୧୭ ରାଜ୍ୟରେ ଠାବ ହେଲେଣି ୧,୦୨୩ ଜମାତ ଲିଙ୍କ ଥିବା କରୋନା ଆକ୍ରାନ୍ତ, ମୋଟ ସଂଖ୍ୟାର ୩୦%

ନୂଆଦିଲ୍ଲୀ: ସାରା ଦେଶର ୧୭ ରାଜ୍ୟରୁ ୧,୦୨୩ ଜଣ ଏଭଳି କରୋନା ଆକ୍ରାନ୍ତଙ୍କୁ ଠାବ କରାଯାଇଛି ଯେଉଁମାନେ ଜମାତରେ ଯୋଗ ଦେଇଥିଲେ ବା ସେଠାକୁ ଯାଇଥିବା ଲୋକଙ୍କ ସଂସ୍ପର୍ଶରେ ଆସିଥିଲେ। ଏମାନଙ୍କ ସଂଖ୍ୟା ମୋଟ ଆକ୍ରାନ୍ତଙ୍କ ସଂଖ୍ୟାର ୩୦% ବୋଲି ଜଣାପଡ଼ିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲବ ଅଗ୍ରୱାଲ କହିବା ଅନୁଯାୟୀ, ଅନ୍ୟ ଦେଶଙ୍କ ତୁଳନାରେ ଭାରତରେ ଆକ୍ରାନ୍ତଙ୍କ ସଂଖ୍ୟାରେ ହେଉଥିବା ବୃଦ୍ଧି ବହୁତ କମ୍‌। ଏଯାଏ ୨,୯୦୨ ଆକ୍ରାନ୍ତଙ୍କୁ ଠାବ କରାଯାଇଥିବାବେଳେ ଶୁକ୍ରବାରଠାରୁ […]

Delhi

Subrat Kumar Nayak
  • Published: Saturday, 04 April 2020
  • , Updated: 04 April 2020, 06:06 PM IST

ନୂଆଦିଲ୍ଲୀ: ସାରା ଦେଶର ୧୭ ରାଜ୍ୟରୁ ୧,୦୨୩ ଜଣ ଏଭଳି କରୋନା ଆକ୍ରାନ୍ତଙ୍କୁ ଠାବ କରାଯାଇଛି ଯେଉଁମାନେ ଜମାତରେ ଯୋଗ ଦେଇଥିଲେ ବା ସେଠାକୁ ଯାଇଥିବା ଲୋକଙ୍କ ସଂସ୍ପର୍ଶରେ ଆସିଥିଲେ। ଏମାନଙ୍କ ସଂଖ୍ୟା ମୋଟ ଆକ୍ରାନ୍ତଙ୍କ ସଂଖ୍ୟାର ୩୦% ବୋଲି ଜଣାପଡ଼ିଛି।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲବ ଅଗ୍ରୱାଲ କହିବା ଅନୁଯାୟୀ, ଅନ୍ୟ ଦେଶଙ୍କ ତୁଳନାରେ ଭାରତରେ ଆକ୍ରାନ୍ତଙ୍କ ସଂଖ୍ୟାରେ ହେଉଥିବା ବୃଦ୍ଧି ବହୁତ କମ୍‌। ଏଯାଏ ୨,୯୦୨ ଆକ୍ରାନ୍ତଙ୍କୁ ଠାବ କରାଯାଇଥିବାବେଳେ ଶୁକ୍ରବାରଠାରୁ ୬୦୧ ନୂଆ ଆକ୍ରାନ୍ତଙ୍କୁ ଠାବ କରାଯାଇଛି। ସେହିଭଳି ୬୮ ଜଣଙ୍କର ମୃତ୍ୟୁ ହୋଇଛି। ଶୁକ୍ରବାର ପରଠାରୁ ୧୨ ଜଣଙ୍କର ମୃତ୍ୟୁ ହୋଇଛି। ୧୮୩ ଜଣ ସୁସ୍ଥ ହୋଇଛନ୍ତି।

ସୂଚନାଯୋଗ୍ୟ ଯେ, ଗତ ମାସରେ ଦିଲ୍ଲୀର ନିଜାମୁଦ୍ଦିନ୍‌ଠାରେ ଆୟୋଜିତ ଏକ ଧାର୍ମିକ ସମ୍ମିଳନୀ କରୋନାର ହଟ୍‌ସ୍ପଟ୍‌ ପାଲଟିଛି। ଏଠାରୁ ଯାଇଥିବା ଲୋକଙ୍କୁ ବିଭିନ୍ନ ରାଜ୍ୟରୁ ଠାବ କରାଯିବା ସହ କରୋନା ପଜିଟିଭ୍‌ ରହିଛି କି ନା ପରୀକ୍ଷା କରାଯାଉଛି। ଯେଉଁମାନେ ମଧ୍ୟ ଲୁଚାଇଛନ୍ତି, ବୃହତ ସ୍ୱାର୍ଥ ଦୃଷ୍ଟିରୁ ପ୍ରଶାସନକୁ ଜଣାଇବାକୁ ଅନୁରୋଧ କରାଯାଉଛି।

Related story