କରୋନା ଯୋଗୁ କମୁଛି ବିଦ୍ୟୁତ ଚାହିଦା, ୫ ମାସରେ ସବୁଠାରୁ କମ୍‌

ନୂଆଦିଲ୍ଲୀ: କରୋନା ଭାଇରସ୍‌ର ମୁକାବିଲା ପାଇଁ କେନ୍ଦ୍ର ସରକାର ଲାଗୁ କରିଥିବା ଲକ୍‌ଡାଉନ୍‌ ପାଇଁ ବିଦ୍ୟୁତ ଚାହିଦା ଲଗାତାର କମିବାରେ ଲାଗିଛି। ଏହି ଲକ୍‌ଡାଉନ୍‌ର ପ୍ରଥମ ଦିନରେ ୫ ମାସ ମଧ୍ୟରେ ସବୁଠାରୁ କମ୍‌ ବିଦ୍ୟୁତ ବ୍ୟବହାର ହୋଇଥିବା ସୂଚନା ମିଳିଛି। ସେହିଭଳି ମାସିକ ବିଦ୍ୟୁତ ଚାହିଦା ୪ ମାସରେ ସବୁଠାରୁ କମ୍‌ ରହିଛି। ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଲକ୍‌ଡାଉନ୍‌ ବିଷୟରେ ଘୋଷଣା କରିଥିଲେ। ଏହାପରେ ପ୍ରଥମ ଦିନ ହିଁ ବିଦ୍ୟୁତ ଚାହିଦା ୨.୭୮ […]

electry

Subrat Kumar Nayak
  • Published: Friday, 27 March 2020
  • , Updated: 27 March 2020, 04:00 PM IST

ନୂଆଦିଲ୍ଲୀ: କରୋନା ଭାଇରସ୍‌ର ମୁକାବିଲା ପାଇଁ କେନ୍ଦ୍ର ସରକାର ଲାଗୁ କରିଥିବା ଲକ୍‌ଡାଉନ୍‌ ପାଇଁ ବିଦ୍ୟୁତ ଚାହିଦା ଲଗାତାର କମିବାରେ ଲାଗିଛି। ଏହି ଲକ୍‌ଡାଉନ୍‌ର ପ୍ରଥମ ଦିନରେ ୫ ମାସ ମଧ୍ୟରେ ସବୁଠାରୁ କମ୍‌ ବିଦ୍ୟୁତ ବ୍ୟବହାର ହୋଇଥିବା ସୂଚନା ମିଳିଛି। ସେହିଭଳି ମାସିକ ବିଦ୍ୟୁତ ଚାହିଦା ୪ ମାସରେ ସବୁଠାରୁ କମ୍‌ ରହିଛି।

ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଲକ୍‌ଡାଉନ୍‌ ବିଷୟରେ ଘୋଷଣା କରିଥିଲେ। ଏହାପରେ ପ୍ରଥମ ଦିନ ହିଁ ବିଦ୍ୟୁତ ଚାହିଦା ୨.୭୮ ବିଲିଅନ୍‌ ୟୁନିଟ୍‌କୁ ଖସିଆସିଥିଲା। ଏହା ପୂର୍ବରୁ ଦୈନିକ ହାରାହାରି ୩.୪୫ ବିଲିଅନ୍‌ ୟୁନିଟ୍‌ ଚାହିଦା ରହୁଥିଲା। ଅର୍ଥାତ ଏଥିରେ ୨୦% ହ୍ରାସ ଘଟିଛି। ଯଦି ଏପରି ସ୍ଥିତି ଲାଗି ରହେ, ବର୍ଷକୁ ବର୍ଷ ତୁଳନା କଲେ ମଧ୍ୟ ବିଦ୍ୟୁତ ଦର ସେହିଭଳି କମ୍‌ ରହିବ।

ଯଦିଓ ସମ୍ପୂର୍ଣ୍ଣ ଭାରତରେ ବିଦ୍ୟୁତ ଚାହିଦା କମିଛି, ରାଜ୍ୟମାନଙ୍କରେ ଚାହିଦା ଅଳ୍ପ ଅଳ୍ପ ବଢ଼ିଛି। ଏହା ଦର୍ଶାଉଛି କିଛି ରାଜ୍ୟରେ ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌ ପାଳିତ ହୋଇନି। ଅନ୍ୟପକ୍ଷରେ ଗରମ ମଧ୍ୟ କିଛି ଦିନ ହେଲା ବୃଦ୍ଧି ପାଇଥିବାରୁ କିଛି ରାଜ୍ୟରେ ଏହା ମଧ୍ୟ ଚାହିଦା ବୃଦ୍ଧିର କାରଣ ପାଲଟିଥାଇପାରେ।

Related story