ଏଯାଏ କରୋନା ନେଲାଣି କେତେ ଡାକ୍ତର ଓ ନର୍ସଙ୍କ ଜୀବନ? ସରକାର ଦେଲେ ଉତ୍ତର

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସ ସାଧାରଣ ଲୋକଙ୍କ ସମେତ ଏହାର ଚିକିତ୍ସା କରୁଥିବା ଡାକ୍ତର ଓ ନର୍ସମାନଙ୍କୁ ମଧ୍ୟ କଲବଲ କରିଛି। କରୋନା ରୋଗୀଙ୍କ ଚିକିତ୍ସା କରୁଥିବା ଡାକ୍ତର ଓ ନର୍ସ ମଧ୍ୟ ଏହି ପ୍ରାଣଘାତୀ ଭାଇରସ ପଞ୍ଝାରେ ପଡ଼ି ଜୀବନ ହରାଇଛନ୍ତି। ତେବେ ଏଯାଏ ଏହି ଭାଇରସ କେତେ ଡାକ୍ତର ଓ ନର୍ସଙ୍କ ଜୀବନ ନେଇଛି, ତା’ର ତଥ୍ୟ ଆଜି ସରକାର ରାଜ୍ୟସଭାରେ ଉପସ୍ଥାପନ କରିଛନ୍ତି। କେନ୍ଦ୍ର ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ଅଶ୍ୱିନୀ କୁମାର ଚୌବେ ରାଜ୍ୟସଭାରେ […]

cdq

Hemant Lenka
  • Published: Tuesday, 02 February 2021
  • , Updated: 02 February 2021, 03:43 PM IST

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସ ସାଧାରଣ ଲୋକଙ୍କ ସମେତ ଏହାର ଚିକିତ୍ସା କରୁଥିବା ଡାକ୍ତର ଓ ନର୍ସମାନଙ୍କୁ ମଧ୍ୟ କଲବଲ କରିଛି। କରୋନା ରୋଗୀଙ୍କ ଚିକିତ୍ସା କରୁଥିବା ଡାକ୍ତର ଓ ନର୍ସ ମଧ୍ୟ ଏହି ପ୍ରାଣଘାତୀ ଭାଇରସ ପଞ୍ଝାରେ ପଡ଼ି ଜୀବନ ହରାଇଛନ୍ତି। ତେବେ ଏଯାଏ ଏହି ଭାଇରସ କେତେ ଡାକ୍ତର ଓ ନର୍ସଙ୍କ ଜୀବନ ନେଇଛି, ତା’ର ତଥ୍ୟ ଆଜି ସରକାର ରାଜ୍ୟସଭାରେ ଉପସ୍ଥାପନ କରିଛନ୍ତି।

କେନ୍ଦ୍ର ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ଅଶ୍ୱିନୀ କୁମାର ଚୌବେ ରାଜ୍ୟସଭାରେ ଗୋଟିଏ ଲିଖିତ ପ୍ରଶ୍ନର ଉତ୍ତରରେ କହିଛନ୍ତି, କରୋନା ଭାଇରସ ଜାନୁଆରୀ ୨୨ ସୁଦ୍ଧା ମିଳିଥିବା ରିପୋର୍ଟ ଅନୁସାରେ ୧୬୨ ଜଣ ଡାକ୍ତର, ୧୦୭ ଜଣ ନର୍ସ ଓ ୪୪ ଜଣ ଆଶା କର୍ମୀଙ୍କ ଜୀବନ ନେଇଛି।

ଆଇସିଏମଆର ସ୍ୱାସ୍ଥ୍ୟକର୍ମୀଙ୍କ କରୋନା ଜନିତ ମୃତ୍ୟୁ ସମ୍ପର୍କରେ ପ୍ରଥମ ତଥ୍ୟ ଉପସ୍ଥାପନ କରିଥିଲା। ଏହାକୁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଯାଞ୍ଚ କରିଥିଲା। କରୋନାରେ ପ୍ରାଣ ହରାଇଥିବା ସ୍ୱାସ୍ଥ୍ୟକର୍ମୀଙ୍କ ପରିବାର ବର୍ଗଙ୍କୁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ପ୍ୟାକେଜ୍‌ ନାମକ ବୀମା ଯୋଜନାରେ ଅର୍ଥ ଦେବାକୁ ବ୍ୟବସ୍ଥା ହୋଇଛି।

ଜଣେ ବ୍ୟକ୍ତି କରୋନାରେ ପ୍ରାଣ ହରାଇଛନ୍ତି କି ନାହିଁ, ତା’ର ଯାଞ୍ଚ ନିଷ୍ପତ୍ତି ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଉପରେ ନିର୍ଭର କରେ। ସେହିପରି ପ୍ରାଣ ହରାଇଥିବା ବ୍ୟକ୍ତି କେଉଁ ସଂସ୍ଥାରେ କାମ କରୁଛନ୍ତି, ତା’ର ମଧ୍ୟ ଯାଞ୍ଚ କରାଯାଇଥାଏ। ଏହାପରେ ଉକ୍ତ ରିପୋର୍ଟକୁ କ୍ଷତିପୂରଣ ପାଇଁ ବିମା କମ୍ପାନୀ ପାଖକୁ ପଠାଯାଇଥାଏ ବୋଲି ସେ କହିଛନ୍ତି।

Related story