ନୂଆଦିଲ୍ଲୀ: ଆଜି ରାଜସ୍ଥାନରେ ଯୋଧପୁର କୋର୍ଟରେ ଏକ ଅଜବ ଘଟଣା ଦେଖିବାକୁ ମିଳିଥିଲା। ଏକ ଗାଈର ପ୍ରକୃତ ମାଲିକ କିଏ,ସେ ନିଷ୍ପତ୍ତି ନେବାପାଇଁ ଗାଈଟିକୁ କୋର୍ଟରେ ହାଜର କରାଯାଇଛି।
ଏହି ମାମଲାକୁ ନେଇ ଓକିଲ ରମେଶ କୁମାର ବିଷ୍ଣୋଇ କହିଛନ୍ତି, ଏହି ବିବାଦ ଜଣେ କନ୍ଷ୍ଟେବଲ ଓମ୍ ପ୍ରକାଶ ଏବଂ ଜଣେ ଶିକ୍ଷକ ଶ୍ୟାମ୍ ସିଂହଙ୍କ ମଧ୍ୟରେ ଉପୁଜିଥିଲା। ଉଭୟ ଗାଈ ଉପରେ ନିଜର ମାଲିକାନା ଦାବି କରୁଥିଲେ। ପରେ ମିଳିତ ନିଷ୍ପତ୍ତି ଅନୁଯାୟୀ ଗାଈଟିକୁ କଂସେଇଖାନା ମଧ୍ୟ ପଠାଯାଇଥିଲା। କିନ୍ତୁ ବିବାଦ ସେଠାରେ ମଧ୍ୟ ସରିନଥିଲା।
ଗତବର୍ଷ ଅଗଷ୍ଟରେ ଏହି ଗାଈକୁ ନେଇ ମାଣ୍ଡୋର ପୁଲିସ୍ ଷ୍ଟେସନ୍ରେ ମାମଲା ହୋଇଥିଲା। ପୁଲିସ୍ ଏହାର ସମାଧାନ ପାଇଁ ବହୁ ପ୍ରୟାସ କରିବା ପରେ ଶେଷରେ ମେଟ୍ରୋପଲିଟାନ୍ ମାଜିଷ୍ଟ୍ରେଟ୍ଙ୍କ କୋର୍ଟକୁ ମାମଲା ଯାଇଥିଲା। ବିଚାରପତି ଜଷ୍ଟିସ୍ ମଦନ ସିଂହ ଚୌଧୁରୀ ଗାଈଟିର ଶାରିରୀକ ଅନୁଶୀଳନ କରିଛନ୍ତି। ଆସନ୍ତା ଏପ୍ରିଲ ୧୫ରେ ସେ ଏହି ମାମଲାର ଶୁଣାଣି କରିବେ ବୋଲି ସେ କହିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
୬ ଦିନିଆ ଆମେରିକା ଗସ୍ତରେ ଯିବେ ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର
ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପ ଶାସନକୁ ଫେରିବା ପରେ ଏହା କୌଣସି ଭାରତୀୟ ମନ୍ତ୍ରୀଙ୍କ ପ୍ରଥମ ଆମେରିକା ଗସ୍ତ। ଦ୍ୱିପାକ୍ଷିକ ସମ୍ପର୍କ ସହିତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଆଞ୍ଚଳିକ ଓ ବୈଶ୍ୱିକ ପ୍ରସଙ୍ଗ ଉପରେ ହେବ ଆଲୋଚନା।
National
ବଢ଼ିଲା ଅଲ୍ଲୁ ଅର୍ଜୁନଙ୍କ ଅଡ଼ୁଆ, ପୁଲିସ କଲା ସମନ
ଆସନ୍ତାକାଲି ଦିନ ୧୧ଟାରେ ଥାନାରେ ହାଜର ହେବାକୁ ତାଙ୍କୁ କୁହାଯାଇଛି।
National
ହାଇକୋର୍ଟଙ୍କ ସାଂଘାତିକ ରୁଲିଂ: ମୃତଦେହ ସହ ସେକ୍ସ କରିବା ଦୁଷ୍କର୍ମ ନୁହେଁ
ଜଣେ ନାବାଳିକାଙ୍କ ମୃତଦେହ ସହ ଦୁଷ୍କର୍ମ କରିବା ଅଭିଯୋଗରେ ନୀଲୁ ନାଗେଶ ନିକଟରେ ତଳ କୋର୍ଟରେ ଦୋଷମୁକ୍ତ ହୋଇଥିଲେ।
National
୫୦ ଲକ୍ଷ ଟଙ୍କା ଦେଲେ ପୁଷ୍ପା-୨ ନିର୍ମାତା; ଅଲ୍ଲୁ ଅର୍ଜୁନ ଦାୟୀ ନୁହନ୍ତି କହିଲେ ମୃତକଙ୍କ ସ୍ୱାମୀ
ଥାନାରେ କରିଥିବା ଅଭିଯୋଗ ମଧ୍ୟ ଉଠାଇନେବାକୁ ପ୍ରସ୍ତୁତ ଥିବା କହିଛନ୍ତି ମୃତ ମହିଳାଙ୍କ ସ୍ୱାମୀ। ପୁଅ ୨୦ ଦିନ ହେଲା କୋମାରେ, କିଛି ଜାଣିପାରୁନି।
National
ଜାତୀୟ ମାନବାଧିକାର କମିଶନର ନୂଆ ଅଧ୍ୟକ୍ଷ ଜଷ୍ଟିସ ଭି.ରାମସୁବ୍ରମଣ୍ୟମ
ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ଭି. ରାମସୁବ୍ରମଣ୍ୟମଙ୍କୁ ଜାତୀୟ ମାନବାଧିକାର କମିଶନର ନୂଆ ଅଧ୍ୟକ୍ଷ ଭାବେ ନିଯୁକ୍ତି ମିଳିଛି। ଜଷ୍ଟିସ ଅରୁଣ କୁମାର ମିଶ୍ରଙ୍କ କାର୍ଯ୍ୟକାଳ ଚଳିତବର୍ଷ ଜୁନ ୧ରେ ଶେଷ ହୋଇଥିଲା।