୩୯୯ ଟଙ୍କାରେ କରୋନା ଟେଷ୍ଟ, ଆସିଲା ବିଶ୍ୱର ସବୁଠାରୁ ଶସ୍ତା ଟେଷ୍ଟିଂ କିଟ୍

ନୂଆଦିଲ୍ଲୀ: ଆଇଆଇଟି ପକ୍ଷରୁ ପ୍ରସ୍ତୁତ ଟେଷ୍ଟିଂ କିଟ୍‌ର ଆଜି ଶୁଭାରମ୍ଭ କରାଯାଇଛି, ଯାହାକୁ ବିଶ୍ୱର ସବୁଠାରୁ ଶସ୍ତା ମଧ୍ୟ କୁହାଯାଉଛି। ଏହାକୁ ଆଇଆଇଟି ପ୍ରସ୍ତୁତ କରିଛି। ଆଇଆଇଟି ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଏହାର ମୂଳ ଦର ୩୯୯ ଟଙ୍କା ରହିଛି। ଅନ୍ୟପକ୍ଷରେ ଆରଏନଏ ଆଇସୋଲେସନ୍‌ ଏବଂ ଲାବୋରେଟୋରୀ ଚାର୍ଜେସ୍‌ ମିଶାଇଲେ ଏହାର ଦର ୬୫୦ ଟଙ୍କା ଯାଏ ବଢ଼ିଯିବ। ଏହା ୩ ଘଣ୍ଟାରେ ଫଳାଫଳଦ ଦେଇପାରିବ। ଏହାକୁ ଏଚଆରଡି ମନ୍ତ୍ରୀ ରମେଶ ପୋଖରିଆଲ ‘ନିଶଙ୍କ’ ଲଞ୍ଚ […]

kit

Subrat Kumar Nayak
  • Published: Wednesday, 15 July 2020
  • , Updated: 15 July 2020, 08:40 PM IST

ନୂଆଦିଲ୍ଲୀ: ଆଇଆଇଟି ପକ୍ଷରୁ ପ୍ରସ୍ତୁତ ଟେଷ୍ଟିଂ କିଟ୍‌ର ଆଜି ଶୁଭାରମ୍ଭ କରାଯାଇଛି, ଯାହାକୁ ବିଶ୍ୱର ସବୁଠାରୁ ଶସ୍ତା ମଧ୍ୟ କୁହାଯାଉଛି। ଏହାକୁ ଆଇଆଇଟି ପ୍ରସ୍ତୁତ କରିଛି।

ଆଇଆଇଟି ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଏହାର ମୂଳ ଦର ୩୯୯ ଟଙ୍କା ରହିଛି। ଅନ୍ୟପକ୍ଷରେ ଆରଏନଏ ଆଇସୋଲେସନ୍‌ ଏବଂ ଲାବୋରେଟୋରୀ ଚାର୍ଜେସ୍‌ ମିଶାଇଲେ ଏହାର ଦର ୬୫୦ ଟଙ୍କା ଯାଏ ବଢ଼ିଯିବ। ଏହା ୩ ଘଣ୍ଟାରେ ଫଳାଫଳଦ ଦେଇପାରିବ। ଏହାକୁ ଏଚଆରଡି ମନ୍ତ୍ରୀ ରମେଶ ପୋଖରିଆଲ ‘ନିଶଙ୍କ’ ଲଞ୍ଚ କରିଛନ୍ତି, ଯାହାକି ଖୁବଶୀଘ୍ର ପଞ୍ଜୀକୃତ ଟେଷ୍ଟିଂ ଲ୍ୟାବ୍‌ରେ ଉପଲବ୍ଧ ହେବ।

ମନ୍ତ୍ରୀ ନିଶଙ୍କ କହିବା ଅନୁଯାୟୀ, କରୋସ୍ୟୁର କିଟ୍‌ ସମ୍ପୂର୍ଣ୍ଣ ଭାବେ ସ୍ୱଦେଶୀ ଏବଂ ଅନ୍ୟ କିଟ୍‌ ତୁଳନାରେ ଶସ୍ତା। ଦେଶ ସୁଲଭ ଦରରେ ବିଶ୍ୱସନୀୟ ଟେଷ୍ଟିଂ କିଟ୍ ଚାହୁଁଛି। ଏହା ଆଇସିଏମଆର ଅନୁମୋଦନ ପାଇସାରିଛି ଏବଂ ଡିସିଜିଆଇ ମଧ୍ୟ ଅନୁମତି ଦେଇସାରିଛି। ଏହା ହାଇ ସେନ୍ସିଟିଭ୍ ମଧ୍ୟ। ଏହା ‘ମେକ୍‌ ଇନ୍‌ ଇଣ୍ଡିଆ’ ଆଡ଼କୁ ପାଦେ।

ଏହାର ନିର୍ମାଣ କରିଥିବା ଟିମ୍ ପକ୍ଷରୁ କୁହାଯାଇଛି, ବର୍ତ୍ତମାନ ବ୍ୟବହୃତ କିଟ୍‌ ‘ପ୍ରୋବ୍‌ ବେସ୍‌ଡ’। କିନ୍ତୁ ଏମାନେ ‘ପ୍ରୋବ୍‌ ଫ୍ରି’ କିଟ୍‌ ପ୍ରସ୍ତୁତ କରିଛନ୍ତି। ଏହା ସଠିକ ନିରୂପଣ କରିବାରେ ସାଲିସ୍‌ ତ କରୁନି, ଏଥିସହ ଟେଷ୍ଟିଂ ଖର୍ଚ୍ଚ ମଧ୍ୟ କମାଇପାରୁଛି।

Related story