାଗରିକଙ୍କୁ ହୁପେଇ ପ୍ରଦେଶରୁ ଫେରାଇଆଣିବାକୁ ପ୍ରୟାସ କରୁଛି। ହୁବେଇର ରାଜଧାନୀ ଉହାନ୍‌ ଏହି ଭାଇରସ୍‌ର କେନ୍ଦ୍ରସ୍ଥଳ ବୋଲି କୁହାଯାଉଥିବାବେଳେ ଏଠାରେ ଅଧିକ ସଂଖ୍ୟାରେ ଭାରତୀୟ ବ୍ୟବସାୟୀ ଓ ଛାତ୍ରଛାତ୍ରୀ ବସବାସ କରିଥା’ନ୍ତି। ତେବେ ଉଦ୍ଧାର କାର୍ଯ୍ୟ ନେଇ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ମୁଖପାତ୍ର ରବୀଶ କୁମାର କହିଛନ୍ତି, “ଅମା ଭାରତୀୟ ନାଗରିକଙ୍କ ଉଦ୍ଧାର ପ୍ରକ୍ରିୟା ଆରମ୍ଭ କରିଛୁ।” ସୂଚନାଯୋଗ୍ୟ ଯେ, ଏହାପୂର୍ବରୁ ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ କେନ୍ଦ୍ର ବୈଦେଶିକ ମନ୍ତ୍ରୀ ଏସ୍‌ ଜୟଶଙ୍କରଙ୍କୁ ଅନୁରୋଧ କରିଥିଲେ ସେଠାରେ ରହୁଥିବା ୧୦୦ ଗୁଜରାଟୀ ଛାତ୍ରଛାତ୍ରୀଙ୍କ ଉଦ୍ଧାର ନେଇ ଭାରତ ସରକାର ହସ୍ତକ୍ଷେପ କରନ୍ତୁ।

ବିଭିନ୍ନ ପୟାସ ସତ୍ତ୍ୱେ ଭାଇରସ୍‌ର ପ୍ରଭାବ ଥମିବାର ନାଁ ନେଉନି। ଗତ ୨୪ ଘଣ୍ଟାରେ ୨୬ ଜଣଙ୍କର ମୃତ୍ୟୁ ହୋଇଥିବା ଚାଇନା ଜାତୀୟ ସ୍ୱାସ୍ଥ୍ୟ କମିଶନ୍‌ ପକ୍ଷରୁ କୁହାଯାଇଛି। ଏହା ସାରା ଦେଶରେ ମୃତକଙ୍କ ସଂଖ୍ୟାକୁ ୧୦୬ରେ ପହଞ୍ଚାଇଦେଇଛି। ସୋମବାର ଆକ୍ରାନ୍ତଙ୍କ ସଂଖ୍ୟା ୨,୭୪୪ ଥିଲା। ଆଜି ଏହା ୪୫୧୫କୁ ବୃଦ୍ଧି ପାଇଛି। ଆଉ ୭୦୦୦ ଆକ୍ରାନ୍ତ ହୋଇଥିବା ଆଶଙ୍କା କରାଯାଉଥିଲେ ହେଁ ଏଯାଏ ନିଶ୍ଚିତ କରାଯାଇପାରିନାହିଁ। ସୋମବାର ଜର୍ମାନୀ, କାନାଡା ଏବଂ ଶ୍ରୀଲଙ୍କାରେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଅନ୍ୟପକ୍ଷରେ ଚାଇନା ଦଖଲରେ ଥିବା ହଙ୍ଗକଙ୍ଗରେ ଦ୍ୱିତୀୟ ଦେଶ ଭାବେ ୮ ଜଣ ଆକ୍ରାନ୍ତ ହୋଇଛନ୍ତି। ତେଣୁ ଏହି ଦେଶ ଚାଇନାକୁ ଯୋଡ଼ୁଥିବା ବିଭିନ୍ନ ରାସ୍ତା ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। ଏତଦ୍‌ବ୍ୟତୀତ ମାକାଓ, ଅଷ୍ଟ୍ରେଲିଆ, ମ୍ୟାଲେସିଆ, ଜାପାନ ଏବଂ ଫ୍ରାନ୍ସ ଆଦି ବେଶ କିଛି ଦେଶରେ ଏହି ଭୂତାଣୁ ଚିହ୍ନଟ କରାଯାଇସାରିଲାଣି। ତେବେ ଏଯାଏ ମୃତ୍ୟୁଖବର କେବଳ ଚାଇନାରୁ ହିଁ ଆସୁଛି।

ବିଶେଷଜ୍ଞ ମାନେ କହିଛନ୍ତି, ଉହାନ୍‌ ସହରର ବନ୍ୟଜନ୍ତୁ ମାର୍କେଟ୍‌ରୁ ଏହି ମରଣାନ୍ତକ ଭାଇରସ୍‌ ବ୍ୟାପିଛି। ଏହା ସାରା ଚାଇନା ମେନ୍‌ଲ୍ୟାଣ୍ଡରେ ଆତଙ୍କ ଖେଳାଇବା ସହ ଅନ୍ୟ କିଛି ଦେଶରେ ମଧ୍ୟ ଭୟର ବାତାବରଣ ସୃଷ୍ଟି କରିଛି। ସରକାର ଉହାନ୍‌ ସହରକୁ ନାକାବନ୍ଦୀ କରିବା ସହ ହୁବେଇ ପ୍ରଦେଶର ଅନ୍ୟ ସହରରେ ମଧ୍ୟ କଟକଣା ଜାରି ରଖିଛନ୍ତି। ଏହାଫଳରେ ହଜାର ହଜାର ଲୋକ, ଏପରିକି ବିଦେଶୀମାନେ ଅଟକି ରହିଛନ୍ତି। ଚାଇନାରେ ନୂଆବର୍ଷର ସମୟ ହୋଇଥିବାବେଳେ ହିଁ ଏପରି ସ୍ଥିତି ଉପୁଜିଛି।

ଅଟକି ରହିଥିବା ଲୋକେ ବ୍ୟତିବ୍ୟସ୍ତ ହେବା ସହ, ବିଭିନ୍ନ ଦେଶ ନିଜ ନିଜ ନାଗରିକଙ୍କୁ ସ୍ୱଦେଶ ଫେରାଇ ଆଣିବାକୁ ବାଟ ଖୋଜିବା ଆରମ୍ଭ କରିଛନ୍ତି। ଚାଇନା ସରକାରଙ୍କ ସହ ସେମାନେ ଯୋଗାଯୋଗରେ ଅଛନ୍ତି। ଆମେରିକା ଫ୍ରାନ୍ସ ଏବଂ ଜାପାନ୍‌ ଏୟାରଲିଫ୍ଟିଂ ବାବଦରେ ଘୋଷଣା କରିଛନ୍ତି, ଏଯାଏ ତାହା ବାସ୍ତବ ରୂପ ନେଇପାରିନାହିଁ। ପ୍ରାଥମିକ ଅବସ୍ଥାରେ ଆମେରିକାର ଏକ ବିମାନ କିଛି କୂଟନୀତିଜ୍ଞ ଏବଂ କିଛି ନାଗରିକଙ୍କୁ ନେଇ ଉଡ଼ାଣ ଭରିବାର ଥିଲା। ତେବେ ଏହା ବିନା କୌଣସି କାରଣରେ ଘୁଞ୍ଚିଯାଇଥିବା କୁହାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story