ସହମତି ଭିତ୍ତିରେ ସେକ୍ସ କରି ବଳାତ୍କାର ଅଭିଯୋଗ ଆଣିଲେ ମହିଳା : ରାୟରେ ଏମିତି କିଛି ଶୁଣାଇଲେ କୋର୍ଟ

ନୂଆଦିଲ୍ଲୀ: ମିଛ ଅଭିଯୋଗ ଆଣି ଫସିଗଲେ ମହିଳା। ସହମତି ଭିତ୍ତିରେ ସେକ୍ସ କରି ବଳାତ୍କାର ଅଭିଯୋଗ ଆଣିଥିଲେ ମହିଳା। ତେବେ ଏହା ମିଥ୍ୟା ପ୍ରମାଣିତ ହେବା ପରେ କୋର୍ଟ ପ୍ରଶ୍ନ କରିଛନ୍ତି। କହିଛନ୍ତି, କାହିଁକି ତୁମକୁ ଦଣ୍ଡ ଦିଆଯିବ ନାହିଁ। ଏମିତି ଏକ ଘଟଣାରେ ଦିଲ୍ଲୀର ଫାଷ୍ଟଟ୍ରାକ୍‌ କୋର୍ଟ ସମ୍ପୃକ୍ତ ମହିଳାଙ୍କୁ ନୋଟିସ ଜାରି କରିଛନ୍ତି। କୋର୍ଟ ଏହି ଘଟଣାର ଅନୁଧ୍ୟାନ କରିବା ପରେ ସମ୍ପୃକ୍ତ ମହିଳାଙ୍କ ଶାରୀରିକ ସମ୍ପର୍କ ନେଇ ସହମିତି ଥିବା ପ୍ରମାଣ ରହିଛି। […]

rape

rape

Rakesh Mallick
  • Published: Sunday, 10 June 2018
  • Updated: 10 June 2018, 04:11 PM IST

Sports

Latest News

ନୂଆଦିଲ୍ଲୀ: ମିଛ ଅଭିଯୋଗ ଆଣି ଫସିଗଲେ ମହିଳା। ସହମତି ଭିତ୍ତିରେ ସେକ୍ସ କରି ବଳାତ୍କାର ଅଭିଯୋଗ ଆଣିଥିଲେ ମହିଳା। ତେବେ ଏହା ମିଥ୍ୟା ପ୍ରମାଣିତ ହେବା ପରେ କୋର୍ଟ ପ୍ରଶ୍ନ କରିଛନ୍ତି। କହିଛନ୍ତି, କାହିଁକି ତୁମକୁ ଦଣ୍ଡ ଦିଆଯିବ ନାହିଁ। ଏମିତି ଏକ ଘଟଣାରେ ଦିଲ୍ଲୀର ଫାଷ୍ଟଟ୍ରାକ୍‌ କୋର୍ଟ ସମ୍ପୃକ୍ତ ମହିଳାଙ୍କୁ ନୋଟିସ ଜାରି କରିଛନ୍ତି। କୋର୍ଟ ଏହି ଘଟଣାର ଅନୁଧ୍ୟାନ କରିବା ପରେ ସମ୍ପୃକ୍ତ ମହିଳାଙ୍କ ଶାରୀରିକ ସମ୍ପର୍କ ନେଇ ସହମିତି ଥିବା ପ୍ରମାଣ ରହିଛି। ତେଣୁ ମହିଳା ଜଣକୁ କାହିଁକି ଦଣ୍ଡିତ କରାଯିବ ନାହିଁ ବୋଲି କୋର୍ଟ ପ୍ରଶ୍ନ କରିଥିଲେ। ଜଜ୍‌ ଅନୁଗ୍ରୋଭର ବଲିଗା କହିଛନ୍ତି ଯେ, ଏହି କ୍ରାଇମ୍‌ ସିନ୍‌ର ସିସିଟିଭି ଫୁଟେଜ୍‌ ସମ୍ପୂର୍ଣ୍ଣ ଘଟଣାର ସବୁଠୁ ଗୁରୁତ୍ୱପୂର୍ଣ୍ଣ  ପ୍ରମାଣ। ଏହି ପ୍ରମାଣ ମାଧ୍ୟମରେ କୋର୍ଟ ସଠିକ୍‌ ତଥ୍ୟ ବାହାର କରିବାରେ ସଫଳ ହୋଇଛନ୍ତି।

