ପେଟ୍ରୋଲ-ଡିଜେଲରେ କରୋନା ମାଡ଼, ଉତ୍ପାଦ ଶୁଳ୍କ ବୃଦ୍ଧି ନେଇ କେନ୍ଦ୍ରର ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ: କରୋନା ଜନିତ କ୍ଷତି ପାଇଁ କେନ୍ଦ୍ର ସରକାର ତୈଳ ଦର ବୃଦ୍ଧି ନେଇ ବଡ଼ ନିଷ୍ପତ୍ତି ନେଇଛନ୍ତି। ଏଣିକି ପେଟ୍ରୋଲ ଓ ଡିଜେଲରେ ଯଥାକ୍ରମେ ଲିଟର ପ୍ରତି ୧୮ ଟଙ୍କା ଓ ୧୨ ଟଙ୍କା ସ୍ୱତନ୍ତ୍ର ଅତିରିକ୍ତ ଉତ୍ପାଦ ଶୁଳ୍କ ଲାଗୁ ହୋଇପାରିବ। ବିଜେପି ନେତ୍ୱତ୍ୱାଧୀନ ଏନ୍‌ଡିଏ ସରକାର ଫାଇନାନ୍ସ ବିଲ୍‌ରେ ଆଣିଥିବା ପରିବର୍ତ୍ତନ ଅନୁଯାୟୀ ଉଭୟ ପେଟ୍ରୋଲ ଓ ଡିଜେଲରେ ୮ ଟଙ୍କା ଲେଖାଏ ଉତ୍ପାଦ ଶୁଳ୍କ ବଢ଼ାଇବାକୁ ଏପରି ନିଷ୍ପତ୍ତି ହୋଇଛି। ଏହା […]

Oil

Oil

Subrat Kumar Nayak
  • Published: Tuesday, 24 March 2020
  • Updated: 24 March 2020, 01:22 PM IST

Sports

Latest News

ନୂଆଦିଲ୍ଲୀ: କରୋନା ଜନିତ କ୍ଷତି ପାଇଁ କେନ୍ଦ୍ର ସରକାର ତୈଳ ଦର ବୃଦ୍ଧି ନେଇ ବଡ଼ ନିଷ୍ପତ୍ତି ନେଇଛନ୍ତି। ଏଣିକି ପେଟ୍ରୋଲ ଓ ଡିଜେଲରେ ଯଥାକ୍ରମେ ଲିଟର ପ୍ରତି ୧୮ ଟଙ୍କା ଓ ୧୨ ଟଙ୍କା ସ୍ୱତନ୍ତ୍ର ଅତିରିକ୍ତ ଉତ୍ପାଦ ଶୁଳ୍କ ଲାଗୁ ହୋଇପାରିବ। ବିଜେପି ନେତ୍ୱତ୍ୱାଧୀନ ଏନ୍‌ଡିଏ ସରକାର ଫାଇନାନ୍ସ ବିଲ୍‌ରେ ଆଣିଥିବା ପରିବର୍ତ୍ତନ ଅନୁଯାୟୀ ଉଭୟ ପେଟ୍ରୋଲ ଓ ଡିଜେଲରେ ୮ ଟଙ୍କା ଲେଖାଏ ଉତ୍ପାଦ ଶୁଳ୍କ ବଢ଼ାଇବାକୁ ଏପରି ନିଷ୍ପତ୍ତି ହୋଇଛି।

ଏହା ପୂର୍ବରୁ ପେଟ୍ରୋଲ ଓ ଡିଜେଲରେ ଉତ୍ପାଦ ଶୁଳ୍କ ଲିଟର ପ୍ରତି ଯଥାକ୍ରମେ ୧୦ ଟଙ୍କା ଏବଂ ୪ ଟଙ୍କାରେ ସୀମିତ ରହିଥିଲା। ଏହା ପୂର୍ବରୁ ମାର୍ଚ୍ଚ ୧୪ ତାରିଖରେ ସରକାର ଉଭୟ ପେଟ୍ରୋଲ ଓ ଡିଜେଲରେ ୩ ଟଙ୍କା ଲେଖାଏ ବୃଦ୍ଧି କରିଥିଲେ। ଏପରିକି ଉଭୟ କ୍ଷେତ୍ରରେ ୧ ଟଙ୍କା ରୋଡ୍‌ ଆଣ୍ଡ ଇନ୍‌ଫ୍ରାଷ୍ଟ୍ରକଚର ସେସ୍‌ ଲାଗୁ କରାଯାଇଥିଲା।

ମିଳିଥିବା ସୂଚନା ଅନୁଯାୟୀ, ଏହି ଦର ବୃଦ୍ଧି କାରଣରୁ ସରକାରଙ୍କୁ ୨ ହଜାର କୋଟି ଟଙ୍କାର ଫାଇଦା ହୋଇଥିଲା। ସଙ୍କଟଜନକ ଆର୍ଥିକ ସ୍ଥିତିରେ ରାଜସ୍ୱ ଆୟ ପାଇଁ ସରକାର ଏହି ମାଧ୍ୟମକୁ ବାଛିଛନ୍ତି। ଏହାର କାରଣ ସ୍ୱରୂପ କୁହାଯାଉଛି ଗତ କିଛି ଦିନ ତଳେ ହ୍ରାସ ପାଇଥିବା ଅବିଶୋଧିତ ତୈଳର ଦର। କେନ୍ଦ୍ର ସରକାରଙ୍କ ରାଜସ୍ୱରେ ବୃଦ୍ଧି ଘଟିଲେ ଏହା ଭିତ୍ତିଭୂମି ନିର୍ମାଣରେ ସହାୟକ ହେବ ବୋଲି କୁହାଯାଉଛି।

ଏହି ଶୁଳ୍କ ବୃଦ୍ଧି ଦ୍ୱାରା ପେଟ୍ରୋଲ ଓ ଡିଜେଲ ଦରରେ ବୃଦ୍ଧି ହେବ। କିନ୍ତୁ ଅନ୍ତର୍ଜାତୀୟ ବଜାରରେ ତୈଳ ଦର ହ୍ରାସ ପାଇବା କାରଣରୁ ପେଟ୍ରୋଲ ଓ ଡିଜେଲ୍‌ ଦରରେ ହୋଇଥିବା ହ୍ରାସ ଏହି ଶୂନ୍ୟତାକୁ ପୂରଣ କରିବ। ଅର୍ଥାତ ଲୋକଙ୍କ ଉପରେ ବୋଝ ନପଡ଼ି ମଧ୍ୟ ସରକାରଙ୍କୁ ଫାଇଦା ହୋଇପାରିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos