ଇ-କ୍ଲାସ ପାଇଁ ଝିଅକୁ ଦେଇଥିଲେ ଫୋନ, ହେଲେ ମୋବାଇଲରୁ ମିଳିଲା ବାପାଙ୍କ ପରକୀୟାପ୍ରୀତିର ଭିଡିଓ

ମାଣ୍ଡ୍ୟା: ଅନଲାଇନ କ୍ଲାସ ପାଇଁ ଝିଅକୁ ମୋବାଇଲ ଦେବା ଜଣେ ବାପାଙ୍କୁ ମହଙ୍ଗା ପଡ଼ିଛି। ଅନଲାଇନ କ୍ଲାସ ପାଇଁ ମୋବାଇଲ ନେଇଥିବା ଝିଅ ଜଣଙ୍କ ଏହାର କଣ୍ଟେଣ୍ଟ ଚେକ୍‌ କରୁଥିବା ବେଳେ ଏଥିରେ ଥିବା ବାପାଙ୍କର ପରକୀୟାପ୍ରୀତି ଭିଡିଓକୁ ଠାବ କରିନେଇଛି। ଏ ସମ୍ପର୍କରେ ଝିଅ ଜଣଙ୍କ ତାଙ୍କ ମା’ଙ୍କୁ କହିବାରୁ ବିବାଦ ଥାନାରେ ପହଞ୍ଚିଛି। କର୍ଣ୍ଣାଟକାର ମାଣ୍ଡ୍ୟା ଅନ୍ତର୍ଗତ ନଗମାନଙ୍ଗଲ ତାଲୁକାରେ ରହୁଥିବା ପରିବାର ସହ ଏମିତି ଘଟଣା ଘଟିଛି। ସ୍ୱାମୀଙ୍କ ପରକୀୟାପ୍ରୀତି ସମ୍ପର୍କରେ ଜାଣିବା […]

ds

Hemant Lenka
  • Published: Tuesday, 08 December 2020
  • , Updated: 08 December 2020, 03:58 PM IST

ମାଣ୍ଡ୍ୟା: ଅନଲାଇନ କ୍ଲାସ ପାଇଁ ଝିଅକୁ ମୋବାଇଲ ଦେବା ଜଣେ ବାପାଙ୍କୁ ମହଙ୍ଗା ପଡ଼ିଛି। ଅନଲାଇନ କ୍ଲାସ ପାଇଁ ମୋବାଇଲ ନେଇଥିବା ଝିଅ ଜଣଙ୍କ ଏହାର କଣ୍ଟେଣ୍ଟ ଚେକ୍‌ କରୁଥିବା ବେଳେ ଏଥିରେ ଥିବା ବାପାଙ୍କର ପରକୀୟାପ୍ରୀତି ଭିଡିଓକୁ ଠାବ କରିନେଇଛି। ଏ ସମ୍ପର୍କରେ ଝିଅ ଜଣଙ୍କ ତାଙ୍କ ମା’ଙ୍କୁ କହିବାରୁ ବିବାଦ ଥାନାରେ ପହଞ୍ଚିଛି।

କର୍ଣ୍ଣାଟକାର ମାଣ୍ଡ୍ୟା ଅନ୍ତର୍ଗତ ନଗମାନଙ୍ଗଲ ତାଲୁକାରେ ରହୁଥିବା ପରିବାର ସହ ଏମିତି ଘଟଣା ଘଟିଛି। ସ୍ୱାମୀଙ୍କ ପରକୀୟାପ୍ରୀତି ସମ୍ପର୍କରେ ଜାଣିବା ପରେ ପତ୍ନୀ ଏବେ ତାଙ୍କ ଠାରୁ ଅଲଗା ହେବାକୁ ଜିଦ କରିଛନ୍ତି। ହେଲେ ବ୍ୟକ୍ତି ଜଣଙ୍କ ତାଙ୍କୁ କ୍ଷମା କରି ପୂର୍ବଭଳି ଏକାଠି ରହିବାକୁ ଅନୁରୋଧ କରିଛନ୍ତି।

ଦୀର୍ଘ ୧୮ ବର୍ଷ ହେଲାଣି ଉଭୟ ବୈବାହିକ ଜୀବନ ଅତିବାହିତ କରୁଛନ୍ତି। ସେମାନଙ୍କର ୧୫ ଓ ୧୭ ବର୍ଷର ଦୁଇଟି ଝିଅ ମଧ୍ୟ ଅଛନ୍ତି। ବ୍ୟକ୍ତି ଜଣଙ୍କ ଦ୍ୱାଦଶ ଶ୍ରେଣୀରେ ପଢ଼ୁଥିବା ତାଙ୍କ ବଡ଼ ଝିଅଙ୍କୁ ଅନଲାଇନ କ୍ଲାସ ପାଇଁ ମୋବାଇଲ ଫୋନ ଦେଇଥିଲେ। ଝିଅଟି ମୋବାଇଲର କଣ୍ଟେଣ୍ଟ ଚେକ୍‌ କରୁଥିବା ବେଳେ ହଠାତ୍‌ ଗୋଟିଏ ଭିଡିଓ ଉପରେ ତାଙ୍କର ନଜର ପଡ଼ିଥିଲା।

ଏହି ଭିଡିଓରେ ତାଙ୍କ ବାପା ଅନ୍ୟ ଜଣେ ମହିଳାଙ୍କ ସହ ରୋମାନ୍ସ କରିବା ବେଳର ଦୃଶ୍ୟ ଦେଖିବାକୁ ପାଇଥିଲେ। ଏ ସମ୍ପର୍କରେ ଝିଅ ଜଣଙ୍କ ତାଙ୍କ ମା’ଙ୍କୁ କହିବା ପରେ ସେ ପୁଲିସ୍‌ ଓ ମହିଳା ସଂଗଠନ ପାଖରେ ନ୍ୟାୟ ପାଇଁ ଗୁହାରୀ କରିଥିଲେ। ପୁଲିସ୍‌ ଉଭୟଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ ହେଁ କୌଣସି ସୁଫଳ ମିଳିନାହିଁ।

ଅନ୍ୟପକ୍ଷରେ ପୁଲିସ୍‌ କହିଛି ଯେ ପରକୀୟାପ୍ରୀତି ଏବେ ଆଉ ଅପରାଧ ହୋଇନାହିଁ। ତେଣୁ ବ୍ୟକ୍ତି ଜଣଙ୍କ ନାଁରେ ମାମଲା କରିବା ସମ୍ଭବ ନୁହେଁ। ତେବେ ସେ ଭିଡିଓ ଶୁଟିଂ କରିଥିବାରୁ ଆଇଟି ଆକ୍ଟ ୨୦୦୦ ଅନୁଯାୟୀ ତାଙ୍କ ନାଁରେ ମାମଲା କରାଯାଇ ପାରିବ। ଏବେ ବ୍ୟକ୍ତି ଜଣଙ୍କ ମହିଳାଙ୍କ ସହମତିରେ ଭିଡିଓ ଶୁଟିଂ କରିଥିଲେ କି? ଏହାକୁ ସେ ଆଉ କାହାକୁ ପଠାଇଛନ୍ତି କି ନାହିଁ, ତା’ର ଯାଞ୍ଚ କରାଯାଉଛି।

Related story