ସିସିଟିଭି ଫୁଟେଜ୍‌ ଅନୁଯାୟୀ ଯୁବତୀ ଜଣକ ଅଭିଯୁକ୍ତକୁ ଆଲିଙ୍ଗନ କରିଥିଲେ। ତା’ପରେ ତାଙ୍କୁ କିସ୍‌ କରିଥିଲେ। ଏହା ପରେ ମହିଳା ଜଣକ ପୋଷାକ ଖୋଲିବାର ଦେଖିବାକୁ ମିଳିଥିଲା। ଏହି ଫୁଟେଜ୍‌ରୁ ହିଁ ଅଭିଯୁକ୍ତଙ୍କ ସହ ସହମତି ଭିତ୍ତିରେ ମହିଳା ଜଣକ ସେକ୍ସ କରିଥିବା ଜଣାପଡ଼ିଛି। ବଳାତ୍କାର ଅଭିଯୋଗ ମିଛ ପ୍ରମାଣିତ ହେବା ପରେ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷର ଖଲାସ କରିଛନ୍ତି କୋର୍ଟ। ଅନ୍ୟପକ୍ଷରେ ଜଜ୍‌ କହିଛନ୍ତି ଯେ, ମହିଳା ଜଣକ ମିଛ ଅଭିଯୋଗ ଆଣିଥିବାରୁ ତାଙ୍କୁ ଦଣ୍ଡ ମିଳିବା ଉଚିତ୍‌।

କ’ଣ କହିଥିଲେ ମହିଳା

ମହିଳା ଜଣକ କହିଥିଲେ ଯେ, ୨୦୦୭ରେ ସ୍ୱାମୀକୁ ଛାଡ଼ପତ୍ର ଦେବା ପରେ ମ୍ୟାଟ୍ରିମୋନିଆଲ୍‌ ସାଇଟ୍‌ ଜରିଆରେ ସେ ସେହି ଯୁବକଙ୍କ ସମ୍ପର୍କରେ ଆସିଥିଲେ। ସେମାନଙ୍କ ମଧ୍ୟରେ ସମ୍ପର୍କ ଗଢ଼ିଉଠିବା ପରେ ମହିଳା ଜଣକ ଯୁବକଙ୍କ ନାଁରେ ଏକ ଫ୍ଲାଟ୍‌ ଭଡ଼ାରେ ନେଇଥିଲେ। ସେହି ଘରେ ସେ ତାଙ୍କ ଝିଅ ସହ ରହୁଥିଲେ। ୨୦୧୩ ମସିହା ମାର୍ଚ୍ଚ ୧୯କୁ ଘରମାଲିକ ଘର ଖାଲି କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଘରର ଏଗ୍ରିମେଣ୍ଟ ଯୁବକଙ୍କ ନାଁରେ ଥିଲା। ସେଥିପାଇଁ ମହିଳା ଜଣକ ଯୁବକଙ୍କ ଅଫିସ୍‌ ଯାଇଥିଲେ।

ତା’ପରେ ମହିଳା ଜଣକ ଅଭିଯୋଗ କରିଥିଲେ ଯେ, ଯୁବକ ଜଣକ ତାଙ୍କୁ କଫି ପିଆଇଥିଲେ। ଯାହାକୁ ପିଇବା ପରେ ସେ ବେହୋସ୍‌ ହୋଇଯାଇଥିଲେ। ଆଉ ତାଙ୍କର ଯେତେବେଳେ ହୋସ୍‌ ଆସିଲା ସେ ସେତେବେଳେ ବିନା ବସ୍ତ୍ରରେ ଚଟାଣରେ ପଡ଼ିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story