ଲକ୍ଷ୍ନୌ: ବୁଲା ଗାଈଙ୍କ ପାଇଁ ଉତ୍ତରପ୍ରଦେଶ ସରକାର ଗୋ-ସଫାରି ନିର୍ମାଣ କରାଇବେ। ଏଥିରେ ସେମାନଙ୍କ ସୁରକ୍ଷା ଏବଂ ଯତ୍ନ ଆଦିର ଦାୟିତ୍ୱ ନିଆଯିବ।
ଯୋଗୀ ଆଦିତ୍ୟନାଥଙ୍କ ଉତ୍ତରପ୍ରଦେଶ ସରକାର ଗୋସୁରକ୍ଷା କ୍ଷେତ୍ରରେ ପୂର୍ବରୁ ମଧ୍ୟ ଅନେକ କାମ କରି ଆସିଛନ୍ତି। ଏହାକୁ ଆଖି ଆଗରେ ରଖି ପଶୁଧନ ମନ୍ତ୍ରୀ ଲକ୍ଷ୍ମୀ ନାରାୟଣ ଚୌଧୁରୀ ଗୋ-ସଫାରି ପ୍ରତିଷ୍ଠା ଯୋଜନା କରିଛନ୍ତି। ସେ କହିଛନ୍ତି, ଯୋଗୀ ସରକାରରେ ଗାଈଙ୍କ ସୁରକ୍ଷାକୁ ବହୁତ ଧ୍ୟାନ ଦିଆଯାଉଛି ଏବଂ ସେମାନଙ୍କ ସୁରକ୍ଷା ଓ ଯତ୍ନ ଆମ କର୍ତ୍ତବ୍ୟ।
ବାରବାଙ୍କି ଏବଂ ମହାରାଜାଗଞ୍ଜଠାରେ ଆମର ବଡ଼ ଫାର୍ମ ରହିଛି। ସେଠାରେ ଆମେ ପରୀକ୍ଷାମୂଳକ ଭାବେ ୧୫ ହଜାରରୁ ୨୦ ହଜାର ଗାଈ ରହିବା ଭଳି ବ୍ୟବସ୍ଥା କରିବୁ। ଗାଈ ଗୋବରରୁ ବାୟୋ ଗ୍ୟାସ୍ ପ୍ଲାଣ୍ଟ ଏବଂଳ ଗୋଆବର୍ଜନାକୁ ବିଭିନ୍ନ କାମରେ ଲଗାଯାଇପାରିବ। ଗାଁମାନଙ୍କରେ ଗାଈମାନେ ଏଣେତେଣେ ଘୂରିବୁଲୁଥିବାର ଅଭଯୋଗ ଆସିବା ପରେ ଏଭଳି ପଦକ୍ଷେପ ନିଆଯାଉଥିବା କହିଛନ୍ତି ମନ୍ତ୍ରୀ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ବିଦ୍ୱାନ ନେତା ମନମୋହନ, ପାଲଟିଥିଲେ ଅର୍ଥନୈତିକ ସଂସ୍କାରକ
୧୯୯୧ ମସିହାରୁ ୧୯୯୬ ମସିହା ପର୍ଯ୍ୟନ୍ତ ସେ ଦେଶର ଅର୍ଥ ମନ୍ତ୍ରୀ ରୂପେ ଦାୟିତ୍ୱ ତୁଲାଇଥିଲେ। ଉକ୍ତ ସମୟରେ ଦେଶ ବହୁ ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ବେଳେ ମନନମୋହନ ସିଂହ ସାଜିଥିଲେ ସଙ୍କଟମୋଚକ ।
National
‘ମୁଁ ଆକ୍ସିଡେଣ୍ଟାଲ ପିଏମ୍ ନୁହେଁ, ଅର୍ଥ ମନ୍ତ୍ରୀ ମଧ୍ୟ ଆକ୍ସିଡେଣ୍ଟାଲି ହୋଇଥିଲି’
ନରସିଂହା ରାଓଙ୍କ ସରକାର ସମୟରେ ଦିନେ ମୁଁ ନିଜ ଅଫିସରେ UGC ମିଟିଙ୍ଗରେ ବସିଥିଲି। ଉକ୍ତ ସମୟରେ ନରସିଂହା ରାଓ ଫୋନ୍ କରି କେଉଁଠି ଅଛ ବୋଲି ପଚାରିଥିଲେ।
National
ମନମୋହନଙ୍କ ବିୟୋଗରେ ପୂରା ଦେଶ ସ୍ତବ୍ଧ, ୭ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା
ମନମୋହନଙ୍କ ବିୟୋଗରେ ୭ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା କରିଛନ୍ତି କେନ୍ଦ୍ର ସରକାର। ଏହି ପରିପ୍ରେକ୍ଷୀରେ ଆଜି ସମସ୍ତ ସରକାରୀ କାର୍ଯ୍ୟକ୍ରମ ବାତିଲ୍ କରିବାକୁ ଘୋଷଣା କରାଯାଇଛି।
National
ରାସ୍ତାରେ ଖେଳୁଥିଲା ଛୋଟ ଛୁଆ, ଚଢ଼ିଗଲା କ୍ୟାବ୍
ରାସ୍ତାରେ ଖେଳୁଥିଲା ଛୋଟ ଛୁଆ । ଏହି ସମୟରେ ଘଟିଲା ଅଘଟଣ। ଦ୍ରୁତ ଗତିରେ ଆସୁଥିବା ଏକ କ୍ୟାବ୍ ପିଲାଟି ଉପରେ ଚଢ଼ିଗଲା।
National
ଆଉ ନାହାନ୍ତି ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ
ପିଭି ନରସିଂହ ରାଓଙ୍କ ସରକାରରେ ମନମୋହନ ସିଂହ ଦେଶର ଅର୍ଥମନ୍ତ୍ରୀ ଥିଲେ। ଏହି ସମୟରେ ଭାରତୀୟ ଅର୍ଥନୀତିରେ ସେ ବୈପ୍ଳବିକ ପରିବର୍ତ୍ତନ ଆଣିଥିଲେ। ଭାରତୀୟ ଅର୍ଥନୀତି ତାଙ୍କ ତୁଳୀରେ ନୂଆ ରୂପ ପାଇଥିଲା।