ଦେଶରେ ୪୨୮୧ ଆକ୍ରାନ୍ତ, ଗଲାଣି ୧୧୧ ଜୀବନ

ନୂଆଦିଲ୍ଲୀ: ସୋମବାର ଭାରତରେ ୭୦୪ କରୋନା ଆକ୍ରାନ୍ତ ଯୋଡ଼ି ହୋଇଛନ୍ତି। ଏହା ଗୋଟିଏ ଦିନରେ ସର୍ବାଧିକ। ସୋମବାର ସନ୍ଧ୍ୟାରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି, ଭାରତରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୨୮୧ ଛୁଇଁଛି। ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୩୮୫୧ ଜଣଙ୍କଠାରେ କରୋନା ବର୍ତ୍ତମାନ ମଧ୍ୟ ସକ୍ରିୟ ରହିଛି। ମୋଟ ୩୧୮ ଜଣ ସୁସ୍ଥ ହୋଇଥିବାବେଳେ ୧୧୧ ଜଣ ଏଥିରେ ପ୍ରାଣ ହରାଇଛନ୍ତି। ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ ବର୍ତ୍ତମାନ ମଧ୍ୟ ମହାରାଷ୍ଟ୍ରରେ ସବୁଠାରୁ […]

Covid19

Subrat Kumar Nayak
  • Published: Monday, 06 April 2020
  • , Updated: 06 April 2020, 09:25 PM IST

ନୂଆଦିଲ୍ଲୀ: ସୋମବାର ଭାରତରେ ୭୦୪ କରୋନା ଆକ୍ରାନ୍ତ ଯୋଡ଼ି ହୋଇଛନ୍ତି। ଏହା ଗୋଟିଏ ଦିନରେ ସର୍ବାଧିକ। ସୋମବାର ସନ୍ଧ୍ୟାରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି, ଭାରତରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୨୮୧ ଛୁଇଁଛି।

ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୩୮୫୧ ଜଣଙ୍କଠାରେ କରୋନା ବର୍ତ୍ତମାନ ମଧ୍ୟ ସକ୍ରିୟ ରହିଛି। ମୋଟ ୩୧୮ ଜଣ ସୁସ୍ଥ ହୋଇଥିବାବେଳେ ୧୧୧ ଜଣ ଏଥିରେ ପ୍ରାଣ ହରାଇଛନ୍ତି।

ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ ବର୍ତ୍ତମାନ ମଧ୍ୟ ମହାରାଷ୍ଟ୍ରରେ ସବୁଠାରୁ ଅଧିକ ଆକ୍ରାନ୍ତ ରହିଛନ୍ତି। ଏହି ରାଜ୍ୟରେ ୭୪୮ ଜଣ ଆକ୍ରାନ୍ତ ରହିଛନ୍ତି। ଏହା ପଛକୁ ତାମିଲନାଡ଼ୁରେ ୫୭୧, ଦିଲ୍ଲୀରେ ୫୨୩, ତେଲେଙ୍ଗାନାରେ ୩୨୧, କେରଳରେ ୩୧୪, ଉତ୍ତରପ୍ରଦେଶରେ ୩୦୫ ଆକ୍ରାନ୍ତ ରହିଛନ୍ତି।

ତେବେ ଭଲ ଖବର ସ୍ୱରୂପ ଉତ୍ତର-ପୂର୍ବ ଭାରତର ପ୍ରଥମ କରୋନା ଆକ୍ରାନ୍ତ ବର୍ତ୍ତମାନ ସୁସ୍ଥ ଅଛନ୍ତି। ସୋମବାର ଏନେଇ ସୂଚନା ଦିଆଯାଇଛି। ମାର୍ଚ୍ଚ ୨୩ରେ ମଣିପୁରରେ ଚିହ୍ନଟ ହୋଇଥିବା ଏହି ଆକ୍ରାନ୍ତ ବ୍ରିଟେନ୍‌ରୁ ଫେରିଥିଲେ। ଜବାହରଲାଲ ନେହରୁ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ ସାଇନ୍ସେସ୍‌ରେ ତାଙ୍କୁ ଭର୍ତ୍ତି କରାଯାଇଥିଲା।

ଅନ୍ୟପକ୍ଷରେ ଜନ୍‌ ହପକିନ୍‌ସ ବିଶ୍ୱବିଦ୍ୟାଳୟର ତଥ୍ୟ ଅନୁଯାୟୀ, ବିଶ୍ୱରେ ଆକ୍ରାନ୍ତଙ୍କ ସଂଖ୍ୟା ୧,୨୦୦,୦୦୦ ପହଞ୍ଚିସାରିଲାଣି। ଅନ୍ୟପକ୍ଷରେ ୭୦,୦୦୦ ଜଣଙ୍କ ଜୀବନ ଗଲାଣି। ଆଜି କରୋନାର କେନ୍ଦ୍ରସ୍ଥଳ କୁହାଯାଉଥିବା ଚାଇନାରେ ମଧ୍ୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟାରେ ବୃଦ୍ଧି ଘଟିଛି। ୯୫୧ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ କରାଯାଇଥିବାବେଳେ ଏଥିରେ କିଛି ପୂର୍ବରୁ ଲକ୍ଷଣ ନଥିବା ଆକ୍ରାନ୍ତ ମଧ୍ୟ ରହିଛନ୍ତି।

Related story