କରୋନା ପାଇଁ ଘୃଣାଭାବ ବଢ଼ୁଛି: ଗୁଟେରସ
ଜେନେଭା: କାୟା ମେଲାଇ ଚାଲିଛି କରୋନା ଭାଇରସ। ଦେଶରେ ପ୍ରତିଦିନ ଆକ୍ରାନ୍ତଙ୍କ ସଂଖ୍ୟା ପୂର୍ବଦିନର ସଂଖ୍ୟାକୁ ଅତିକ୍ରମ କରୁଛି। ଖାଲି ଭାରତ ନୁହେଁ ଆମେରିକା, ଇଟାଲୀ, ସ୍ପେନ ସମେତ ୨୧୦ଟି ଦେଶରେ ଏହି ମହାମାରୀ ତାଣ଼୍ଡବ ରଚୁଛି। ସଂକ୍ରମିତ ରୋଗ ହୋଇଥିବାରୁ ଏବେ ଜଣେ ଅନ୍ୟ ଜଣଙ୍କ ସହିତ ପୂର୍ବଭଳି ହସଖୁସି ମିଳାମିଶା କରିବାକୁ ଡରୁଛି। ଏହାକୁ ନେଇ ଟୁଇଟ୍ କରି ମତ ରଖିଛନ୍ତି ଜାତିସଂଘର ମହାସଚିବ ଆଣ୍ଟୋନିଓ ଗୁଟେରସ।
କରୋନା କାହାକୁ ସଂକ୍ରମିତ ହେଉଛି, କେଉଁ ସ୍ଥାନରେ ସଂକ୍ରମିତ ହେଉଛି କିଛି ଜଣାପଡ଼ୁନି। ଏବେ ଏହି ମହାମାରୀ ଯେତିକି ଗୁରୁତ୍ୱ ନୁହେଁ ତା’ଠୁ ଅଧିକ ଗୁରୁତ୍ୱ ଜଣେ ଅନ୍ୟ ଜଣଙ୍କ ଉପରେ କରୋନା ଭୟରେ ବିଶ୍ୱାସ ହରାଉଛି। ଏହି ମହାମାରୀ ଯୋଗୁଁ ଘୃଣା, ବିଦେଶୀ ଲୋକଙ୍କୁ ନାପସନ୍ଦ କରିବା, ଅନ୍ୟମାନଙ୍କୁ ଦାୟୀ କରିବା ଏବଂ ଭୟର ବାତାବରଣ ସୃଷ୍ଟି କରିବା ଭଳି ସ୍ଥିତି ଘଟିଛି। ଏଭଳି ଘୃଣା ନକରିବାକୁ ବିଶ୍ୱବାସୀଙ୍କୁ ନିବେଦେନ କରିଛନ୍ତି ଗୁଟେରସ।
#COVID19 does not care who we are, where we live, or what we believe.
Yet the pandemic continues to unleash a tsunami of hate and xenophobia, scapegoating and scare-mongering.
That’s why I’m appealing for an all-out effort to end hate speech globally. pic.twitter.com/ojh957xhQq
— António Guterres (@antonioguterres) May 8, 2020
କୌଣସି ଦେଶର ନାମ ନନେଇ ଜାତିସଂଘର ମୁଖ୍ୟ କହିଛନ୍ତି, କରୋନା ମହାମାରୀ ପାଇଁ ଘୃଣାର ଆତଙ୍କ ବ୍ୟାପିବାର ଲାଗିଛି। ସୋଶାଲ ମିଡ଼ିଆରେ ଏହାର ସକ୍ରିୟତା ଅଧିକ ରହିଛି। ଏମିତିକି ଯିହୁଦୀମାନଙ୍କ ବିରୁଦ୍ଧରେ ଏବେ ଏହାକୁ ନେଇ ଷଡଯନ୍ତ୍ର ଆରମ୍ଭ ହୋଇଛି। ଏହାଦ୍ୱାରା ମୁସଲମାନମାନେ ଆକ୍ରମଣର ଶିକାର ହେଉଛନ୍ତି ବୋଲି ଗୁଟେରସ କହିଛନ୍ତି।
ଅନ୍ୟପଟେ କରୋନା ବ୍ୟାପିବା ନେଇ ପ୍ରବାସୀ ତଥା ଶରଣାର୍ଥୀଙ୍କୁ ଟାର୍ଗେଟ କରାଯାଉଛି। ସେମାନଙ୍କ ଶରୀରରେ ଏହି ଘାତକ ଭାଇରସ ରହିଛି ବୋଲି କହି ଅପମାନିତ କରାଯାଉଛି। ଏମିତିକି ସେମାନଙ୍କ ଚିକିତ୍ସା ପାଇଁ କେହି ଆଗକୁ ଆସୁ ନାହାନ୍ତି ବୋଲି ସେ କହିଛନ୍ତି।
ଏହାବାଦ ଜାତିସଂଘ ମୁଖ୍ୟ କହିଛନ୍ତି ଯେ କରୋନା ଯୋଦ୍ଧାରେ ସାମିଲ୍ ହୋଇଥିବା ସାମ୍ବାଦିକ, ସ୍ୱାସ୍ଥ୍ୟ କର୍ମୀ ତଥା ମାନବ ଅଧିକାର କର୍ମୀଙ୍କୁ ଟାର୍ଗେଟ କରାଯାଉଛି। ଏହାକୁ ବନ୍ଦ କରିବା ଜରୁରୀ।
ଘୃଣା ଭାବ ବନ୍ଦ କରିବା ପାଇଁ ସମସ୍ତେ ଏବେ ପ୍ରୟାସ କରିବା ଦରକାର। ମୁଖ୍ୟତଃ ଶିକ୍ଷାନୁଷ୍ଠାନ ମାନେ ଘୃଣା ବିରୋଧରେ ସଚେତନତା ସୃଷ୍ଟି କରିବା ଦରକାର ବୋଲି ଗୁଟେରସ କହିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।