‘ଓଖି’ ମାଡ଼ ପୂର୍ବରୁ ଚିତ୍‌ପଟାଙ୍ଗ ରାହୁଲ ଏବଂ ଅମିତ୍‌

ନୂଆଦିଲ୍ଲୀ: ପ୍ରଭାବ ବିସ୍ତାର କରୁଛି ବାତ୍ୟା ‘ଓଖି’ । ଗତ ୩୦ ତାରିଖରୁ ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ବାତ୍ୟା  ‘ଓଖି’ ତାମିଲନାଡ଼ୁ, କେରଳ,କର୍ଣ୍ଣାଟକ ଏବଂ  ଲାକ୍ଷାଦ୍ୱୀପରେ ଭୟଙ୍କର ତାଣ୍ଡବ ମଚାଇବା ପରେ ଆରବସାଗର ଦେଇ ଗୁଜରାଟ ଏବଂ ମହାରାଷ୍ଟ୍ର ଆଡ଼କୁ ଅଗ୍ରସର ହୋଇଛି। ଦୁର୍ବଳ ହେବା ପରିବର୍ତ୍ତେ ବେଳକୁ ବେଳ ଅଧିକ ଭୟଙ୍କର ହେଉଛି ଓଖି। ଗତ ୫ ଦିନ ଧରି ଆତଙ୍କ ଖେଳାଇଥିବା ଓଖି ଏବେ ଗୁଜରାଟ ଏବଂ ମୁମ୍ବାଇ ଉପକୂଳରେ ଲ୍ୟାଣ୍ଡଫଲ ହେବାର […]

Okhi-1

Okhi-1

Rakesh Mallick
  • Published: Tuesday, 05 December 2017
  • Updated: 05 December 2017, 10:25 PM IST

ନୂଆଦିଲ୍ଲୀ: ପ୍ରଭାବ ବିସ୍ତାର କରୁଛି ବାତ୍ୟା ‘ଓଖି’ । ଗତ ୩୦ ତାରିଖରୁ ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ବାତ୍ୟା  ‘ଓଖି’ ତାମିଲନାଡ଼ୁ, କେରଳ,କର୍ଣ୍ଣାଟକ ଏବଂ  ଲାକ୍ଷାଦ୍ୱୀପରେ ଭୟଙ୍କର ତାଣ୍ଡବ ମଚାଇବା ପରେ ଆରବସାଗର ଦେଇ ଗୁଜରାଟ ଏବଂ ମହାରାଷ୍ଟ୍ର ଆଡ଼କୁ ଅଗ୍ରସର ହୋଇଛି। ଦୁର୍ବଳ ହେବା ପରିବର୍ତ୍ତେ ବେଳକୁ ବେଳ ଅଧିକ ଭୟଙ୍କର ହେଉଛି ଓଖି। ଗତ ୫ ଦିନ ଧରି ଆତଙ୍କ ଖେଳାଇଥିବା ଓଖି ଏବେ ଗୁଜରାଟ ଏବଂ ମୁମ୍ବାଇ ଉପକୂଳରେ ଲ୍ୟାଣ୍ଡଫଲ ହେବାର ସମ୍ଭବାବନା ରହିଛି। ସମ୍ଭାବ୍ୟ ବାତ୍ୟା ପରିସ୍ଥିତିକୁ ଲକ୍ଷ୍ୟ କରି ଉଭୟ ରାଜ୍ୟରେ ସତର୍କତା ଜାରି କରାଯାଇଛି।  ମୁମ୍ବାଇ ଉପକୂଳଠାରୁ ମାତ୍ର ୩୦୦କିଲୋମିଟର ଦୂରରେ ରହିଛି ଓଖି।

ତେବେ ତା’ ପୂର୍ବରୁ ଗୁଜରାଟ ଓ ମୁମ୍ବାଇର କୋନକାନ୍‌ ଉପକୂଳରେ ମୂଷଳଧାରାରେ ବର୍ଷା ହୋଇଛି। ତେବେ ଏହି ବାତ୍ୟା ଗୁଜରାଟ ନିର୍ବାଚନ ପ୍ରଚାର ପାଇଁ ବାଧକ ସାଜିଛି।  କଂଗ୍ରେସର ରାହୁଲ ଗାନ୍ଧି ଏବଂ ବିଜେପିର ଅମିତ୍‌ ସାହଙ୍କ ରାଲି ବାତିଲ ହୋଇଛି। ବିଜେପିର ଭାବନଗରରେ ବିଜେପିର ରାଲି ହେବାର କାର୍ଯ୍ୟକ୍ରମ ଥିଲା। ଏହି ରାଲିକୁ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ଥିଲା।  ଅନ୍ୟପକ୍ଷରେ ଗୁଜୁରାଟରେ ବାତ୍ୟା ଛୁଇଁବା ପୂର୍ବରୁ ଦିଲ୍ଲୀ, ହରିୟାନା, ଉତ୍ତରାଖଣ୍ଡ ଏବଂ ଉତ୍ତରପ୍ରଦେଶରେ ପାଣିପାଗର ପରିବର୍ତ୍ତନ ଦେଖାଦେଇଛି। ପାଣିପାଗ ବିଭାଗର ରିପୋର୍ଟ ଅନୁଯାୟୀ, ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସେପଟେ ମହାରାଷ୍ଟ୍ରର ବିଭିନ୍ନ ସ୍କୁଲ୍‌, କଲେଜ ବନ୍ଦ କରି ଦିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos