ହରିଆଣା: ରାଗିଗଲେ କେହି କିଛି ବି କରିପାରେ ବୋଲି କୁହାଯାଏ। କିନ୍ତୁ ତା’ର କିଛି ସୀମା ସରହଦ ଥାଏ। ଯଦି ଆପଣଙ୍କୁ କେହି କହେ, ରାଗରେ ମୁଁ ମୋ ବିଏମ୍ଡବ୍ଲୁ କାର ଭସେଇଦେଲି, କେମିତି ଲାଗିବ। ଆଜ୍ଞା ସେଭଳି ଏକ ଘଟଣା ଘଟିଛି। ଆଉ ତା’ର କାରଣ ହେଉଛି ଏହି ଯୁବକଙ୍କ ବାପା ତାଙ୍କୁ ଦାମୀ ଜାଗୁଆର କାର୍ ଦେବାକୁ ମନା କରିବାରୁ ସେ ଏଭଳି କାଣ୍ଡ ଭିଆଇଛି।
ଏହାର ଏକ ଭିଡିଓ ମଧ୍ୟ ଆସିଛି। ଯେଉଁଥିରେ ଏକ ବିଏମ୍ଡବ୍ଲୁ ନଦୀର ପାଣି ଭିତରେ ଭାସିଭାସି ଯାଉଥିବା ଦେଖିବାକୁ ମିଳୁଛି। ଏହାକୁ ଉଦ୍ଧାର କରିବାକୁ ଏକ ଟିମ୍ ମଧ୍ୟ ପହଞ୍ଚିଥିବା ଜଣାପଡ଼ୁଛି। ଏହି ଚାଳକକୁ ଧରି ପୁଲିସ୍ ପଚରାଉଚରା ଆରମ୍ଭ କରିଛି।
ସୂଚନାଯୋଗ୍ୟ ଯେ, ପଞ୍ଜାବ ଏବଂ ହରିଆଣାରେ ମହଙ୍ଗା କାର୍ ଚଲାଇବା ଏକ ଟ୍ରେଣ୍ଡରେ ପରିଣତ ହୋଇଛି। ସେମାନେ ଜାଗୁଆର ବ୍ୟତୀତ ଲାମ୍ବୋର୍ଗିନି ଗାଡ଼ି ପାଇଁ ମଧ୍ୟ ଆଗ୍ରହ ପ୍ରକାଶ କରୁଛନ୍ତି। ଏହି କାର୍ ସବୁର ମୂଲ୍ୟ ୪୦-୪୫ ଲକ୍ଷରୁ ଆରମ୍ଭ କରି ୧ କୋଟି ଯାଏ ରହିଛି। ବିଏମ୍ଡବ୍ଲୁ ମଧ୍ୟ ଏକ ଦାମୀ କାର। ଏହାର ଦାମ୍ ୩୦ରୁ ୩୫ ଲକ୍ଷ ମଧ୍ୟରେ ରହିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
୬ ଦିନିଆ ଆମେରିକା ଗସ୍ତରେ ଯିବେ ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର
ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପ ଶାସନକୁ ଫେରିବା ପରେ ଏହା କୌଣସି ଭାରତୀୟ ମନ୍ତ୍ରୀଙ୍କ ପ୍ରଥମ ଆମେରିକା ଗସ୍ତ। ଦ୍ୱିପାକ୍ଷିକ ସମ୍ପର୍କ ସହିତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଆଞ୍ଚଳିକ ଓ ବୈଶ୍ୱିକ ପ୍ରସଙ୍ଗ ଉପରେ ହେବ ଆଲୋଚନା।
National
ବଢ଼ିଲା ଅଲ୍ଲୁ ଅର୍ଜୁନଙ୍କ ଅଡ଼ୁଆ, ପୁଲିସ କଲା ସମନ
ଆସନ୍ତାକାଲି ଦିନ ୧୧ଟାରେ ଥାନାରେ ହାଜର ହେବାକୁ ତାଙ୍କୁ କୁହାଯାଇଛି।
National
ହାଇକୋର୍ଟଙ୍କ ସାଂଘାତିକ ରୁଲିଂ: ମୃତଦେହ ସହ ସେକ୍ସ କରିବା ଦୁଷ୍କର୍ମ ନୁହେଁ
ଜଣେ ନାବାଳିକାଙ୍କ ମୃତଦେହ ସହ ଦୁଷ୍କର୍ମ କରିବା ଅଭିଯୋଗରେ ନୀଲୁ ନାଗେଶ ନିକଟରେ ତଳ କୋର୍ଟରେ ଦୋଷମୁକ୍ତ ହୋଇଥିଲେ।
National
୫୦ ଲକ୍ଷ ଟଙ୍କା ଦେଲେ ପୁଷ୍ପା-୨ ନିର୍ମାତା; ଅଲ୍ଲୁ ଅର୍ଜୁନ ଦାୟୀ ନୁହନ୍ତି କହିଲେ ମୃତକଙ୍କ ସ୍ୱାମୀ
ଥାନାରେ କରିଥିବା ଅଭିଯୋଗ ମଧ୍ୟ ଉଠାଇନେବାକୁ ପ୍ରସ୍ତୁତ ଥିବା କହିଛନ୍ତି ମୃତ ମହିଳାଙ୍କ ସ୍ୱାମୀ। ପୁଅ ୨୦ ଦିନ ହେଲା କୋମାରେ, କିଛି ଜାଣିପାରୁନି।
National
ଜାତୀୟ ମାନବାଧିକାର କମିଶନର ନୂଆ ଅଧ୍ୟକ୍ଷ ଜଷ୍ଟିସ ଭି.ରାମସୁବ୍ରମଣ୍ୟମ
ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ଭି. ରାମସୁବ୍ରମଣ୍ୟମଙ୍କୁ ଜାତୀୟ ମାନବାଧିକାର କମିଶନର ନୂଆ ଅଧ୍ୟକ୍ଷ ଭାବେ ନିଯୁକ୍ତି ମିଳିଛି। ଜଷ୍ଟିସ ଅରୁଣ କୁମାର ମିଶ୍ରଙ୍କ କାର୍ଯ୍ୟକାଳ ଚଳିତବର୍ଷ ଜୁନ ୧ରେ ଶେଷ ହୋଇଥିଲା।