Advertisment

କ୍ରିକେଟର୍‌ ରବୀନ୍ଦ୍ର ଜାଡେଜାଙ୍କ ପତ୍ନୀ ହେଲେ କର୍‌ନି ସେନାର ଗୁଜରାଟ ମହିଳା ଶାଖା ମୁଖ୍ୟ

ଅହମ୍ମଦାବାଦ୍‌: ଟିମ୍‌ ଇଣ୍ଡିଆର ବାମହାତୀ ସ୍ପିନିଂ ଅଲ୍‌ରାଉଣ୍ଡର୍‌ ରବୀନ୍ଦ୍ର ଜାଡେଜାଙ୍କ ପତ୍ନୀ ରିଭା ସୋଲାଙ୍କିଙ୍କୁ ମିଳିଛି ନୂଆ ଦାୟିତ୍ୱ। ରାଜପୁତ ଗୋଷ୍ଠୀ ଦ୍ୱାରା ଗଠିତ ‘କର୍‌ନି ସେନା’ର ଗୁଜରାଟ ଶାଖା ରିଭା ଜାଡେଜାଙ୍କୁ ରାଜ୍ୟ ମହିଳା ଶାଖା ମୁଖ୍ୟ ଭାବେ ନିଯୁକ୍ତି ଦେଇଛି। ଏହି ନୂଆ ନିଯୁକ୍ତି ପାଇବା ପରେ ଜାଡେଜା ପତ୍ନୀ ରିଭା କହିଛନ୍ତି ଯେ ନିଜ ସମ୍ପ୍ରଦାୟ ପାଇଁ କିଛି ଭଲ କାମ କରିବାକୁ କରିବାକୁ ତାଙ୍କୁ ମିଳିଥିବା ଏହି ସୁଯୋଗର ସଦ୍‌ବ୍ୟବହାର କରି […]

ଅଦ୍ୟତନ ହୋଇଛି
କ୍ରିକେଟର୍‌ ରବୀନ୍ଦ୍ର ଜାଡେଜାଙ୍କ ପତ୍ନୀ ହେଲେ କର୍‌ନି ସେନାର ଗୁଜରାଟ ମହିଳା ଶାଖା ମୁଖ୍ୟ

ravindra-jadeja-reeva-solanki-

Advertisment

ଅହମ୍ମଦାବାଦ୍‌: ଟିମ୍‌ ଇଣ୍ଡିଆର ବାମହାତୀ ସ୍ପିନିଂ ଅଲ୍‌ରାଉଣ୍ଡର୍‌ ରବୀନ୍ଦ୍ର ଜାଡେଜାଙ୍କ ପତ୍ନୀ ରିଭା ସୋଲାଙ୍କିଙ୍କୁ ମିଳିଛି ନୂଆ ଦାୟିତ୍ୱ।

Advertisment

ରାଜପୁତ ଗୋଷ୍ଠୀ ଦ୍ୱାରା ଗଠିତ 'କର୍‌ନି ସେନା'ର ଗୁଜରାଟ ଶାଖା ରିଭା ଜାଡେଜାଙ୍କୁ ରାଜ୍ୟ ମହିଳା ଶାଖା ମୁଖ୍ୟ ଭାବେ ନିଯୁକ୍ତି ଦେଇଛି। ଏହି ନୂଆ ନିଯୁକ୍ତି ପାଇବା ପରେ ଜାଡେଜା ପତ୍ନୀ ରିଭା କହିଛନ୍ତି ଯେ ନିଜ ସମ୍ପ୍ରଦାୟ ପାଇଁ କିଛି ଭଲ କାମ କରିବାକୁ କରିବାକୁ ତାଙ୍କୁ ମିଳିଥିବା ଏହି ସୁଯୋଗର ସଦ୍‌ବ୍ୟବହାର କରି ସେ ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିବାକୁ ଚାହୁଁଛନ୍ତି। ଏହି ନୂଆ ଦାୟିତ୍ଵକୁ ସଠିକ୍‌ ରୂପେ ନିର୍ବାହ କରିବା ପାଇଁ ସ୍ୱାମୀ ରବୀନ୍ଦ୍ର ଜାଡେଜାଙ୍କ ସମର୍ଥନ ତାଙ୍କ ପଛରେ ରହିଛି ବୋଲି ରିଭା ସୋଲାଙ୍କି କହିଛନ୍ତି।

ସୂଚନାଯୋଗ୍ୟ, ସଂଜୟ ଲୀଲା ବଂଶାଲି ନିର୍ଦ୍ଦେଶିତ ତଥା ଦୀପିକା ପାଦୁକୋନ୍‌ ଅଭିନୀତ ଫିଲ୍ମ 'ପଦ୍ମାବତୀ'କୁ ବିରୋଧ କରି 'କର୍‌ନି ସେନା' ଦେଶବ୍ୟାପୀ ଚର୍ଚ୍ଚା ସୃଷ୍ଟି କରିଥିଲା।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe