ଦକ୍ଷିଣ କୋରିଆର କେମିକାଲ୍ ପ୍ଲାଣ୍ଟରେ ବିସ୍ଫୋରଣ: ୬ ମୃତ

ସିଓଲ୍:  ଦକ୍ଷିଣ କୋରିଆର  ଉଲସାନ ସହରେ  ଥିବା ଏକ କେମିକାଲ ପ୍ଲାଣ୍ଟର ବର୍ଜ୍ୟବସ୍ତୁ ସଂରକ୍ଷଣ ଟ୍ୟାଙ୍କରେ ଶୁକ୍ରବାର ବିସ୍ଫୋରଣ ଘଟି ୬ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି।  ଏହି କେମିକାଲ ପ୍ଲାଣ୍ଟରେ ପୋଲିଭାଇନ କ୍ଲୋରାଇଡ ତିଆରି କରାଯାଏ। କେମିକାଲ ପ୍ଲାଣ୍ଟରେ ଶ୍ରମିକ ମାନେ  ଉକ୍ତ ବର୍ଜ୍ୟବସ୍ତୁ ଟ୍ୟାଙ୍କରେ ୱେଲ୍ଡିଂ  କରୁଥିବା ସମୟରେ ଏହି ବିସ୍ଫୋରଣ ଘଟିଥିଲା। ଟ୍ୟାଙ୍କ ଭିତରେ ଥିବା ବର୍ଜ୍ୟବସ୍ତୁଗୁଡ଼ିକରୁ ନିର୍ଗତ ହେଉଥିବା ରସାୟନିକ ତରଳ ପଦାର୍ଥ ୱେଲ୍ଡିଂ ବେଳେ ବାହାରୁଥିବା ନିଆଁ ସଂସ୍ପର୍ଶରେ ଆସି […]

chamicalplant

Rakesh Mallick
  • Published: Friday, 03 July 2015
  • , Updated: 04 May 2017, 03:45 PM IST

ସିଓଲ୍:  ଦକ୍ଷିଣ କୋରିଆର  ଉଲସାନ ସହରେ  ଥିବା ଏକ କେମିକାଲ ପ୍ଲାଣ୍ଟର ବର୍ଜ୍ୟବସ୍ତୁ ସଂରକ୍ଷଣ ଟ୍ୟାଙ୍କରେ ଶୁକ୍ରବାର ବିସ୍ଫୋରଣ ଘଟି ୬ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି।  ଏହି କେମିକାଲ ପ୍ଲାଣ୍ଟରେ ପୋଲିଭାଇନ କ୍ଲୋରାଇଡ ତିଆରି କରାଯାଏ। କେମିକାଲ ପ୍ଲାଣ୍ଟରେ ଶ୍ରମିକ ମାନେ  ଉକ୍ତ ବର୍ଜ୍ୟବସ୍ତୁ ଟ୍ୟାଙ୍କରେ ୱେଲ୍ଡିଂ  କରୁଥିବା ସମୟରେ ଏହି ବିସ୍ଫୋରଣ ଘଟିଥିଲା। ଟ୍ୟାଙ୍କ ଭିତରେ ଥିବା ବର୍ଜ୍ୟବସ୍ତୁଗୁଡ଼ିକରୁ ନିର୍ଗତ ହେଉଥିବା ରସାୟନିକ ତରଳ ପଦାର୍ଥ ୱେଲ୍ଡିଂ ବେଳେ ବାହାରୁଥିବା ନିଆଁ ସଂସ୍ପର୍ଶରେ ଆସି ଏହି ବିସ୍ଫୋରଣ ଘଟିଥିଲା ବୋଲି କଂପାନୀ ପକ୍ଷରୁ କୁହାଯାଇଛି। ଶ୍ରମିକମାନଙ୍କର ଅବହେଳାରୁ ଏହି ଘଟଣା ଘଟିଲା ବୋଲି ପ୍ରାଥମିକ ତଦନ୍ତ ପରେ କୁହାଯାଇଛି।

Related story