ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧି, ପୁଅ ରାହୁଲ ଗାନ୍ଧି ଏବଂ ଝିଅ ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କୁ ବର୍ତ୍ତମାନ ସିଆରପିଏଫ୍ ପକ୍ଷରୁ ସୁରକ୍ଷା ଯୋଗାଇଦିଆଯିବ। ପୂର୍ବରୁ ଏସ୍ପିଜି ସୁରକ୍ଷା ରହିଥିଲା। କେନ୍ଦ୍ର ସରକାର ଏହି ସୁରକ୍ଷା ବ୍ୟବସ୍ଥା ପ୍ରତ୍ୟାହାର କରିଦେବା ପରେ ସୋମବାର ଏଥିରେ ପରିବର୍ତ୍ତନ ଆସିଛି।
ଆଜି ସୋନିଆଙ୍କ ୧୦ ଜନପଥରେ ଅର୍ଦ୍ଧ ସାମରିକ ବାହିନୀର କମାଣ୍ଡୋ ଏକ୍ସ-୯୫, ଏକେ ସିରିଜ୍ ଏବଂ ଏମ୍ପି-୫ ବନ୍ଧୁକ ସହ ସୁରକ୍ଷା ଦେବା ଆରମ୍ଭ କରିଛନ୍ତି। ଏହିଭଳି ସମାନ ସୁରକ୍ଷା ରାହୁଲ ଗାନ୍ଧିଙ୍କ ତୁଗଲକ୍ ଲେନ୍ରେ ମଧ୍ୟ କରାଯାଇଛି। ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କ ଲୋଧି ଇଷ୍ଟେଟ୍ରେ ମଧ୍ୟ ସମାନ ବ୍ୟବସ୍ଥା କରାଯାଇଛି।
ସିଆରପିଏଫ୍କୁ ମିଳିଥିବା ନିର୍ଦ୍ଦେଶ ବଳରେ ବର୍ତ୍ତମାନ ଭିଭିଆଇପି ସିକ୍ୟୁରିଟି ୟୁନିଟ୍ କୁହାଯାଉଥିବା ‘ଜେଡ୍ ପ୍ଲସ୍’ ସୁରକ୍ଷା ଯୋଗାଇଦିଆଯିବ। କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଏହି ସୁରକ୍ଷାଗତ ପରିବର୍ତ୍ତନ କରାଯାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
୨୦୨୩-୨୪ ବର୍ଷରେ ବି ବିଜେପି ମାଲେମାଲ, ପାଇଛି ୨,୨୪୪ କୋଟି ଚାନ୍ଦା
୨୦୨୩-୨୪ ବର୍ଷରେ ବିଜେପି ସର୍ବାଧିକ ୨,୨୪୪ କୋଟି ଟଙ୍କା ପାଇଥିବାବେଳେ ପୂର୍ବତନ ତେଲେଙ୍ଗାନା ସିଏମ ଚନ୍ଦ୍ରଶେଖର ରାଓଙ୍କ ଦଳ ବିଆରଏସ ଦ୍ୱିତୀୟ ସ୍ଥାନରେ ରହିଛି।
National
ମଝି ସମୁଦ୍ରରେ ବୁଡ଼ିଲା ଯାତ୍ରୀବାହୀ ଡ଼ଙ୍ଗା, ଜଣେ ମୃତ, ୨୦ ଉଦ୍ଧାର
ଦୁର୍ଘଟଣାରେ ଜଣେ ୫୪ ବର୍ଷୀୟ ବୟସ୍କ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ଅନ୍ୟ ୨୦ ଜଣଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।
National
ଆସାମରୁ ଗିରଫ ହେଲେ ଆଉ ୨ ଦୁଇ ବାଂଲାଦେଶୀ ଆତଙ୍କୀ
ଏହାପୂର୍ବରୁ ଆସାମ, ପଶ୍ଚିମବଙ୍ଗ ଓ କେରଳରୁ ୮ ଜଣ ଏବିଟି ସଦସ୍ୟ ଗିରଫ ହୋଇଥିଲେ। ସେମାନଙ୍କୁ ଜେରା କରାଯିବା ବେଳେ ଅବଦୁଲ ଓ ମୀର୍ଦ୍ଧା ସମ୍ପର୍କରେ ସୂଚନା ମିଳିଥିଲା।
Viral
ଅସୁସ୍ଥ ପତ୍ନୀଙ୍କ ପାଇଁ ନେଲେ VRS, କିନ୍ତୁ ବିଦାୟ ସମ୍ବର୍ଦ୍ଧନା ବେଳେ ଆଖି ବୁଜିଲେ ପତ୍ନୀ
କ୍ୟାମେରାକୁ ଚାହିଁ ହସୁଥିଲେ। ବେକରେ ଥିଲା ବିରାଟ ଗେଣ୍ଡୁମାଳ। କିଛି ଫୁଲ ମଧ୍ୟ ସେ ଧରିଥିଲେ। ସ୍ୱାମୀଙ୍କ ବିଦାୟୀ କାଳୀନ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ପାଇଁ ତାଙ୍କ ଚାରି ପାଖର ପରିବେଶ ବେଶ ଉତ୍ସବ ମୁଖର ଥିଲା। ସମସ୍ତେ ଖୁସି ହୋଇ କାର୍ଯ୍ୟକ୍ରମର ମଜା ନେଉଥିଲେ। କିନ୍ତୁ ...
National
ସଂସଦ ନିକଟରେ ନିଜକୁ ଜାଳି ଦେଲେ, ମିଳିଲା ଅଧା ପୋଡ଼ା ଚିଠି
ଘଟଣା ସ୍ଥଳରୁ ପୁଲିସ୍ ଦୁଇ ପୃଷ୍ଠାର ଅଧା ଲେଖା ଚିଠି ଠାବ କରିଛି। କିନ୍ତୁ ଏଥିରେ ଥିବା ବିଷୟବସ୍ତୁ ସମ୍ପର୍କରେ ଜଣାପଡ଼ି ନାହିଁ।