ଦକ୍ଷିଣ ଭାରତରେ ଅସହ୍ୟ ତାତି, ୧୧୦୦ ମୃତ

ହାଇଦ୍ରାବାଦ : ଦେଶ ତମାମ ଜାରି ରହିଛି ଅସହ୍ୟ ତାତି। ଦିନ ୯ଟାହେଲେ ଘରୁ ବାହରିବା ଅସମ୍ଭବ ହୋଇପଡୁଛି । ଗତ କିଛିଦିନ ହେବ ଦକ୍ଷିଣ ଭାରତରେ ରୌଦ୍ରତାପ ୪୮ଡିଗ୍ରୀ ଉପରେ ରହୁଛି । ଏହାର ପ୍ରଭାବରେ ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାରେ ଗତ ୨୪ ଘଣ୍ଟା ମଧ୍ୟରେ ୧୮୦ ଜଣଙ୍କର ଅଂଶୁଘାତ ଜନିତ ମୃତ ହୋଇଥିବା ଅଭିଯୋଗ ହୋଇଛି । ଗତ ୧୦ ଦିନ ମଧ୍ୟରେ ଅଂଶୁଘାତରେ ଧରି ଆନ୍ଧ୍ର ପ୍ରଦେଶରେ ୮୫୨ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ […]

heat2 -

Rakesh Mallick
  • Published: Wednesday, 27 May 2015
  • , Updated: 27 May 2015, 09:19 AM IST

ହାଇଦ୍ରାବାଦ : ଦେଶ ତମାମ ଜାରି ରହିଛି ଅସହ୍ୟ ତାତି। ଦିନ ୯ଟାହେଲେ ଘରୁ ବାହରିବା ଅସମ୍ଭବ ହୋଇପଡୁଛି । ଗତ କିଛିଦିନ ହେବ ଦକ୍ଷିଣ ଭାରତରେ ରୌଦ୍ରତାପ ୪୮ଡିଗ୍ରୀ ଉପରେ ରହୁଛି । ଏହାର ପ୍ରଭାବରେ ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାରେ ଗତ ୨୪ ଘଣ୍ଟା ମଧ୍ୟରେ ୧୮୦ ଜଣଙ୍କର ଅଂଶୁଘାତ ଜନିତ ମୃତ ହୋଇଥିବା ଅଭିଯୋଗ ହୋଇଛି । ଗତ ୧୦ ଦିନ ମଧ୍ୟରେ ଅଂଶୁଘାତରେ ଧରି ଆନ୍ଧ୍ର ପ୍ରଦେଶରେ ୮୫୨ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ତେଲେଙ୍ଗାନାରେ ୨୬୯ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଭାରତୀୟ ପାଣିପାଗ ବିଭାଗ ଅଧିକାରୀ କହିବା କଥା ମୌସୁମୀ କେରଳ ଛୁଇଁବା ପାଇଁ ଆହୁରି ୪ରୁ ୫ ଦିନ ଲାଗିବ । ତେବେ ଉତ୍ତର ଭାରତର କିଛି ସ୍ଥାନରେ ବର୍ଷା ହୋଇଥିବା ସୂଚନା ମିଳିଛି। ନୂଆଦିଲ୍ଲୀରେ ହାରାହାରି ତାପମାତ୍ରା ୪୫ଡିଗ୍ରୀ ରହିଛି । ସେହିପରି ମହାରାଷ୍ଟ୍ର, ଉତ୍ତରପ୍ରଦେଶ, ରାଜସ୍ଥାନ, ପଞ୍ଜାବ, ହରିଆନା, ମଧ୍ୟପ୍ରଦେଶ , ଓଡିଶା ଓ ପଶ୍ଚିମବଙ୍ଗରେ ୪୫ରୁ ୪୬ ଡିଗ୍ରୀ ମଧ୍ୟରେ ଦିନରେ ତାପମାତ୍ରା ଅନୁଭୂତ ହେଉଛି।

Related story