ଭାରତରେ କୋଭିଶିଲ୍ଡ ଭ୍ୟାକସିନ୍ ଟ୍ରାଏଲ ସ୍ଥଗିତ

ନୂଆଦିଲ୍ଲୀ: ଭାରତରେ କୋଭିଶିଲ୍ଡ ଟିକା ପରୀକ୍ଷଣ ବା ଟ୍ରାଏଲ ବନ୍ଦ କରାଯାଇଛି। ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ଏହା ପୂର୍ବରୁ ଡ୍ରଗ୍ କଣ୍ଟ୍ରୋଲର ଜେନେରାଲ ଅଫ୍ ଇଣ୍ଡିଆ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆକୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଥିଲା। ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ପକ୍ଷରୁ କୁହାଯାଇଛି, ‘ଆମେ ସ୍ଥିତି ସମୀକ୍ଷା କରୁଛୁ ଏବଂ ଭାରତରେ ଟ୍ରାଏଲ ସ୍ଥଗିତ ରଖୁଛୁ। ଆମେରିକାର ଫାର୍ମା କମ୍ପାନୀ ଆଷ୍ଟ୍ରାଜେନକା ପୁଣି ଟ୍ରାଏଲ ଆରମ୍ଭ […]

Covishield

Subrat Kumar Nayak
  • Published: Thursday, 10 September 2020
  • , Updated: 10 September 2020, 04:10 PM IST

ନୂଆଦିଲ୍ଲୀ: ଭାରତରେ କୋଭିଶିଲ୍ଡ ଟିକା ପରୀକ୍ଷଣ ବା ଟ୍ରାଏଲ ବନ୍ଦ କରାଯାଇଛି। ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ଏହା ପୂର୍ବରୁ ଡ୍ରଗ୍ କଣ୍ଟ୍ରୋଲର ଜେନେରାଲ ଅଫ୍ ଇଣ୍ଡିଆ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆକୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଥିଲା।

ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ପକ୍ଷରୁ କୁହାଯାଇଛି, ‘ଆମେ ସ୍ଥିତି ସମୀକ୍ଷା କରୁଛୁ ଏବଂ ଭାରତରେ ଟ୍ରାଏଲ ସ୍ଥଗିତ ରଖୁଛୁ। ଆମେରିକାର ଫାର୍ମା କମ୍ପାନୀ ଆଷ୍ଟ୍ରାଜେନକା ପୁଣି ଟ୍ରାଏଲ ଆରମ୍ଭ ନ କରିବା ଯାଏ ଏହା ବନ୍ଦ ରହିବ। ଆମେ କେବଳ ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ ଅଫ୍ ଇଣ୍ଡିଆର ନିର୍ଦ୍ଦେଶ ପାଳନ କରୁଛୁ। ଏହି ବିଷୟରେ ଆଉ କିଛି କହିପାରିବୁ ନାହିଁ।’

ସୂଚନାଯୋଗ୍ୟ ଯେ, ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଆଷ୍ଟ୍ରାଜେନକା ସହ ମିଳିତ ଭାବେ ଅକ୍ସଫୋର୍ଡ ୟୁନିଭର୍ସିଟି ପାଇଁ କୋଭିଶିଲ୍ଡ ଟିକା ଉତ୍ପାଦନ କରୁଛି। ଗତ ସେପ୍ଟେମ୍ବର ଆଠ ତାରିଖରେ ଆଷ୍ଟ୍ରାଜେନକାର ଟ୍ରାଏଲର ସାମ୍ନା କରିଥିବା ଜଣେ ବ୍ୟକ୍ତି ଅସୁସ୍ଥତା ଅନୁଭବ କରିବାରୁ ଏହି ଫାର୍ମା କମ୍ପାନୀ ଟ୍ରାଏଲ ସ୍ଥଗିତ ରଖିଛି।

Related story